Home Breaking News / ତାଜା ଖବର ପାଟଣାଗଡ଼ ଲାୟନ୍ସ କ୍ଲବର ସଭାପତି ହେଲେ ସଦାଶିବ ସରାଫ

ପାଟଣାଗଡ଼ ଲାୟନ୍ସ କ୍ଲବର ସଭାପତି ହେଲେ ସଦାଶିବ ସରାଫ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପାଟଣାଗଡ଼(ପ୍ରିୟବ୍ରତ ସରାଫ): ପଟଣାଗଡ଼ ଲାୟନ୍ସ କ୍ଲବ ର ସଂସ୍ଥାପନ ସମାରୋହ ଲାୟନ୍ସ ଭୋକେସନାଲ ପବ୍ଲିକ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଯୋଗଦେଇ ଏଭଳି ଏକ ମହତ ସଂଗଠନ କୁ କରିବାକୁ ସମସ୍ତ ସଦସ୍ୟ ନିଜ ନିଜ ଉତ୍ସହ ଏବଂ ସହସକୁ ଉଜିବିତ କରି ରଖିବାକୁ ହ୍ରବ ବୋଲି ମତ ରଖିଥିଲେ । ସଂସ୍ଥାପନ ଅଧିକାରୀ ଭାବେ ଲାୟନ୍ସ ସଞ୍ଜୟ ସାହୁ ଯୋଗଦେଇ ଲାୟନ୍ସ ସଦାଶିବ ସରାଫଙ୍କୁ ସଭାପତି ଭାବେ ଶପଥ ପାଠ କରାଇଥିଲେ । କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ରେ ଲାୟନ୍ସ ଯମୁନା ପ୍ରସାଦ ଗୋଏଲ,ଲାୟନ୍ସ ଦୁର୍ଗାପ୍ରସାଦ ଶର୍ମା,
ଲାୟନ୍ସ ଗୋବିନ୍ଦ ଅଗ୍ରୱାଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଲାୟନ୍ସ ବେଣୁମାଧବ ଦୋରା ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଥିଲେ । ଏହି ଅବସରରେ 75 ଲକ୍ଷ ଟଙ୍କା ବ୍ୟୟ ଅଟକଳ ନିମିତ ହେବାକୁ ଥିବା ଲାୟନ୍ସ ଭୋକେସନାଲ ପବ୍ଲିକ ସ୍କୁଲ ର ଅତିରିକ୍ତ କୋଠା ର ଶିଳାନ୍ୟାସ କରାଯାଇଥିଲା । ଲାୟନ୍ସ ସଦାଶିବ ସରାଫ ଙ୍କ ସମେତ କେଶବ ଛାପଡିଆ,ମମତା ପାତ୍ର ଉପସଭାପତି , ଗଜାନନ ଅଗ୍ରୱାଲ ସମ୍ପାଦକ,ବିରନ୍ଦ୍ର ପାତ୍ର କୋଷାଧ୍ୟକ୍ଷ, ଭକ୍ତରାମ ବଗ ସେବା ମୁଖ୍ୟ, ମହାଦେବ ମେହେର ପ୍ରଚାର ମୁଖ୍ୟ, ଶ୍ରୀକାନ୍ତ ପାତ୍ର ଏଲସିଆଇଏପର ମୁଖ୍ୟ ଭାବେ ଶପଥ ଗ୍ରହଣ କରିଥିଲେ । ଲାୟନ୍ସ ମନୋଜ ନନ୍ଦ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଲେ ଲାୟନ୍ସ ଦର୍ପଗଜନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

related posts

Leave a Comment