Home Breaking News / ତାଜା ଖବର ମହିଳାଙ୍କୁ ଗାଁ ଦାଣ୍ଡରେ ଆକ୍ରମଣ

ମହିଳାଙ୍କୁ ଗାଁ ଦାଣ୍ଡରେ ଆକ୍ରମଣ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ): ଲାଟିନ୍ ପାଣି ବ୍ୟକ୍ତିଗତ ଜମି କୁ ଛାଡ଼ିଦେବା କୁ ବିରୋଧ କରିବାରୁ ମହିଳାଙ୍କୁ ଗାଁ ଦାଣ୍ଡରେ ମାଡ଼ ମାରି ଲହୁଲୁହାଣ କରିଦେଲେ ପଡୋଶୀ।
କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଗୋପପୁର ଗାଁ ର ସୁଶୀଳା ଦାସ ନିଜ ଜମି ଉପରକୁ ପଡୋଶୀ କୃଷ୍ଣଚନ୍ଦ୍ର ଦାସ ଓ ବଟକୃଷ୍ଣ ଦାସ ଙ୍କ ଲାଟିନ ର ଦୁଷିତ ପାଣି କୁ ବାରଂବାର ଛାଡ଼ିବାକୁ ନେଇ ଅନେକ ବାର ଉଭୟ ପଡୋଶୀଙ୍କ ମଧ୍ୟରେ ଉଚ୍ଚବାଚ ହୋଇଛି। ଆଜି କିନ୍ତୁ ଘଟଣା ଏତେ ଉଗ୍ର ରୂପ ନେଲାଯେ, ଏହି ଘଟଣା କୁ ସୁଶୀଳା ବିରୋଧ କରିବାରୁ ତାଙ୍କୁ ଏକ କାଠ ଫାଳିଆ ଦ୍ୱାରା ପଡୋଶୀ ବଟକୃଷ୍ଣ ଓ କୃଷ୍ଣଚନ୍ଦ୍ର ମୁଣ୍ଡକୁ ମାଡ଼ ମାରି ଫଟାଇ ଦେଇଥିଲେ। ଗାଁ ଦାଣ୍ଡରେ ଅନେକ ସମୟ ସୁଶୀଳା ମୂମୂର୍ଷ ଅବସ୍ଥାରେ ପଡ଼ି ରହିଥିବା ବେଳେ ଗାଁ ଲୋକଙ୍କ ସହାୟତା ରେ ୧୦୮ ରେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କୁ ପଠାଇଥିଲେ। ଏହି ଖବର ପାଇ ସୁଶୀଳା ଙ୍କ ବିବାହିତ ଝିଅ ପହଞ୍ଚି ନିଶ୍ଚିନ୍ତକୋଇଲି ଥାନା ରେ ଲିଖିତ ଅଭିଯୋଗ କରିଥିଲେ।ପରେ ନିଶ୍ଚିନ୍ତକୋଇଲି ପୋଲିସ କୃଷ୍ଣଚନ୍ଦ୍ର ଓ ବଟକୃଷ୍ଣ ଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

related posts

Leave a Comment