Home Breaking News / ତାଜା ଖବର ବୀରମହାରାଜପୁର ଅଂଚଳରେ ଦେହ ବେପାର, ୨ ଦେହଜିବୀଙ୍କ ସହ ୨ ଯୁବକ ଗିରଫ

ବୀରମହାରାଜପୁର ଅଂଚଳରେ ଦେହ ବେପାର, ୨ ଦେହଜିବୀଙ୍କ ସହ ୨ ଯୁବକ ଗିରଫ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅଂଚଳରେ ସେକ୍ସ ରାକେଟ ଠାବ । ଦେହ ବ୍ୟବସାୟରେ ସଂପୃକ୍ତ ଦୁଇ ଦେହଜିବୀଙ୍କ ସହ ୨ ଜଣ ଯୁବକଙ୍କୁ ଗିରଫ କରିଛି ବୀରମହାରାଜପୁର ପୋଲିସ । ଗତକାଲି ରାତିରେ ପେଟ୍ରୋଲିଂ କରୁଥିବା ସମୟରେ ବୀରମହାରାଜପୁର ଛକରୁ ୨ ଜଣ ଯୁବତୀଙ୍କ ସହ ୨ ଜଣ ଯୁବକଙ୍କୁ ସନ୍ଦେହରେ ଅଟକାଇଥିଲା ପୋଲିସ । ତାଙ୍କୁ ପଚରା ଉଚରା କରିବା ବେଳେ ଦେହ ବ୍ୟବସାୟରେ ଲିପ୍ତ ଥିବା ଜାଣିବାକୁ ପାଇଥିଲା । ତେବେ ଯୁବତୀ ୨ ଜଣ ଭୁବନେଶ୍ବର ଅଂଚଳର ବୋଲି ଜଣାପଡିଛି । ସେମାନଙ୍କୁ ଏହି ଅଂଚଳକୁ ଆଣି ଦେହ କାରବାର ଚଳାଉଥିବା ଜଣାପଡିଛି । ତେବେ ବେପାରରେ ସଂପୃକ୍ତ ୨ ଜଣ ଯୁବକ ସ୍ଥାନୀୟ ଭଜବଲପୁର ଗାଁର ଦୀପକ ମିଶ୍ର ଓ ସୁବଳୟାର ସୁରେଶ ମେହେର ହୋଇଥିବା ପୋଲିସ ସୁଚନା ଦେଇଛି । ତେବେ ଦିର୍ଘ ଦିନ ହେବ ବୀରମହାରାଜପୁର ଅଂଚଳରେ ଏହି ରାକେଟ କାମ କରୁଥିବା ଚର୍ଚ୍ଚା ହେଉଛି । ପୋଲିସ ଏନେଇ କେସ ନଂ ୧୮୮/୨୧ ରେ ଏକ ମାମଲା ରୁଜୁ କରି ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଅଧିକ ତଦନ୍ତ ଚଳାଇଛି । ଏହି ଚଢାଉରେ ଏଏସଆଇ ବିଜୟ ବାରିକ, ସୁଦର୍ଶନ ଦେହେରିଙ୍କ ସମେତ ଅନ୍ୟାନ୍ୟ ପୋଲିସ କର୍ମଚାରୀ ସାମିଲ ଥିଲେ ।

related posts

Leave a Comment