Home Breaking News / ତାଜା ଖବର ଭାରତୀୟ ମଜଦୁର ସଙ୍ଘ ତରଫରୁ ରାଷ୍ଟ୍ରୀୟ ଶ୍ରମିକ ଦିବସ ପାଳିତ

ଭାରତୀୟ ମଜଦୁର ସଙ୍ଘ ତରଫରୁ ରାଷ୍ଟ୍ରୀୟ ଶ୍ରମିକ ଦିବସ ପାଳିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ରାୟଗଡା ଜିଲ୍ଲା ଭାରତୀୟ ମଜଦୁର ସଙ୍ଘ ଜିଲ୍ଲା ସମ୍ପାଦକ ଖଗେଶ୍ବର ସିଂ ନେତୃତ୍ୱରେ ବିଶ୍ଵକର୍ମା ଜୟନ୍ତୀ ବା ରାଷ୍ଟ୍ରୀୟ ଶ୍ରମିକ ଦିବସ ,ସ୍ଥାନୀୟ ଠକ୍କର ବାପା ଆଶ୍ରମ ପରିସରରେ ମହା ସମାହାର ରେ ପାଳିତ ହୋଇଥିଲା । ରାୟଗଡା ରେଳବାଇ ଛକଠାରୁ ମା ଭାରତ ମାତା ଓ ପ୍ରଭୁ ବିଶ୍ଵକର୍ମା ଙ୍କ ଫୋଟ ଚିତ୍ର କୁ ରଥ ରେ ଆରୋହଣ କରି ସଙ୍ଘ ଦ୍ୱାରା ପରିଚାଳିତ ବିଭିନ୍ନ ସଂଘଟନ ର ଏକ ହଜାର ରୁ ଉର୍ଦ୍ଧ ଶ୍ରମିକ ଶ୍ରମିକାଙ୍କୁ ନେଇ ନୃତ୍ୟବାଦ୍ୟର ତାଳେ ତାଳେ ସହର ପରିକ୍ରମା କରି ସଭାସ୍ଥଳୀ କୁ ପହଞ୍ଚିଥିଲେ, ଉକ୍ତ ସଭାରେ ରାୟଗଡା ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରତାପଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ,ମୁଖ୍ୟ ବକ୍ତା ଭାବେ ଭାରତୀୟ ରାଜ୍ୟ ସମ୍ପାଦକ ତଥା ଜିଲ୍ଲା ପ୍ରଭାରୀ ଶ୍ରୀ ଯୋଗେଶ୍ୱର ଦାସ ସମ୍ମାନୀୟ ଅତିଥି ଭାବେ ଓଡିଶା କୋଠା ବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ମଜଦୁର ସଙ୍ଘ ର ରାଜ୍ୟ ସଭାପତି ତଥା ବି ଏମ ଏସ ଆଇନ ପରାମର୍ଶ ଦାତା ଶ୍ରୀ ଅରୁଣ କୁମାର ଲେଙ୍କା ମଞ୍ଚ।ସିନ ଥିଲେ ,ମୁଖ୍ୟ ଅତିଥିଙ୍କ ଦ୍ୱାରା ଫୋଟ ଚିତ୍ର ରେ ପୁଷ୍ପ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରୋଜଳନ କରି ଠକ୍କର ବାପା ପ୍ରତିମୂର୍ତିରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ, ତତ୍ତସହିତ ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀ ଙ୍କ ଦ୍ଵାରା ଶ୍ରମିକ ସଙ୍ଗୀତ ଗାନ କରାଯାଇଥିଲା,
। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଉପଜିଲ୍ଲାପାଳ ନିଜ ବକ୍ତବ୍ୟ ରେ ମତ ପ୍ରକାଶ କରିଥିଲେ ଯେ ଭାରତୀୟ ମଜଦୁର ସଙ୍ଘର ଶ୍ରମିକ ସଚେତନ କାର୍ଯ୍ୟ କର୍ମ କୁ ବୋହୁତ ପ୍ରଶଂସା କରିବା ସହ ଉପସ୍ଥିତ ମହିଳା ଓ ପୁରୁଷ ଶ୍ରମିକ ମାନଙ୍କୁ ପଞ୍ଜିକୃତ ହୋଇ ସରକାରଙ୍କ ବିଭିନ୍ନ ସହାୟତାର ବାଟ ଦେଖାଇ ଥିଲେ । କାର୍ଯ୍ୟକ୍ରମ କୁ ଭାରତୀୟ ମଜଦୁର ସଙ୍ଘ ର ଜୟନ୍ତୀ ପଦ୍ମାଳୟ। ସାହୁ,ଉସାରାଣୀ ଦାସ ,ପୁଷ୍ପା ବେଉରୀ, ମନୋରମା ବେନିଆ ,କସ୍ତୁରୀ ନାୟକ,ଘସିରାମ ଜୟସିଂ ,ଦୁର୍ଗମାଧଵ ଘୋଷ ,ତିରୁପତି ରାଓ ,ଏସ ଦୁର୍ଗା ,ସହଦେଵ ନାୟକ,ଏମ ରାମ ବାବୁ ,ରମେଶ କିଲାନା,ନିର୍ମଳ କଣ୍ଠ ,ଯୁଗଳ କିଶୋର ଜେନା,ଆନନ୍ଦ ରାଉଳ ,ଧନଞ୍ଜୟ କଣ୍ଟା ବାଉଁଶ ,ପ୍ରଳୟ ସାହୁ ,ସୁରେନ୍ଦ୍ର କଦ୍ରାକା ସହଯୋଗ କରିଥିବାବେଳେ ଭାରତୀୟ ମଜଦୁର ସଙ୍ଘ ର ଜିଲ୍ଲା କାର୍ଯ୍ୟ କାରୀ ସଭାପତି ଶ୍ରୀ ମୋହନ ରାଓ ମାଝୀ ଉପସ୍ଥିତ ସମସ୍ତ କାର୍ଯ୍ୟ କର୍ତାଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।

related posts

Leave a Comment