Home Breaking News / ତାଜା ଖବର ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷ ଶନ୍ତୋଷ କୁମାର ଭୋଇ ସଡ଼କ ଦୁର୍ଘଟଣାରେ ଆହତ, ଅଧିକ ଚିକିତ୍ସା ପାଇଁ ବୁର୍ଲା ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ

ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷ ଶନ୍ତୋଷ କୁମାର ଭୋଇ ସଡ଼କ ଦୁର୍ଘଟଣାରେ ଆହତ, ଅଧିକ ଚିକିତ୍ସା ପାଇଁ ବୁର୍ଲା ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ପୁର୍ବତନ ବ୍ଲକ ଅଧ୍ୟକ୍ଷ ତଥା ସୁବର୍ଣ୍ଣପୁର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ସନ୍ତୋଷ କୁମାର ଭୋଇ ଶନିବାର ଦିନ ଚାରିଟା ବେଳେ ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଶ୍ରୀ ଯୁକ୍ତ ଭୋଇ ତାଙ୍କର ଟୟେଟା ଗାଡ଼ି ନମ୍ବର ଓଡି–୧୫ଏମ୍ ୬୫୭୭ ଲୁତୁରପଙ୍କ ଥିବା ତାଙ୍କ ଫାର୍ମ ହାଉସ କୁ ଯାଉଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଏଥିରେ ତାଙ୍କର ମୁଣ୍ଡରେ ଆଘାତ ହୋଇଛି । ତାଙ୍କୁ ତୁରନ୍ତ ବୀରମହାରାଜପୁର ଡାକ୍ତରଖାନା କୁ ଅଣାଯାଇଥିଲା । ଏଠାରେ ପ୍ରାଥମିକ ଚିକିତ୍ସା ପରେ ସୁବର୍ଣ୍ଣପୁର ଜିଲ୍ଲା ସଦରମହକୁମା କୁ ସ୍ଥାନାନ୍ତରିତ କରାଯାଇଥିଲା । ଯେହେତୁ ମୁଣ୍ଡରେ ଆଘାତ ହୋଇଛି ସେଥିପାଇଁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ସଡ଼କ ଦୁର୍ଘଟଣାରେ ଶ୍ରୀ ଯୁକ୍ତ ଭୋଇଙ୍କ ଟୟଟା ଗାଡ଼ି ଅନେକ ସ୍ଥାନରେ ଭାଙ୍ଗି ଯାଇଛି । ଗାଡିରେ ଲାଗିଥିବା ବେଲୁନ ଯୋଗୁଁ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣାରୁ ରକ୍ଷା ପାଇଯାଇଛନ୍ତି ଶ୍ରୀ ଯୁକ୍ତ ଭୋଇ । ଦୁର୍ଘଟଣା ବେଳେ ଗାଡ଼ିର ବସିଥିବା ଅନ୍ୟ ଦୁଇ ଜଣ ବ୍ୟକ୍ତି ପଦାର୍ଥ ଜଗଦଲା ଓ ପ୍ରଦୃନ୍ନ ଭୋଇଙ୍କ କିଛି ଅସୁବିଧା ହୋଇନାହିଁ ବୋଲି ଆମ ପ୍ରତିନିଧି ଙ୍କୁ ସୁଚନା ଦେଇଛନ୍ତି । ମୋର ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଅଛି ଏଣୁ ମୋର ସୁବେଚ୍ଛୁ ମାନେ ବିଛି ବ୍ୟସ୍ତ ହୁଅନ୍ତୁ ନାହିଁ ବାବା ରଣେସ୍ବର ଓ ମାଁ ରାମଚଣ୍ଡୀ ଙ୍କ କୃପାରୁ ମୁଁ ଶିଘ୍ର ଭଲ ହୋଇ ବୀରମହାରାଜପୁର ଫେରୁଛି ବୋଲି କହିଛନ୍ତି ।

related posts

Leave a Comment