Home Breaking News / ତାଜା ଖବର ୪ ଚକିଆ ଗାଡିରେ ଏୟାରବ୍ୟାଗରେ ତ୍ରୁଟି, ୪ କୋଟି ଗାଡି ଫେରିବ କମ୍ପାନୀକୁ, ଜାଣନ୍ତୁ କେଉଁଠି?

୪ ଚକିଆ ଗାଡିରେ ଏୟାରବ୍ୟାଗରେ ତ୍ରୁଟି, ୪ କୋଟି ଗାଡି ଫେରିବ କମ୍ପାନୀକୁ, ଜାଣନ୍ତୁ କେଉଁଠି?

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆପଣ ଚାରି ଚକିଆ ଗାଡି ବ୍ୟବହାର କରୁଛନ୍ତି କି, ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରୀ । ଆମେରିକାରେ ଏବେ ଚାରି ଚକିଆ ଗାଡି କିଣିଥିବା ଲୋକଙ୍କ ମୁଣ୍ଡରେ ଭାଳେଣି ପଶିଲାଣି । ସୂଚନା ଅନୁସାରେ ଟକଟା କମ୍ପାନୀର ଚାରି ଚକିଆ ଗାଡି ଗୁଡିକରେ ଏୟାରବ୍ୟାଗରେ ତ୍ରୁଟି ଥିବା ଅଭିଯୋଗ ଆସିଛି । ଯାହା ସୁରକ୍ଷା କାରଣରୁ ଅତି ସାଂଘାତିକ । ଏହାକୁ ନେଇ ଆମେରିକାରେ ବର୍ତମାନ ଏୟାରବ୍ୟାଗ ଯାଂଚ ମିଶନ ଆରମ୍ଭହୋଇଛି । ଏହି କ୍ରମରେ ଆମେରିକାରେ ଟେସଲା, ଫୋର୍ଡ ଠାରୁ ଆରମ୍ଭ କରି ଟାଟା, ଜାଗୁଆର ଯାଏଁ ସମସ୍ତ ଗାଡି ଗୁଡିକର ଏୟାରବ୍ୟାଗ ଯାଂଚ ହେବ । ଏଥିପାଇଁ ଚାରି ଚକିଆ ଗାଡି ତିଆରି କରୁଥିବା କମ୍ପାନୀ ପ୍ରାୟ ୪ କୋଟି ଗାଡିକୁ କମ୍ପାନୀକୁ ଫେରାଇ ଆଣିବା ପାଇଁ ସୂଚନା ଜାରି କରିଛି ।
ନ୍ୟୁଜ ଏଜେନ୍ସି ରଏଟର ଅନୁସାରେ ଆମେରିକାର ହାଇୱେ ଟ୍ରାଫିକ ସେଫଟି ଆଡମିନିଷ୍ଟ୍ରେସନ ଶୁକ୍ରବାର ପ୍ରାୟ ୩ କୋଟି ଗାଡିର ଯାଂଚ ଆରମ୍ଭ କରିଛି । ୨୦୦୧ରୁ ୨୦୧୯ ମଧ୍ୟର୍ ଏହି ମଡେଲ ଗାଡି ଗୁଡିକ ବିକ୍ରି ହୋଇଥିଲା । ଏହା ପରେ ମଧ୍ୟ ପ୍ରାୟ ୧ କୋଟି ଚାରି ଚକିଆ ମଧ୍ୟ ଯାଂଚ ହୋଇପାରେ । ତେବେ ବର୍ତମାନ ସୁଦ୍ଧା କେଉଁ କମ୍ପାନୀର କେତେ ଗାଡି କମ୍ପାନୀକୁ ଫେରିବ , ଯାଂଚ ହେବ ସେ ନେଇ ମଧ୍ୟ କମ୍ପାନୀ ଗୁଡିକ କିଛି ସ୍ପଷ୍ଟ କରିନାହାନ୍ତି । ଏହି ଖବର ପରେ ହୋଣ୍ଡା ମୋଟର, ଫୋର୍ଡ ମୋଟର, ଜେନରାଲ ମୋଟର୍ସ, ନିସାନ ମୋଟର୍ସ, ଡାୟମଲର ଏଜି, ବିଏମଡବ୍ଲୁ, ଜାଗୁଆର ଆଣ୍ଡ ଲ୍ୟାଣ୍ଡ ରୋବର ପ୍ରମୁଖ କମ୍ପାନୀର ଗାଡି ଯାଂଚ ହେବା ନେଇ ସୂଚନା ରହିଛି ।

related posts

Leave a Comment