Home Breaking News / ତାଜା ଖବର ଫୁଲବାଣୀ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ, ୭୧ଲକ୍ଷ ୪୩ହଜାର ଟଙ୍କା ଆଦାୟ

ଫୁଲବାଣୀ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ, ୭୧ଲକ୍ଷ ୪୩ହଜାର ଟଙ୍କା ଆଦାୟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲପଟନାୟକ): କନ୍ଧମାଳ ଜିଲ୍ଲା ଆଇନସେବା ପ୍ରାଧିକରଣପକ୍ଷରୁ ରବିବାର ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା। ଏଥିରେ ୭୧ ଲକ୍ଷ ୪୩ହଜାର ଟଙ୍କା ଆଦାୟ ହୋଇଥିବା ଜଣା ପଡିଛି ।
ଜିଲ୍ଲାଆଇନ ସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା ଜଜକୋର୍ଟ ପରିସରରେ ରବିବାର ଅନୁଷ୍ଠିତ ହୋଇଥିଲା ରାଷ୍ଟ୍ରୀୟ ଲୋକ ଅଦାଲତ । ବିଭିନ୍ନ ବିଭାଗ ତଥା ବ୍ୟାଙ୍କ ପକ୍ଷରୁ ଦୀର୍ଘ ବର୍ଷ ଧରି ଆଦାୟ ହୋଇ ପାରୁ ନ ଥିବା ଅର୍ଥ ଆଦାୟ ହୋଇଥିଲା। ବିଭିନ୍ନ ଅନ।ଦାୟ ଅର୍ଥ ଓ ସିଭିଲ କେ ସବାବଦରେ ୮୭ କେସର ଫଇସଲା କରି ମୋଟ ୨୮ଲକ୍ଷ ୨୫ ହଜାର ୧୯୯ ଟଙ୍କା ଆଦାୟ ହୋଇ ଥିଲା। ସେହିପରି ଗତ ଲୋକଅଦାଲତରେ ଫଇସଲା ହୋଇପାରିନଥିବା ୨୫୦କେସ ମଧ୍ୟରୁ ୫୪ ଟି
କେସର ଫଇସଲା କରି ୪୩ଲକ୍ଷ ୧୮ ହଜାର ୧ ୮ଟଙ୍କା ଆଦାୟ ହୋଇଥିଲା । ସେ ମଧ୍ୟ ରୁ ଏମଭି କେସ ମାମଲାରେ ୩୧ଲକ୍ଷ ୭୫ ହଜାର ଟଙ୍କା ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି ।
ଏହି ଲୋକ ଅଦାଲତରେ ଜିଲ୍ଲା ଜର୍ଜ ଶାରଦା ପ୍ରସାଦନା ଏକ, ସ୍ଵତନ୍ତ୍ର ଭିଜିଲାନ୍ସ ଜର୍ଜ ଶୁଭଦର୍ଶୀ ପଟନାୟକ, ସହକାରୀ ସେ ସନସ ଜଜ ଶିବାନୀ ଆଚାର୍ଯ୍ୟଙ୍କ ସମେତ ଅନେକ ବିଚାରପତି ଉପସ୍ଥିତ ଥିଲେ। ସେହିପରି ଫୁଲ ବାଣୀ ବାର ଏସେ।ସିଏସନର ସଭ୍ୟମାନେ ଉପସ୍ଥିତ ଥିଲେ।

related posts

Leave a Comment