Home Breaking News / ତାଜା ଖବର ବଡମ୍ବା ବିଧାୟକଙ୍କ ଦ୍ଵାରା ମହିଳାମାନଙ୍କୁ ଚେକ ବଣ୍ଟନ

ବଡମ୍ବା ବିଧାୟକଙ୍କ ଦ୍ଵାରା ମହିଳାମାନଙ୍କୁ ଚେକ ବଣ୍ଟନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଡମ୍ବା(ଶକ୍ତି ସ୍ୱର ରଣା): ମହିଳା ଶକ୍ତିର ଶକ୍ତି ବୃଦ୍ଧି ପାଇଁ ଚେକ ବାଣ୍ଟିଲେ ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର | କଟକ ଜିଲ୍ଲାର ବଡମ୍ବା ବ୍ଲକ ସମିଳନୀ କକ୍ଷରେ ବ୍ଲକ ଅଧକ୍ଷା ଶ୍ରୀମତୀ ଅନୁସୟା ନାୟକ ଙ୍କ ସଭାପତିତ୍ୱ ରେ ମିଶନଶକ୍ତି ଓ ଓଡ଼ିଶା ଜୀବିକା ମିଶନ ଏକ ସମନ୍ୱୟ ମେଳା ଆୟୋଜନ କରାଯାଇଥିଲା| ଏହି କାଯ୍ୟକ୍ରମ ରେ ବଡମ୍ବା ବିଧାୟକ ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ, ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ନବିନ ସରକାର ମହିଳା ମାନଙ୍କୁ ସବୁବେଳେ ଆଗ ଧାଡିରେ ରଖୁଛନ୍ତି| ମହିଳା ମାନଙ୍କୁ ବିନା ସୁଧରେ ପ୍ରାୟ ଅଢେ଼ଇ କୋଟି ଟଙ୍କାର ଋଣ ସୁବିଧା ଦେଇ, ତାହାକୁ କିଭଳି ମହିଳା ମାନେ ଲାଭ ଜନିତ କାମ କରିବେ ତାହା ଉପରେ ବିଧାୟକ ଶ୍ରୀ ମିଶ୍ର ଆଲୋକପାତ କରି ଥିଲେ| ଏହାସହିତ ବ୍ଲକ ପରିସର ଭିତରେ ବିଧାୟକ ଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ମିଶନଶକ୍ତି ଦ୍ଵାରା କିଚିନେ ଘର ଉଦଘାଟନ କରିଥିଲେ |ଏହି କାଯ୍ୟକ୍ରମ ରେ ବିଡ଼ିଓ ଶ୍ରୀ ଉତ୍କଳ ରଂଜନ ଆଚାଯ୍ୟ,ବ୍ଲକ ଉପାଧକ୍ଷ ଶ୍ରୀ ସଦାନନ୍ଦ ବାବୁ,ନିଜିଗଡ଼ ସମିତି ସଭ୍ୟ ମୁରଲୀ ଧର ମହାପାତ୍ର,ଗୋପପୁର ସରପଞ୍ଚ ଶ୍ରୀ ସାହୁ, ଝାଜିଆ ସମିତି ସଭ୍ୟା ମଞ୍ଜୁ ଲତା ଦେଇ, ସିଡିପିଓ ପ୍ରମିଳା ଦେଇ, ବିପିଏମ ମୋନାଲିସା ତ୍ରିପାଠୀ,ମିଶନଶକ୍ତି ବିପିସି ଓଡ଼ିଶା ଜୀବିକା ମିଶନ ବିଏଲସି ଓ 38 ଗୋଟି ଜିପିଏଲଏଫ ର ଏମିବିକେ ଉପସ୍ଥିତ ଥିଲେ| ବିଧାୟକ ମିଶ୍ର ଙ୍କ ର ଏଭଳି କାର୍ଯକୁ ସମସ୍ତେ ପ୍ରଶଂସା କରିଛନ୍ତି |ସାଧାରଣରେ ଆଲୋଚନା ଏମିତି ନେତା ଭାଗ୍ୟରେ ଥିଲେ ମିଳେ

related posts

Leave a Comment