Home Breaking News / ତାଜା ଖବର କନ୍ଧମାଳ ସାଂସଦଙ୍କ ସହ ପ୍ରେସ କ୍ଳବ ସଦସ୍ୟଙ୍କ ଆଲୋଚନା

କନ୍ଧମାଳ ସାଂସଦଙ୍କ ସହ ପ୍ରେସ କ୍ଳବ ସଦସ୍ୟଙ୍କ ଆଲୋଚନା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନ।ୟକ): ମଙ୍ଗଳବାର ସ୍ଥାନୀୟ ସର୍କିଟ ହାଉସ ଠାରେ କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତଙ୍କ ସହ ସ୍ଥାନୀୟ ଜିଲ୍ଲା ପ୍ରେସ କ୍ଳବର ସଭାପତି ସୁନୀଲ ପଟନାୟକଙ୍କ ନେତୃତ୍ଵରେ ନବନିର୍ବାଚିତ କର୍ମକର୍ତ୍ତ। ମାନେ ସୌଜନ୍ୟ ମୂଳକ ସାକ୍ଷାତ କରିବା ସହ କନ୍ଧମାଳ ଜିଲ୍ଲାର ବିକାଶମୂଳକ କାର୍ଯ୍ୟ ଯେ ଭଳି ତ୍ଵରାନ୍ଵିତ ହୋଇପାରିବ ସେ ନେଇ ଆଲୋଚନା କରିଥିଲେ । ସଂ।ସଦ ଡ. ସାମନ୍ତ ପ୍ରେସ କ୍ଳବ ର ନୂତନ କର୍ମକର୍ତ୍ତ।ମାନଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହ ଜିଲ୍ଲାର ବିକାଶମୂଳକ କାର୍ଯ୍ୟରେ ସହଯୋଗ କରିବାକୁ କହିଥିଲେ। ପ୍ରେସ କ୍ଲବ୍ ପକ୍ଷରୁ ମଧ୍ୟ ସଂ।ସଦ ଡ.ଅଚ୍ଯୁତ ସାମନ୍ତ ଙ୍କ ବିକାଶମୂଳକ କାର୍ଯ୍ୟ ଓ ଚିନ୍ତାଧାର।କୁ ସମ୍ମାନ ଜଣାଇବା ସହ ସାଂସଦଙ୍କୁପୂର୍ଣ୍ଣ ସହଯୋଗ କରିବେ କୋଲି ସଭାପତି ସୁନୀଲ ପଟ୍ଟନାୟକ ପ୍ରତିଶୃତି ଦେଇଥିଲେ। ସେହିପରି ସାଂସଦ ଡ. ସାମନ୍ତ ମଧ୍ୟ ଅନୁରୂପ ଭାବେ ପ୍ରେସକ୍ଲବକୁ ଆନ୍ତରୀକତାର ସହ ସହ ଯୋଗ କରିବେ ବୋଲି କହିଛନ୍ତି ।
ଆସନ୍ତା ଅକ୍ଟୋବର ୨ତାରିଖ ପବୀତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ପ୍ରେସ କ୍ଲବର ନୂତନ ଗୃହର ଶୁଭ ଉଦଘାଟନ କରିବା ସହ କନ୍ଧମାଳ ଜିଲ୍ଲାର ବିକାଶ ସଂପର୍କିତ ଏକଆଲୋଚନାଚକ୍ର ରେ ମଧ୍ଯ ଯୋଗ ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି । ଫଳରେ ଶେଷ ପ୍ରର୍ଯ୍ୟାୟ ରେ ପହଞ୍ଚିଥିବା ନୂତନଗୃହକାର୍ଯ୍ୟ ତୁରନ୍ତ ସାରିବା ଲାଗି ମ୍ୟୁନିସପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମଧ୍ୟ ନିର୍ଦ୍ଦେଶ ଦେବେ ବୋଲି କହିଥିଲେ। ସାଂସଦ ଡ. ସାମନ୍ତଙ୍କ ସହ ସାମ୍ବାଦିକମାନଙ୍କ ସୌହାର୍ଦ୍ୟପୂର୍ଣ୍ଣ ଆଲୋଚନା ହୋଇଥିବାରୁ ସଂପାଦକ ପ୍ରଶାନ୍ତ ବେହେରା ସାଂସଦଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।
ଅନ୍ୟମାନଙ୍କ ମଧ୍ୟରେ ପ୍ରେସ କ୍ଳବର କାର୍ଯ୍ୟକ।ରୀ ସଭାପତି ଅଶୋକ ପରୀଡା, ଉପସଭାପତି ସୁନୀଲ ବିଶ୍ଵାଳ,ସତ୍ୟନାରାୟଣ ବେହେରା, ସହ ସଂପାଦକ ରମେଶ ପ୍ରଧାନ, ଶିବା ନନ୍ଦ ପଟନାୟକ, ଜୟସେ ନ ପରୀଡ଼ା, ରାକେଶ ରାଉତ,ଆଦିତ୍ୟ ତ୍ରିପାଠି, ଶିବ ବିଶ୍ଵାଳ, ପ୍ରମୁଖଙ୍କ ସମେତ ବହୁ ସାମ୍ବାଦିକ ଓ କ୍ୟାମେରା ମେନ ଉପସ୍ଥିତ ଥିଲେ ।

related posts

Leave a Comment