Home Breaking News / ତାଜା ଖବର ବ୍ୟକ୍ତିଙ୍କୁ ମିଳୁନି ସରକାରଙ୍କ ଆବାସ ଯୋଜନା

ବ୍ୟକ୍ତିଙ୍କୁ ମିଳୁନି ସରକାରଙ୍କ ଆବାସ ଯୋଜନା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଏଠି ସରକାର ଙ୍କ ଆବାସ ଯୋଜନା ଅଯୋଗ୍ୟ ବ୍ୟକ୍ତିଙ୍କୁ ମିଳୁଛି କିନ୍ତୁ ଯୋଗ୍ୟ ବ୍ୟକ୍ତି ଦୌଡ଼ି ଦୌଡ଼ି ଚପଲ ଛିଣ୍ଡି ଯାଉଛି କିନ୍ତୁ ପାଇ ପାରୁ ନାହିଁ ଆବସ ଯୋଯନା ଟିଏ | ପରିତ୍ୟକ୍ତ ଘରେ ନିଜ ଜୀବନ କୁ ବାଜି ଲଗାଇ ରହୁଛନ୍ତି କାମାକ୍ଷାନଗର ବ୍ଲକ ବାଉଁଶପାଳ ପଞ୍ଚାୟତ ର ବାଙ୍ଗୁରା ଗ୍ରାମର ଅରକ୍ଷିତ ସାମଲ (୬୭) ନିଜ ପତ୍ନୀ ପଞ୍ଚାଳୀ ସାମଲ(୫୫) ଏବଂ ୧ମାତ୍ର ପୁତ୍ର ବିଶ୍ବଜିତ୍ ସାମଲ (୧୩)ନେଇ ଅତି ଦୟନିୟ ଅବସ୍ଥାରେ ରହୁଛନ୍ତି | ବର୍ଷା ଯୋଗୁଁ କେତେବେଳେ କାନ୍ଥ ଖସିପଡୁଛି ତ କେତେବେଳେ ଏହି ପରିତ୍ୟକ୍ତ ଘରୁ ବିଷଧର ସାପ ମଧ୍ୟ ବାହାରୁଛନ୍ତି |ଘର ଭିତରୁ କେତେବେଳେ ଜହ୍ନ ତ କେତେବେଳେ ତାରା ଦେଖାଯାଉଛି | ବର୍ଷା ହେଲେ ରୋଷେଇ କରିହୁଏ ନାହିଁ କି ଶୋଇବା ପାଇଁ ଜାଗା ମିଳେ ନାହିଁ | ବୋଝ ଉପରେ ନଳିତା ବିଡା ସଦୃଶ ଗ୍ରାମ ଭିତରେ ବିଭିନ୍ନ ସମୟରେ ହାତି ଉପଦ୍ରବ ହେଉଥିବା ସମୟରେ ଅରକ୍ଷିତ ଙ୍କ ପରିବାର ଯାଇ ପଡୋଶୀ ଘରେ ରାତ୍ରି ଯାପନ କରୁଛନ୍ତି | ଦିନ ମଜୁରିଆ ହୋଇଥିବା ରୁ ସେ କେବଳ ପେଟକୁ ଦୁଇ ମୁଠା ଖାଦ୍ୟ ଯୋଗାଡ କରିପାରୁଛନ୍ତି କିନ୍ତୁ ଏହି ପରିଣତ ବୟସରେ ପକା ଘର ଖଣ୍ଡେ କରିବା ତ ତାଙ୍କ ପାଇଁ ସାତ ସପନ | ବିଭିନ୍ନ ସମୟରେ ଅନେକ ଯାଗାରେ ଗୁହାରି କରି ନିରାଶ ହେବା ପରେ ଭଗବାନଙ୍କ ଭରସାରେ ରହିଛନ୍ତି ଉକ୍ତ ପରିବାର | ଅରକ୍ଷିତ ଙ୍କ ପଡ଼ୋଶୀ ଙ୍କ କହିବା କଥା ଉକ୍ତ ପରିବାର ଟି ଘର ପାଇଁ ବୋହୁତ୍ ଅସୁବିଧା ରେ ଅଛି ସରକାର ଙ୍କ ତରଫରୁ ତଦନ୍ତ କରି ଆବାସ ଯୋଯନା ରେ ଘର ଖଣ୍ଡେ ମିଳିଲେ ଉକ୍ତ ପରିବାର ଟି ଉପକୃତ ହୁଅନ୍ତେ ବୋଲି କହିଛନ୍ତି ଭାରତୀ ସାମଲ, ସତ୍ୟାନନ୍ଦ ସାମଲ, ତ୍ରିନାଥ ସାମଲ, ଶରତ ସାମଲ, ସରୋଯ ସାମଲ |

related posts

Leave a Comment