Home Breaking News / ତାଜା ଖବର ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ସମ୍ପର୍କରେ ତାଲିମ

ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ସମ୍ପର୍କରେ ତାଲିମ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲପଟନାୟକ): ସରକାରଙ୍କ କାର୍ଯ୍ୟକାରୀ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଯେପରି ତୃଟି ପୂର୍ଣ୍ଣ ଓ ଦୁର୍ନିତୀ ମୁକ୍ତଭାବେ କରାଯାଇପାରିବ ଓ ପ୍ରକୃତ ହିତାଧିକାରି ମାନେ ଯେପରି ଏହି ଯୋଜନାରେ ଉପକୃତ ହୋଇପାରିବେ ସେ ନେଇ ଏକ ଦିନିକିଆ ତାଲିମ କାର୍ଯ୍ୟକ୍ରମ ଟିକାବାଲି ବ୍ଳକ୍ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଥିଲା।
ଏହି ଅବସରରେ ଟିକାବାଲି ବିଡିଓ ଫକୀର ଚରଣ ପରିଡା, ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ , ମୁଖ୍ୟ ବକ୍ତା ଭାବେ ଜ଼ିଲ୍ଲା ସାମାଜିକ ସମୀକ୍ଷକ ଡି ଆର ଡି ଏ ଯୋଗ ଦେଇଥିଲେ l
ସେହିପରି ଡିଏ ସଏ, ଡିଆରଡିଏ ଦୁଶାସନ ସିଂ, ଏମଆଇ ଜି. ଉଦୟଗିରି ଚିତ୍ତ ରଞ୍ଜନ ବେହେରା , ଏମ ଆଇ ଟିକାବାଲି ଓ ଚକାପାଦ ମଳୟ କୁମାର ମେହର, ଏ ପି ଓ ଟିକାବାଲି ଅନୁରାଧା ମଲ୍ଲିକ ଏନ ଆର ଏମ ସଂଯ ଯୋ କ ପ୍ରଶାନ୍ତ କୁମାର ମିଶ୍ର ପ୍ରମୁଖ ସଂ ମ୍ମ lନିତଅତିଥୀ ଭାବେ ଯୋଗଦେଇ ନିଷ୍ଠା ଓ ଆନ୍ତରୀକତାର ସହ କାର୍ଯ୍ୟ କରିବା ଲାଗି ପରାମର୍ଶ ଦେଇଥିଲେ । ପ୍ରକୃତ ହିତାଧିକାରୀ ଯେପରି ଖାଦ୍ୟ ସୁରକ୍ଷା ଯୋଜନାରେ ବାଦ ନପଡେ ସେଥିପ୍ରତି ଦୃଷ୍ଟିଦେବା ଲାଗି କହିଥିଲେ।
ତାଲିମପରେ ଗ୍ରାମ୍ୟ ମାନବ
ସମ୍ବ ଳବ୍ୟକ୍ତି (ଭିଆରପି ,) ଗ୍ରାମକୁ ଗ୍ରାମ ଯାଇ ସର୍ଭେ କରିବା ସହ ସରକାରଙ୍କ ଯୋଜନାର ବାସ୍ତବତା ସଂପର୍କରେ ଗ୍ରାମସଭା ରେ ଉପସ୍ଥାପନ କରି ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ଖାଉଟି କମିଶନଙ୍କ ୱେବସାଇଟରେ ଅପଲୋଡ଼ କରିବେ । ଆସନ୍ତା ଅକ୍ଟୋବର ମାସ ୧ ତାରିଖରୁ ଜିଲ୍ଲାର ସମସ୍ତ ବ୍ଲକରେ ଖାଦ୍ୟ ସୁରକ୍ଷା ଆଇନ -୧୩ ର ସାମାଜିକ ସମିକ୍ଷା କରାଯିବ ।ଏହି ବୈଠକ ରେ ଜି ଉଦୟଗିରି, ରାଇକିଆ, ଟିକାବାଲି ଓ ଚକାପାଦ ବ୍ଲକ ଅଂଚଳ ର ଗ୍ରାମ୍ୟ ମାନବ ସମ୍ବଳ କର୍ମୀ ଓ ଅନ୍ୟମାନେ ଯୋଗ ଦେଇଥିଲେ

related posts

Leave a Comment