Home Breaking News / ତାଜା ଖବର ନିମ୍ନମାନର କାର୍ଯ୍ୟ ପୋଲ ଧୋଇନେଲା, ଗମନା ଗମନ ବିଛିନ୍ନ

ନିମ୍ନମାନର କାର୍ଯ୍ୟ ପୋଲ ଧୋଇନେଲା, ଗମନା ଗମନ ବିଛିନ୍ନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ପୋଲ ଧୋଇଗଲା lଫଳରେ ଗମନା ଗମନ ବିଛିନ୍ନ ହୋଇଯାଇଛି l ଲୋକେ ନାହିଁନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ଏ ଭଳି ଦୃଶ୍ୟ ଦେଖିବାକୁ ମିଳିଛି ଚକାପାଦ ବ୍ଲକ କାଖରୁଝୋଲା ପଂଚାୟତରେ
ପଂଚାୟତ କାର୍ଯ୍ୟାଳୟ ଠାରୁ ତିନି
କି ମି. ଦୂର ଶିକଗୁଡା ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ରେ ଥିବା ସିକଗୁଡ଼ା ନାଳ ର ପୋଲ ଗତ ଲଗାଣ ବର୍ଷାରେ ସମ୍ପୂର୍ଣ ଧୋଇ ଯାଇଛି |ଏହି ଗ୍ରାମ କୁ ଯିବା ଲାଗି ଏହା ମୁଖ୍ୟ ରାସ୍ତାlବର୍ତମାନ ପୋଲଟି ଧୋଇ ଯିବା ଫଳରେ, ସିକଗୁଡ଼ା, ବଂଦୀଗୁଛା, ସେମନାଯୁ, ସୁଦିଙ୍ଗି, ଇତ୍ୟାଦି ପାଞ୍ଚ ଗୋଟି ଗ୍ରାମର ପ୍ରାୟ ଦେଢ଼ଶହ ପରିବାର ର ଲୋକେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉ ଥିବା ଦେଖିବାକୁ ମିଳିଛି |ସ୍ଥାନୀୟ ସରପଞ୍ଚ, କିମ୍ବା ନେତାଙ୍କ ଦେଖା ନ ମିଳୁଥିବା ଗ୍ରାମବାସୀ କହିଛନ୍ତି |ଏହି ଗ୍ରାମ ଗୁଡିକୁ ସଂଯୋଗ କରୁଥିବା ଏକ ମାତ୍ର ରାସ୍ତାର ପୋଲ ବର୍ଷା ପାଣିରେ ଧୋଇ ଯିବାଫଳରେ ଯାତାୟାତ କରିବାକୁ ଅନ୍ୟ କୌଣସି ଦିଗରୁ ରାସ୍ତାର ସୁବିଧା ନ ଥିବା ବେଳେ ସାଧାରଣ ଲୋକେ ଆଜକୁ ଚାରିଦିନ ହେଲା ଗୃହ ବନ୍ଦୀ ପ୍ରାୟ ରହିଥିବା ଦେଖିବାକୁ ମିଳିଛି |ଏହି ଅଂଚଳର ସାଧାରଣ ଲୋକେ ବର୍ତମାନ ମେଡିକାଲ ଯିବାକୁ ହେଲେ ବିଲ, , ପାହାଡ଼, ଜଙ୍ଗଲ ଅତିକ୍ରମ କରି କାନ୍ଧରେ ରୋଗୀ ଙ୍କୁ ବୋହି ନେଉ ଛନ୍ତି l ପୋଲ କାମ ତୁରନ୍ତ ଆରମ୍ଭ କରିବାକୁ ସ୍ଥାନୀୟ ଲୋକ ଦାବୀ କରିଛନ୍ତି

related posts

Leave a Comment