Home Breaking News / ତାଜା ଖବର ବିଷ ପିଇ ମହିଳାଙ୍କ ଆତ୍ମହତ୍ୟା

ବିଷ ପିଇ ମହିଳାଙ୍କ ଆତ୍ମହତ୍ୟା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବେଲଗୁଣ୍ଠା(ସୁରେଶ କୁମାର ସୁବୁଦ୍ଧି): ବେଲଗୁଣ୍ଠା ବ୍ଳକ୍ ଖଇରପୁଟି ପଞ୍ଚାୟତର ବଡ଼ ସାଦରା ଗ୍ରାମରେ ଜଣେ ମହିଳା ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି I ଆତ୍ମହତ୍ୟା କରିଥିବା ମହିଳା ଜଣଙ୍କ ହେଲେ ବଡ ସାଦରା ଗ୍ରାମର ସୂର୍ଯ୍ୟ ନାରାୟଣ ବିଷୋୟୀଙ୍କ ସ୍ତ୍ରୀ ସବିତା ବିଷୋୟୀ (50) I ଏନେଇ ସବିତାଙ୍କ ପୁଅ ନାରାୟଣ ବିଷୋୟୀ ଗାଙ୍ଗପୁର ଥାନାକୁ ସୂଚନା ଦେଇଥିଲେ I ନାରାୟଣଙ୍କ ସୁଚନା ପ୍ରକାରେ ସବିତାଙ୍କ ପୂର୍ବରୁ ମୁଣ୍ଡ ଦୋଷ ଥିବା ବେଳେ ସେ କାଲି ରାତିରେ ମାନସିକ ଭାରସାମ୍ୟ ହରାଇ ବିଷ ପିଇ ଦେଇଥିଲେ I ଘଟଣା ସମ୍ପର୍କରେ ଆଜି ସକାଳେ ପରିବାର ଲୋକ ଜାଣିବା ପରେ ସବିତାଙ୍କୁ ଆସ୍କା ମେଡ଼ିକାଲ୍ ରେ ଭର୍ତ୍ତି କରିଥିଲେ I କିନ୍ତୁ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ I ସେଠାରେ ସବିତାଙ୍କ ଶବ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଥିବା ପୋଲିସ୍ ସୁତ୍ରରୁ ପ୍ରକାଶ I ଏନେଇ ଗାଙ୍ଗପୁର ଥାନାରେ କେଶ୍ ନମ୍ବର୍ 24/21 ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଗାଙ୍ଗପୁର ଥାନା ଅଧିକାରୀ ଧୀରେଶ କୁମାର ଦାଶ ପ୍ରକାଶ କରିଛନ୍ତି I

related posts

Leave a Comment