Home Breaking News / ତାଜା ଖବର ଡକ୍ଟର ଶ୍ୱେତ ଦାଶଙ୍କ ‘The Healing Touch ‘ ସମାଜ ପାଇଁ ଆଣିଛି ସକାରାତ୍ମକ ବାର୍ତ୍ତା

ଡକ୍ଟର ଶ୍ୱେତ ଦାଶଙ୍କ ‘The Healing Touch ‘ ସମାଜ ପାଇଁ ଆଣିଛି ସକାରାତ୍ମକ ବାର୍ତ୍ତା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ୱର(ବିଶ୍ୱଜିତ ସାମଲ): ଲକ୍ଷେ ଟଙ୍କାର ମେଡ଼ିସିନ ହୁଏତ ଫେଲ ମାରିପାରେ, ରୋଗୀକୁ ବି ବଂଚେଇପାରେନି କିନ୍ତୁ ସକାରାତ୍ମକ ଚିନ୍ତାଧାରା ବା ପଜିଟିଭ ଭାବନା ମଣିଷକୁ ମୃତ୍ୟୁ ମୁହଁରୁ ବଂଚେଇ ଦେଇପାରେ |ଏହି ଚିନ୍ତାଧାରାକୁ ଭିତିକରି ନିର୍ମାଣ ହୋଇଛି କ୍ଷୁଦ୍ର ଚଳଚିତ୍ର ‘The Healing Touch ‘|ଚଳଚିତ୍ର ଟି କ୍ଷୁଦ୍ର କିନ୍ତୁ ସମାଜ ପାଈଁ ବାର୍ତ୍ତା ବହୁତ ବଡ଼ |
କରୋନାକୁ ନେଇ ସମାଜରେ ବଢିଚାଲିଛି ହାହାକାରମୟ ଦୁଃଖଦ ଘଟଣା|କରୋନା ପଜିଟିଭ ନାଁ ଶୁଣୁ ଶୁଣୁ ଜଣେ ବ୍ୟକ୍ତି ପ୍ରଥମରୁ ଭୟରେ ଭାଙ୍ଗିପଡୁଛି, ତାହା ତାପାଇଁ ମୃତ୍ୟୁର କାରଣ ସାଜୁଛି |ଏହି ଭୟରୁ ମୁକୁଳିବା ପାଇଁ, ପ୍ରଶାସନିକ ଅଧିକାରୀ ଡକ୍ଟର ଶ୍ୱେତ କୁମାର ଦାଶ ‘The healing touch ‘ମାଧ୍ୟମରେ ସମାଜକୁ ବାର୍ତ୍ତା ଦେଇଛନ୍ତି |
ଶ୍ରୀମତୀ ନୀଳ ମହାପାତ୍ରଙ୍କ ସୋସିଆଲ ଇମେଜ ବ୍ୟାନରରେ ନିର୍ମିତ ହୋଇଥିବା ଏହି କ୍ଷୁଦ୍ର ଚଳଚିତ୍ର କୁ ଡକ୍ଟର ଶ୍ୱେତ କୁମାର ଦାଶ ନିର୍ଦେଶନା ଦେଇଥିବା ବେଳେ, ଚମତ୍କାର ଅଭିନୟ କରିଛନ୍ତି ପୁରୁଖା ଅଭିନେତ୍ରୀ ଗାର୍ଗୀ ମହାନ୍ତି ଏବଂ ଗଜେନ୍ଦ୍ର ପାଢ଼ୀ | ଅମ୍ବିକେଶ କୁନ୍ନାଲ ହୋତାଙ୍କ ସମ୍ପାଦନା ସାଙ୍ଗକୁ ବୈଷୟିକ ନିର୍ଦେଶନା ଓ BGM ଚଳଚିତ୍ର କୁ ଜୀବନ୍ତ କରିଛି |
ବହୁ ସମ୍ମାନ ସାଉଁଟି ସାରିଥିବା ଏହି ଚଳଚ୍ଚିତ୍ରର କାହାଣୀ ଅନୁସାରେ… ଜଣେ ସ୍ୱାମୀ COVID ରେ ଆକ୍ରାନ୍ତ ହୋଇ ICU ରେ ଚିକିତ୍ସିତ ହେଉଥାନ୍ତି |ଡକ୍ଟର ଅକ୍ଲାନ୍ତ ପରିଶ୍ରମ କରି ଶେଷରେ ଭଗବାନଙ୍କ ଉପରେ ଛାଡିଦିଅନ୍ତି |ଆକ୍ରାନ୍ତ ସ୍ୱାମୀ ଶେଷଥର ପାଇଁ ସ୍ତ୍ରୀ ଙ୍କ ସହ କଥା ହୁଅନ୍ତି |ସ୍ୱାମୀ ସ୍ତ୍ରୀଙ୍କ ର କିଛି ସମୟର ବାର୍ତ୍ତାଳାପ ସ୍ୱାମୀଙ୍କୁ ମାନସିକ ସ୍ତରରେ ଶକ୍ତି ସାମର୍ଥ୍ୟ ଓ ସକରାତ୍ମକ ଚିନ୍ତାଧାରା ଆଣିଦେଉଛି |ଯେଉଁଠି ଡାକ୍ତର ହାତ ଟେକିଦେଇଥିଲେ ସେଇଠି ସ୍ୱାମୀ ବଞ୍ଚି ଯାଉଛନ୍ତି |
ଡକ୍ଟର ଶ୍ୱେତ କୁମାର ଦାଶ ସମାଜକୁ ବାର୍ତା ଦେଇଛନ୍ତି ଯେ, କରୋନା ଆକ୍ରାନ୍ତ ରୋଗୀ ମାନସିକ ସ୍ତରରେ ଭାଙ୍ଗି ପଡୁଛି |କରୋନା ଭାଇରସ ରୋଗୀକୁ ଯେତିକି ସଂକ୍ରମିତ କରେ, ତା ଠାରୁ ନକାରାତ୍ମକ ଚିନ୍ତାଧାରା, ଭୟଭୀତ ହେବା ଏବଂ ମାନସିକ ସ୍ତରରେ ଦୁର୍ବଳ ହେବା ଅଧିକ କ୍ଷତି କରିବା ସହ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରିଥାଏ |ଡକ୍ଟର ଦାଶ ଓ ପ୍ରଡ଼କ୍ସନ ଟିମ ର ଉଦ୍ୟମ ଆଜି ଲୋକାଭିମୁଖୀ ଓ ଶିକ୍ଷଣୀୟ ହୋଇପାରିଛି |
ଆଜି ଏହି ଚଳଚିତ୍ର ର ରିଲିଜ ଅବସରରେ ମୁଖ୍ୟ ଅତିଥି ଭାବେ ଅଭିନେତା ତଥା ରାଜ୍ୟସଭା ସାଂସଦ ମୁନ୍ନା ଖାଁ ଯୋଗଦେଇଥିଲେ |ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି, ଅଶୋକ ପାଲିତ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ |

related posts

Leave a Comment