Home Breaking News / ତାଜା ଖବର ଲଗାଣ ବର୍ଷାରେ ଭାସିଗଲା କାଠପୋଲ ପୁଣି ନିର୍ମାଣ କଲେ ପାଙ୍ଗା ଉପର ସାହୀ ଗ୍ରାମବାସୀ

ଲଗାଣ ବର୍ଷାରେ ଭାସିଗଲା କାଠପୋଲ ପୁଣି ନିର୍ମାଣ କଲେ ପାଙ୍ଗା ଉପର ସାହୀ ଗ୍ରାମବାସୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲପଟନାୟକ): ବାରମ୍ଵାର ପୋଲ ଟିଏ ନିର୍ମାଣ କରିବାପାଇଁପ୍ରଶାସନ ନିକଟରେ ଗୁହାରୀ କରିବାପରେ ବି ଶୁଣିଲାନି ପ୍ରଶାସନ ।
ଫଳରେ ଗ୍ରାମବାସୀ ନିଜେ ଚାନ୍ଦା ସଂଗ୍ରହ କରି ଶ୍ରମଦାନ କରି ବାଘ ନଦୀ ଉପରେ କାଠପୋଲ ଟିଏ କରି ଯେଣତେଶ ପ୍ରକାରେ ଯାଆ ସ କରୁଥିଲେ। ହେଲେ ଲଗାଣ ବର୍ଷାରେ କାଠ ପୋଲ ଟି ଭାସିଗଲା । ଫଳରେ ପୋଲ ଆରପଟେ ରହୁଥିବା ଶହ ଶହ 6 ଲାକ ବିଛିନ୍ନ ହୋଇଗଲେ। ଫଳରେ ପୁଣି ଗ୍ରାମବାସୀ ଏକତ୍ରିତ ହୋଇ ଗତକାଲି କାଠପୋଲ ନିର୍ମାଣ କରିଛନ୍ତି ।
ଏଭଳି ଦୃଶ୍ୟ ଦେଖିବାକୁ ମି ଳିଛି ଫିରିଙ୍ଗିଆ ବ୍ଲକ୍ ପାଙ୍ଗା ଉପର ସାହୀ ପଞ୍ଚାୟତରେ।
ଦେଖନ୍ତୁ ଏ ଦୃଶ୍ୟକୁ । କିଭଳି ପାଙ୍ଗା ଉପର ସାହୀ ଗ୍ରାମବାସୀ ମିଶି ଅଣ୍ଟିଏ ପାଣିରେ ବୁଡ଼ି ପୋଲ ନିର୍ମାଣ କରୁଛନ୍ତି। ଜ୍ଵର ରୋଗକୁ ବି
ଡର ଭୟ ନାହିଁ ଏମାନଙ୍କର ।
।ଏହି କାଠପୋଲ ନିର୍ମାଣ କରିବାପାଇଁ ସେମାନଙ୍କୁ ୧୫ ରୁ ୨୦ ଦିନ ଲାଗିଥାଏ।।
ତେବେ ଗତ୪ବର୍ଷ ହେଲାଣି ନୂତନ ଭାବେ ପାଙ୍ଗା ଉପର ସାହୀ ପଞ୍ଚାୟତ ଗଠନ ହୋଇଛି। ହେଲେ ପଞ୍ଚାୟତର ମାର୍କାଲି
ଓଡ଼େ ସିରୁ ସ6ମତ ଅନେକ ଗ୍ରାମ ଆଜିଯାଏ ଅବହେଳିତ ହୋଇରହିଛି । ବର୍ଷା ଆସିଲେ ୯ଟି ଗ୍ରାମର ଗ୍ରାମବାସୀ ବହୁ ଅସୁବିଧା ଭୋଗୁଛନ୍ତି । ଗ୍ରାମକୁ ଯିବାକୁ ହେଲେ ନଦୀ ପାର ହେବାକୁ ପଡିବ।ପଞ୍ଚାୟତ କାର୍ଯ୍ୟାଳୟଠାରୁ ୫ କି.ମି ଦୁରରେ ଅବସ୍ଥିତ ୯ଟି ଗ୍ରାମ। ହେଲେ ସ୍ଥାୟିପୋଲ ନିର୍ମାଣ ନ ହେବା ଫଳରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି ।
ବା ଇଟ-
ଏହି ସବୁ ଗ୍ରାମର ଲୋକସଂଖ୍ୟା ପାଖାପାଖି ୮ଶହ । ପୋଲ ନିର୍ମାଣ ପାଇଁ ଅନେକ ବର୍ଷ ହେଲା ଦାବୀ କରି ଆସୁଛନ୍ତି । ହେଲେ ମାଓ ଇଲାକା ହୋଇ ଥିବା ସାଙ୍ଗକୁ ଦୁର୍ଗମ ତଥା ଅପହଞ୍ଚ ହୋଇଥିବାରୁ ପ୍ରଶାସନ କି ରାଜନେତା କେହି ମଧ୍ଯ ଗୁରୁତ୍ଵ ଦେଉ ନ ଥିବା କହିଛନ୍ତି ଗ୍ରାମବାସି ।

related posts

Leave a Comment