Home Breaking News / ତାଜା ଖବର ମିଶ୍ରପାଲିରେ ନୂତନ ଭାବରେ ନିର୍ମାଣ ହେବାକୁ ଥିବା ମିନି ଅଙ୍ଗନୱାଡ଼ି କେନ୍ଦ୍ର ରାସ୍ତା ଚିହ୍ନଟ ସମୟରେ ତୁମୁଲ କାଣ୍ଡ ଅଧା‌ରେ ବନ୍ଦ ହେଲା ଚିହ୍ନଟ ପ୍ରକ୍ରୀୟା

ମିଶ୍ରପାଲିରେ ନୂତନ ଭାବରେ ନିର୍ମାଣ ହେବାକୁ ଥିବା ମିନି ଅଙ୍ଗନୱାଡ଼ି କେନ୍ଦ୍ର ରାସ୍ତା ଚିହ୍ନଟ ସମୟରେ ତୁମୁଲ କାଣ୍ଡ ଅଧା‌ରେ ବନ୍ଦ ହେଲା ଚିହ୍ନଟ ପ୍ରକ୍ରୀୟା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିନିକା: ବିନିକା ଏନଏସି ଅନ୍ତଗର୍ତ ୧୨ ନମ୍ବର ୱାଡ଼ ମିଶ୍ରପାଲି ଠାରେ ନୂତନ ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ ପାଇଁ ଚିହ୍ନଟ ହୋଇଥିବା ଯାଗା ରାସ୍ତା ଚିହ୍ନ ପାଇଁ ବିନିକା ତହସିଲଦାର ଅଲେଖ ଘୁଟା , ବିନିକା ଥାନା ଏସଆଇ ସୂର୍ଯ୍ୟକାନ୍ତ ସେଠୀସମେତ ଏନଏସି କର୍ମକର୍ତ୍ତା ,ରେକଡ଼ରୁମ ଅମିନ ଓ ପଡ଼ାବାସି ଉପସ୍ତିତତରେ ରାସ୍ତା ଚିହ୍ନଟ ଚାଲିଥିଲାବେଲେ ଚିହ୍ନଟ ପ୍ରକ୍ରୀୟାରରେ ସହଯୋଗ କରୁଥିବା ବ୍ୟକ୍ତିଙ୍କୁ ଅଚାନକ ଅକ୍ରମଣ ପରେ ମାଡ଼ ପିଟ ହୋଇ ତୁମୁଳ କାଣ୍ଟ ସୃଷ୍ଟି ହୋଇଥିଲା ା ସେଠଟାରେ ଥିବା ପୁଲିସ କର୍ମଚାଣି ମାନେ ସମସ୍ତଙ୍କୁ ବୁଝା ସୁଝା କରି ଆୟତ୍ତ କରିଥିଲେ ା ପରେ ବିନିକା ଥାନାକୁ ଆସି ଚିହ୍ନଟ ସମୟରେ ମାଡ଼ ଖାଇଥିବା ଗଣେଷ ମୁଣ୍ଡା ମିଶ୍ରପାଲିର ରେଖା କର ସମସ୍ତଙ୍କ ଉପସ୍ତିତରେ ମତେ ମାଡ଼ ମାରିବାସହ ଧମକ ଚମକ ଦେଇଥିବା ବିନିକା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ାଏନେଇ ବିନିକା ଥାନେ ୧୭୬/୧୮-୯ ଏକ ମାମାଲା ରୁଜୁ ହୋଇ ବିନିକା ଥାନା ଏସଆଇ ଶ୍ରୀ ସେଠୀ ତଦନ୍ତ କରୁଥିବା ପ୍ରକାଶ କରିଛନ୍ତି ା ସୁଚନା ଯୋଗ୍ୟ ମିନି ଅଙ୍ଗନୱାଡ଼ି ଗୃହ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ୫ଲକ୍ଷ ଅନୁଦାନ ଦେଇଛନ୍ତି ା କିନ୍ତୁ ଜାଗାଚିହ୍ନଟ ହୋଇଥିବା ଯାଗା ପାଖରେ ମିଶ୍ରପାଲିର ନାଗା ନାଗ ଓ ସୁଦର୍ଶନ ନାଗ ଉଭୟ ପରିବାର ଙ୍କୁ ବିନିକା ଏନଏସି ପକ୍ଷରୁ ଏଲ.ଆର.ସି ପଟ୍ଟା ପ୍ରଦାନ କରିଛନ୍ତି ା କିନ୍ତୁ ସେମାନେ ପଟ୍ଟା ପାଇଥିବା ଯାଗାରେ ଘର ନିର୍ମାଣ ନକରି ଅନ୍ୟତ୍ର ଘର ନିର୍ମାଣ କରୁଥିବାରୁ ମିନି ଅଙ୍ଗନୱାଡ଼ି ରାସ୍ତା ମିଲିବ ନାହିଁ ବୋଲି ଦିର୍ଘଦିନ ହେବ ବିନିକା ଏନଏସି କାର୍ଯ୍ୟନିର୍ବ‌ାହି ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ କରିଥିଲେ ା ସେଥିରେ କିଛି ସୁଫଳ ପାଇନ ଥିବାରୁ ଆଜି ମିଶ୍ର ପାଲି ଅନେକ ଜନସାଧାରଣ ତହସିଲଦାର କାର୍ଯ୍ୟଳୟକୁ ଆସି ତହସିଲଦାରକୁ ତୁରନ୍ତ ସେଠାକୁ ରାସ୍ତା ଚିହ୍ନଟ କରିବାକୁ ଏକ ଦାବିପତ୍ର ଦେବାସହ ତୁରନ୍ତ କାର୍ଯ୍ୟ କରିବାକୁ ତହସିଲ କାର୍ଯ୍ୟ ସମ୍ମୁଖରେ ଅଡ଼ି ବସିଥିଲେ ା ସଙ୍ଗେ ସଙ୍ଗେ ବିନିକା ତହସିଲଦାର ଶ୍ରୀ ଘୁଟା ବିନିକା ପୁଲିସ,କୋଟ ଅମିନ କୁ ସାଙ୍ଗରେ ଧରି ମିଶ୍ର ପାଲିକୁ ଯାଇଥିଲେ ା ସେଠାରେ ରାସ୍ତା ଚିହ୍ନଟ ସମୟରେ ଏପରି ତୁମୁଲ କାଣ୍ଡ ହେବାରୁ କାର୍ଯ୍ୟ ସେଠାରେ ବନ୍ଦ କରିଥିଲେ ା ଏନେଇ ତହସିଲଦାର ଶ୍ରୀ ଘୁଟାକୁ ପଚରାଯିବାରୁ ର୍ମୁ ବିନିକା ଆରଆଇ ଙ୍କୁ ସରଜମିନ ତଦନ୍ତ କରି ରିପୋଟ ଦେବାକୁ ଆଦେଶ ଦେଇଛି ‌ଆରଆଇ ପାଇରୁ ରିପୋଟ ଆସିଲାପରେ ନିୟମ ଅନୁଶାରେ କାର୍ଯ୍ୟନୁଷ୍ଟାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ା ବିନିକା ତହସିଲଦାରକୁ ଦାବିନତ୍ର ଦେବାସମୟରେ ମିଶ୍ରପାଲିର ନରେନ୍ଦ୍ର ଲବଣୀ, ଦୁଃଖୁ ମୁଣ୍ଡା, ଶ୍ରବଣ ମୁନ୍ଦୁଲି, ବଲରାମ ସର, ଶଙ୍କର ନାଗ , ଦୁଃଖ୍ ଲବଣୀ, ଡ଼ୁଗୁରୁ ସର, ଜତନ ମୁଣ୍ଡା, ସମାରୁ ଲବଣୀ, ମିନୁ ଷାଣ୍ଡ, ଅଜିତ ଲବଣୀ, ମନ ଚିରଗୁଣୀ, ରଞ୍ଜନ ଚିରଗୁଣୀ, ନାରଦ ଚିରଗୁଣୀ, ଶ୍ୟାମ ସୁନ୍ଦର ଚିରଗୁଣୀ, ଲକ୍ଷିନ୍ଦ୍ର ବାଘ ପ୍ରମୁଖ ଉପସ୍ତିତ ଥିଲେ ା

related posts

Leave a Comment