Home Breaking News / ତାଜା ଖବର ରାୟଗଡ ଗଂଜେଇ ଚାଷ ମୁକ୍ତ ଅଭିଯାନ ବେଳେ ଗୁଡାରିରୁ ୨୬ କିଲୋ ଗଂଜେଇ ଜବତ

ରାୟଗଡ ଗଂଜେଇ ଚାଷ ମୁକ୍ତ ଅଭିଯାନ ବେଳେ ଗୁଡାରିରୁ ୨୬ କିଲୋ ଗଂଜେଇ ଜବତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ନୀଳ ଜହର ଗଂଜେଇ ଚାଷ ଓ ଚାଲାଣ କୁ ସମ୍ପୂର୍ଣ ଭାବେ ବନ୍ଦ କରିବା ପାଇଁ ରାୟଗଡ ପୋଲିସ ଅଣ୍ଟା ଭିଡ଼ିଛି। ଅବିଭକ୍ତ କୋରାପୁଟ ରାୟଗଡ, ମାଲକାନଗିରି,ରାୟଗଡ ଜିଲ୍ଲା ନୀଳ ଜହର ବେପାରୀଙ୍କ ଭୂସ୍ବର୍ଗ ପାଲଟିଛି। ଏହାକୁ ରୋକିବା ପାଇଁ ପ୍ରଶାସନ ଯେତେ ଚେଷ୍ଟା କଲେବି କିଛିଟା ରୋକ ଲାଗିବାରେ ସଫଳ ହେଇଚି କିନ୍ତୁ ସମ୍ପୂର୍ଣ ବନ୍ଦ କରାଇବାରେ ବିଫଳ ହେଇଛି। ଏହି ଅଭିଯାନରେ ସବୁ ବିଭାଗ ଅର୍ଥାତ ପୋଲିସ ଓ ଅବକାରୀ ବିଭାଗ ଲାଗି ପଡିଥିବାବେଳେ ଗତ କାଲି ଏକ ବାଇକ ଆରୋହି ଠାରୁ ୨୬.୩୦୦ ଗ୍ରାମ ଗଂଜେଇ ଜବତ କରିଛି ଗୁଡରି ପୋଲିଶ। ଏକ ବାଇକ ଆରୋହି ମଟର ସାଇକେଲ ଯୋଗେ ରାୟଗଡ ପଟୁ ଆସୁଥିବା ଦେଖି ସ୍ଥାନୀୟ ପୋଲିସ ତନଖି ଫାଟକ ନିକଟରେ ଅଟକାଇ ଦେଖିଲା ବେଳକୁ ଏକ2ଜରି ବସ୍ତାରେ ୨୬ କେଜି ୩୦୦ ଗ୍ରାମ ଗଂଜେଇ ଧାରା ପଡିଥିଲା । ପୋଲିସ ଧାରା ପଡିଥିବା ଅଭିଯୁକ୍ତ ଠାରୁ ନଗଦ ୫୫୦ ଟଙ୍କା ଏକ ହିରୋ ମଟର ସାଇକେଲ ନମ୍ବର ଓ ଡି ଏଚ ୧୮୩୦ କୁ ଜବତ କରି କେସ ନ ୬୬/19-୦୯-୨୧ ରୁଜୁ କରି ଏସ ଆଇ ପି ଯାନୀ ଙ୍କ ନେତୃତ୍ୱରେ ତଦନ୍ତ ଜାରି ରହିଛି ତଦନ୍ତ ପରେ ଜଣାପଡିବ କିଏ ଏହା ପଛରେ ଅଛି ସମସ୍ତଙ୍କ ସାମନାକୁ ଆସିବ।

related posts

Leave a Comment