Home Breaking News / ତାଜା ଖବର ବ୍ୟବସାୟକୁ ଗୁଳିମାଡ: ବାଲିଗୁଡା ମେଡିକାଲରେ ମୃତ୍ୟୁ, କାରଣ ଅସ୍ପଷ୍ଟ

ବ୍ୟବସାୟକୁ ଗୁଳିମାଡ: ବାଲିଗୁଡା ମେଡିକାଲରେ ମୃତ୍ୟୁ, କାରଣ ଅସ୍ପଷ୍ଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବାଲିଗୁଡା: ବାଲିଗୁଡା ଥାନା ରେବୀଙ୍ଗିଆ ପଂଚାୟତ ର ବଜାର ସାହି ର ବ୍ୟବସାୟୀ ନବଘନ ସାହୁ ଙ୍କୁ ଘରୁ ଡାକି ଗୁଳି କରି ହତ୍ୟା ଉଦ୍ୟମ l ସେହି ଗ୍ରାମ ର ଭୀମ ବେହେରା ନାମକ ଯୁବକ ନିଜ ପିସ୍ତଲ ରେ ଗୁଳି କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ l ଘଟଣା ଘଟିଛି ରାତ୍ର 8 20 ପରେ ଏହି ଗୁଳି କାଣ୍ଡ ଘଟି ଥିବା ସୂଚନା ମିଳିଛି |ଗୁଳିକାଣ୍ଡ ପରେ ବ୍ୟବସାୟୀ ନବଘନ ସାହୁ ଚେତାଶୂନ୍ୟ ହୋଇଥିବା ବେଳେ ବାଲିଗୁଡା ମେଡିକାଲ ରେ ଭର୍ତି ହୋଇଛନ୍ତି l ବାଲିଗୁଡା ମେଡିକାଲ ରେ ଡାକ୍ତର ଚିକିତ୍ସା ଜାରି ରଖିବା ପରେ ନବଘନ ଙ୍କୁ ମୃତ ଘୋଷଣା କଲେ ଡାକ୍ତର l ପିଠିରେ ଓ ଛାତି ରେ ମୋଟ ପାଞ୍ଚ ରାଉଣ୍ଡ ଗୁଳି ମାଡ଼ ହୋଇଥିବା ସୂଚନା ମିଳିଛି l ତେବେ ଗୁଳିକାଣ୍ଡ ର କାରଣ ଅସ୍ପଷ୍ଟ ହୋଇଥିବା ବେଳେ ବାଲିଗୁଡା ଏସଡିପିଓ ମନୋଜ ପୂଜାରୀ ବାଲିଗୁଡା ମେଡିକାଲ ରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି l ଅଭିଯୁକ୍ତ ଭୀମ ବେହେରା ନିଜ ଦେଶୀ ବନ୍ଧୁକ ରୁ ଗୁଳି କରିଥିବା ପୋଲିସ ର ପ୍ରାଥମିକ ତଦନ୍ତ ରୁ ଜଣା ପଡିଛି l କିନ୍ତୁ ନବଘନ କୁ କାହିଁକି ଗୁଳି ମାଡ ହୋଇଛି ସେ ନେଇ କାରଣ ଅସ୍ୱଷ୍ଟ ରହିଥିବା ଜଣା ପଡିଛି

related posts

Leave a Comment