Home Breaking News / ତାଜା ଖବର ସମାଜର ପୂର୍ବତନ କାର୍ଯ୍ୟକାରି ସଂପାଦିକା ତଥା ପ୍ରଖ୍ୟାତ ସାହିତ୍ୟିକା, ସମାଜସେବୀକା ମନୋରମାଙ୍କ ବିୟୋଗରେ ଶୋକ

ସମାଜର ପୂର୍ବତନ କାର୍ଯ୍ୟକାରି ସଂପାଦିକା ତଥା ପ୍ରଖ୍ୟାତ ସାହିତ୍ୟିକା, ସମାଜସେବୀକା ମନୋରମାଙ୍କ ବିୟୋଗରେ ଶୋକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲପଟନାୟକ): ସମାଜର ପୂର୍ବତନ କାର୍ଯ୍ୟକାରୀ ସଂପାଦିକା ପ୍ରଫେସର ଡକ୍ଟର ମନୋରମା ମହାପାତ୍ର ଙ୍କ ପରଲୋକରେ ରବିବାର ଆଜିଫୁଲବାଣୀ ପ୍ରେସ କ୍ଲବରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା .। ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଶୋକ ସଭାରେ ପ୍ରଥମେ ସ୍ଵର୍ଗତ ପ୍ରଫେସର ଡକ୍ଟରମନୋରମା ମହାପାତ୍ରଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନଟ ନୀରବ ପ୍ରାର୍ଥନା କରାଯାଇଥିଲା ।
ପ୍ର ଫେସର ଡକ୍ଟର ମନୋରମା ମହାପାତ୍ର ଏକାଧାରରେ ସାମ୍ବାଦିକା । ସଂପାଦିକା,ସାହିତିକା ସମାଜସେବିକା ଥିଲେ । କେବଳ ସେତିକି ନୁହେଁ ଶ୍ରୀଜଗନାଥ ସଂସ୍କୃତି ଓ ଚେତନାର ସାବଳୀୟ ଓ ଲାଳିତ୍ୟ ଭାଷ୍ୟକାର ମଧ୍ୟ ଥିଲେ । ସାହିତ୍ୟ ଓ ଗଣ ମାଧ୍ୟମ ଜଗତ ପାଇଁ ତାଙ୍କର ଅବଦାନ ତଥା ସମାଜସେବା କ୍ଷେତ୍ରରେ କାମ ତାଙ୍କୁ ଚିର ସ୍ମରଣୀୟ ରଖିବ ବୋଲି ସଭାପତି ସୁନୀଲ ପଟ୍ଟନାୟକ କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ଅଶୋକ ପରିଡ଼ା, ଉପ ସଭାପତି ସତ୍ୟ ବେହେରା,ସୁନୀଲ ବିଶ୍ୱାଳ , ବରୀ ଷ୍ଠ ସାମ୍ବାଦିକ ସନ୍ତୋଷ ଡିଗଲ,ସମାଜ ପ୍ରତିନିଧି ଅଶୋକ ମହାନ୍ତି, ପ୍ରଶାନ୍ତ ଜେନା ଆଦିତ୍ୟ ତ୍ରୀପାଠି,ଶିବ ନାୟକ ବିଭୁତି ଲହରିଆ, ପ୍ରମୁଖ ବହୁ ସାମ୍ବାଦିକ ଯୋଗ ଦେଇ ଅମର ଆତ୍ମାର ସଦଗତି କାମନା କରିବା ସହ ସ୍ଵର୍ଗତ ପ୍ରଫେସର ଡକ୍ଟର ମନୋରମା ମହାପାତ୍ର ଓଡ଼ିଆ ସାହିତ୍ୟ, ସେବା , ସାମ୍ବାଦିକତା କ୍ଷେତ୍ରରେ ଯେଉଁ ଛାପ ଛାଡ଼ିଯାଇଛନ୍ତି ତାହା ଅବିସ୍ମରଣୀୟ ବୋଲି କହିଥିଲେ। ପ୍ରେସକ୍ଲବ ସହ ସମ୍ପାଦକ ରମେଶ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ

related posts

Leave a Comment