Home Breaking News / ତାଜା ଖବର ପ୍ରଶାସନ ଯେତେ ଚେଷ୍ଟା କଲେ ବି ମାଲକାନଗିରିରେ ଥମିବାର ନା ନେଉନାହି ନୀଳ ଜହର ବେପାର ବନ୍ଧା ହେଲେ ତିନି ଜଣ ମାଫିଆ

ପ୍ରଶାସନ ଯେତେ ଚେଷ୍ଟା କଲେ ବି ମାଲକାନଗିରିରେ ଥମିବାର ନା ନେଉନାହି ନୀଳ ଜହର ବେପାର ବନ୍ଧା ହେଲେ ତିନି ଜଣ ମାଫିଆ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମାଲକାନଗିରି(ସଞ୍ଜୟ ଢ଼ାଳି): ମାଲକାନଗିରି ଖବର କହିଲେ ମାଓବାଦୀ ଓ ଗଂଜେଇ ।।ଆଜି ମାଲକାନଗିରି ଓରକେଲ ପୋଲିସକୁ ମିଳିଛି ଆଉ ଏକ ବଡ ସଫଲତା । ମାଲକାନଗିରିରେ ଗଞ୍ଜେଇ ମାଫିଆକଂର ଚୋରାଚାଲାନ ।ଦିନକୁ ଦିନ ବଡି ଚାଲିଛି ନିଳ ଜହରର ଚୋରା କାରବାର ।ମାଲକାନଗିରି ଜିଲ୍ଲାରେ ଆଜି ଜବତ ହେଲା ଦୁଇ କୋଟି ଟଙ୍କାର ଉର୍ଧ ଚୋରା ଗଞ୍ଜେଇ । ଆନ୍ଧ୍ର ପ୍ରଦେଶ ବିଶାଖାପାଟଣାରୁ କୋଇଲା ବୋଝେଇ କରି ଆସିଥିବା ଏହି ଟ୍ରକଟି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରୁ ଗଞ୍ଜେଇ ବସ୍ତା ଭର୍ତି କରିବା ପରେ ଉତ୍ତରପ୍ରଦେଶକୁ ଚାଲାଣ ହେଉଥିଲା । ହେଲେ ବାଲିମେଳା ରାସ୍ତାରେ ଓର୍କେଲ ଥାନା ପୋଲିସ ପକ୍ଷରୁ ଚେକିଙ୍ଗ ଚାଲିଥିବା ବେଳେ ପୋଲିସ ହାତରେ ଧରା ପଡିଥିଲା ଏହି ଗଞ୍ଜେଇ ବୋଝେଇ ଚ୍ରକ । ଟ୍ରକ ଭିତରେ ସିକରେଟ ଚାମ୍ବର କରି ନେଉଥିଲେ ମୋଟ ୯୬ଟି ବସ୍ତା ଗଞ୍ଜେଇ । ଯାହାର ଓଜନ ୨୨୫୬ କେଜି ଓ ବଜାର ମୁଲ୍ୟ ଦୁଇ କୋଟି ଟଙ୍କାରୁ ଉର୍ଧ ହେବ ବୋଲି ଚିତ୍ରକୋଣ୍ଡା ଏସ.ଡି.ପି.ଓ ଅଂଶୁମାନ ଦିବେଦୀ କହିଛନ୍ତି । ଏହା ସହ ୩ ଜଣ ଗଞ୍ଜେଇ ଚୋରା ଚାଲାଣ କାରିଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ଗିରଫ ତିନି ଜଣ ହେଲେ ଉତ୍ତର ପ୍ରଦେଶ ରାଜ୍ୟ ପ୍ରତାପଗଡ ଜିଲ୍ଲାର ପବନ କୁମାର ପାଣ୍ଡେ ଓ କ୍ରିଷ୍ନା ଯାଦବ ଏବଂ ସୁଲତାନପୁର ଜିଲ୍ଲାର ଅମରଜିତ ଯାଦବ । ଗିରଫ ତିନି ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।

related posts

Leave a Comment