Home Breaking News / ତାଜା ଖବର କନ୍ଧମାଳ ଜିଲ୍ଲା ସଂଖ୍ୟାଲଘୁ ସଭାପତି ଲବିରେ ଏକାଧିକ ନେତା

କନ୍ଧମାଳ ଜିଲ୍ଲା ସଂଖ୍ୟାଲଘୁ ସଭାପତି ଲବିରେ ଏକାଧିକ ନେତା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ-୧୯/୯(ସୁନୀଲପଟନାୟକ): ଇତିମଧ୍ୟରେ ବିଜୁ ଜନତା ଦଳର କନ୍ଧମାଳ ଜିଲ୍ଲାର ବିଭିନ୍ନ ପଦପଦବୀରେ ନୂତନ କରି କର୍ତ୍ତାମାନଙ୍କୁ ନିଯୁକ୍ତି ମିଳିଥିବାବେଳେ ଜିଲ୍ଲା ସଂଖ୍ୟାଲଘୁ ସଂପ୍ରଦାୟ ସେଲ ନିମନ୍ତେ କାହାରିକୁ ଏ ଯାଏ ନିଯୁକ୍ତି ମିଳିନି । ସଭାପତି ଦୌଡରେ ବର୍ତ୍ତମାନସଭାପତି ଥିବା ଜୟା ନନ୍ଦନା ଏକ ପୁଣି ଆଶୀୟୀ ଥିବାବେଳେ ଯୁବନେତା ବିମଳ ନା ଏକ ରହିଛନ୍ତି । ସେହିପରି ଦାରିଙ୍ଗବାଡି ଓ ଜି.ଉଦୟ ଗିରି ଅଞ୍ଚଳର ମଧ୍ୟ କିଛି ସଂଖ୍ୟାଲଘୁ ବିଜେଡି ଯୁବନେତା ମଧ୍ୟ ଆଗ୍ରହୀ ଥିବା ଜଣାପଡିଛି । ଜୟାନନ୍ଦଙ୍କୁ କିଛି ଟାଣୁଆ ମନ୍ତ୍ରୀ ସମର୍ଥନ କରୁଥିବାବେଳେ ଯୁବନେତା ବିମଳଙ୍କୁ ଜିଲ୍ଲାର ଫୁଲ ବାଣୀ, ବାଲିଗୁଡ଼ା, ଓ ଜିଉଦୟ ଗିରି ବିଧାୟକ ସମର୍ଥନ କରୁଥିବା ଜଣାପଡିଛି ।
ଜୟାନନ୍ଦ ସଂଖ୍ୟାଲଘୁଙ୍କ ଉନ୍ନତି ପାଇଁ କିଛି ଭଲ କାମ କୁ ଆଡେ କରିଛନ୍ତି। ତାଙ୍କର ସଂଗଠନ ଦୃଢ ଥିବାବେଳେ ସାଂଗଠନିକ ଦକ୍ଷତା ମଧ୍ୟ ରହିଛି ।
ତେବେ ବିମଳଙ୍କୁ ସମସ୍ତ ବିଧାୟକମାନେ ସମର୍ଥନ ଦେଉଥିବା ରୁ ବିମଳନା ଏକଙ୍କ ପଲା ଭାରି ଥିବା ଶୁଣାଯାଉଛି ।
ସାଂସଦ ଲବିରେ ମଧ୍ୟ କିଛି ଆଶାୟୀ ଅଛନ୍ତି ।
ତେବେ ରାଜ୍ୟସ୍ତରରେ ସଭାପତି ଥିବା ମୁନା ଖାଁ ଏବେ ରାଜ୍ୟସଭା ସାଂସଦ ହେବା ଫଳରେ ସେ ଆଉ ସଂଖ୍ୟାଲଘୁ ସେଲ ର ସଭାପତି ପଦରେ ରହିବେ ନା ଅନ୍ୟ କାହାକୁ ଦଳ ନିଯୁକ୍ତି ଦେବ ସେନେଇ ଚୁଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରୁ ନ ଥିବାରୁ ଜିଲ୍ଲା ସଭାପତି ନିଯୁକ୍ତି ପ୍ରକ୍ରିୟା ମଧ୍ୟ ବିଳମ୍ବ ହେଉଥିବା କୁହାଯାଉଛି।
ତେବେ କିଏ କନ୍ଧମାଳ ଜିଲ୍ଲା ସଂଖ୍ୟାଲଘୁ ସେଲ ସଭାପତି ହେବେ ଦଳ କାହାକୁ ନିଯୁକ୍ତି ଦେଉଛି ତାହା ଦେଖିବାର କଥା ।

related posts

Leave a Comment