Home Breaking News / ତାଜା ଖବର ରାୟଗଡରୁ ଗଜପତିକୁ ବ୍ୟାପିଲା ଧର୍ମରକ୍ଷକ ଲାଠିଯାତ୍ରା

ରାୟଗଡରୁ ଗଜପତିକୁ ବ୍ୟାପିଲା ଧର୍ମରକ୍ଷକ ଲାଠିଯାତ୍ରା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ବର ରାଉତ)-ରାୟଗଡ ଋଷି କ୍ଷେତ୍ରରୁ କଳାହାଣ୍ଡି ପରେ ଗଜପତି ଜିଲ୍ଲାକୁ ବ୍ୟାପାଛି ବିସ୍ତାର ଭାବରେ ଧର୍ମରକ୍ଷକ ମାନଙ୍କ ଲାଠି ଯାତ୍ରା। ପାରମ୍ପରିକ ଲାଠି ହେଉଛି ବହୁ ପୂର୍ବରୁ ଧର୍ମରକ୍ଷକ ମାନଙ୍କ କବଚ ଓ ସୁରକ୍ଷା ପାଇଁ ଆବହମାନ କାଳରୁ ପ୍ରଚଳିତ ଅଛି। ସ୍ୱାଧୀନତା ସଂଗ୍ରାମ ଠାରୁ ଆରମ୍ଭ କରି ଆତ୍ମ ରକ୍ଷା ପର୍ଯ୍ୟନ୍ତ ଏହାକୁ ବ୍ୟବହାର କରାଯାଏ। ଦିନକୁ ଦିନ ହିନ୍ଦୁ ଧର୍ମ ପ୍ରତି ବିପଦ ସୃଷ୍ଟି ହେଉଛି ଷଡ଼ଯନ୍ତ୍ର କାରୀ ମାନେ ନିଜ ଯୋଜନାରେ ସଫଳ ହୋଇ ହିନ୍ଦୁ ଧର୍ମକୁ ଘାଇଲା କରୁଛନ୍ତି। ତେଣୁ ଗତ ସଂକ୍ରାନ୍ତି 17 ଅଗଷ୍ଟ ଠାରୁ ଓଡ଼ିଶାର ସାଧୁ ସନ୍ଥ ଗଣ ମାନେ ଏହାକୁ ପ୍ରତିହତ କରିବା ପାଇଁ ଏହି ଅଭିନବ ପ୍ରୟାସ ଆରମ୍ଭକରି ଲୋକ ମାନଙ୍କ ମଧ୍ୟରେ ହିନ୍ଦୁ ପ୍ରେମ ଓ ମାତୃଭୂମିର ପ୍ରାଣ ଜାଗ୍ରତ କରିଛନ୍ତି। ଗ୍ରାମେ ଗ୍ରାମେ ଧର୍ମ ରକ୍ଷକ ନିଯୁକ୍ତି ଠାରୁ ଆରମ୍ଭ ନିଜ ପରମ୍ପରା ଅନୁଯାୟୀ ପୂଜନ ଗ୍ରାମ ଦେବୀଙ୍କୁ ସଂମାନ ପାରମ୍ପରିକ ରୀତି ନୀତିକୁ ପୁନଃ ପ୍ରଚଳନ କୁ ପ୍ରଥାକୁ ଦୂରୀକରଣ ଭଳି ସୁନ୍ଦର ପ୍ରଥାକୁ ଜାବୁଡି ଧରି ଯୌଥ ପରିବାରରେ କିପରି ନିଜ ନିଜ ଲୋକଙ୍କ ପାଇଁ ସର୍ବସ୍ୱ ବିନିମୟରେ ସହଯୋଗ କରିବା ପାଇଁ ଏହି ଋଷି ପରମ୍ପରାର ନିଦର୍ଶନ ଅଟେ। ସେହି ପରିପ୍ରେକ୍ଷୀରେ ରାୟଗଡ ର ଝଲକରେ କଳାହାଣ୍ଡି ବିଜେପୁର ଓ ତାପରେ ଏବେ ଗଜପତିକୁ ବ୍ୟାପିଛି। ଏହା ଲୋକାଦୃତ ହେବାରେ ଲାଗିଛି ତେଣୁ ଏହାର ପ୍ରଭାବ ଗଜପତି ଋଷିକ୍ଷେତ୍ର ଆଚାର୍ଯ୍ୟ ହରି ଭାଇଙ୍କ ନେତୃତ୍ୱରେ ରାଇଡ଼ ବ୍ଲକ ଲାଇ ଲାଇ ପଂଚାୟତର ଟିଲି ଗ୍ରାମର ଯମତରଙ୍ଗ ଗ୍ରାମକୁ ପାରମ୍ପରିକ ଲାଠି ନେଇ ଦୀର୍ଘ 3 କିମି ବାଟ ଚାଲି ପ୍ରାୟ 500 ଧର୍ମରକ୍ଷକ ମାନେ ବହୁ ଉତ୍ସାହରେ ପାରମ୍ପରିକ ଯାତ୍ରା କରିଥିଲେ। ସ୍ଥାନୀୟ ସଦର ମହକୁମାର ଆଇନ ଯିବି ଧର୍ମରକ୍ଷକ କୈଳାସ ଚନ୍ଦ୍ର ଗୌଡ଼ଙ୍କ ମାର୍ଗ ଦର୍ଶନରେ ଏହି ପର୍ବକୁ ସୁନ୍ଦର ରୂପ ଦିଆଯାଇଥିଲା। ରାୟଗଡ ଋଷିକ୍ଷେତ୍ରର ଋଷି କ୍ରାନ୍ତିକାରୀ ସାଧୁ କ୍ରାନ୍ତୀ ସ୍ୱରୂପା ନନ୍ଦ ଗିରୀଙ୍କ ପ୍ରୟାସକୁ ସାଧରଣରେ ଅତି ଆଦରର ସହ ଅପଣାଇବାର ସହ ଆଗାମୀ ଦିନରେ ସବୁ ଋଷି କ୍ଷେତ୍ରରେ ଆୟୋଜନ କରି ଧର୍ମ ଚେତନା ସୃଷ୍ଟି କରାଯିବ ବୋଲି ଶ୍ରୀ ଗିରୀ ମହାରାଜ କଗିଛନ୍ତି।

related posts

Leave a Comment