Home Breaking News / ତାଜା ଖବର ପ୍ରସ୍ତାବିତ ସରକାରୀ ବସ ଷ୍ଟାଣ୍ଡ ପାଇଁ ସ୍ଥାନ ପରିଦର୍ଶନ କଲେ ବିଧାୟକ ଦେବୀ ମିଶ୍ର

ପ୍ରସ୍ତାବିତ ସରକାରୀ ବସ ଷ୍ଟାଣ୍ଡ ପାଇଁ ସ୍ଥାନ ପରିଦର୍ଶନ କଲେ ବିଧାୟକ ଦେବୀ ମିଶ୍ର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଡମ୍ବା :(ଶକ୍ତିଶ୍ୱର ରଣା ): ପ୍ରସ୍ତାବିତ ସରକାରୀ ବସ ଷ୍ଟାଣ୍ଡ ପାଇଁ ସ୍ଥାନ ନିରୂପଣ କରିବା ପାଇଁ ରାଜ୍ୟ ସଡକ ପରିବହନ ନିଗମ (OSRTC) ର CMD ଶ୍ରୀ ଦିପ୍ତେଶ୍ ପଟ୍ଟନାୟକ ଓ ବିଭାଗୀୟ ଟିମ କଟକ ଜିଲ୍ଲାପାଳ ଶ୍ରୀ ଭବାନୀ ଶଙ୍କର ଚୟନୀ ଙ୍କ ସହ ଆଜି ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ବିଭିନ୍ନ ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରିଛନ୍ତି । ବଡ଼ମ୍ବା ରାଜସ୍ୱ ଡାକବଙ୍ଗଳା ଠାରେ ସମ୍ଭାବ୍ୟ ବସ ଷ୍ଟାଣ୍ଡ ନିମନ୍ତେ ସ୍ଥାନ ଗୁଡିକ ପାଇଁ ସ୍ଥାନୀୟ ଜନ ପ୍ରତିନିଧି, ଚେୟାରମ୍ୟାନ, ବାର ଆସୋସିଏସନ ସଭାପତି, ସମ୍ପାଦକ ତଥା ବରିଷ୍ଠ ଆଇନଜୀବୀ ବିଶିଷ୍ଟ ବ୍ୟକ୍ତି ମାନଙ୍କ ସହ ଆଲୋଚନା ପରେ ତିନୋଟି ସ୍ଥାନ ଅଧିକାରୀମାନେ ଦେଖିଥିଲେ । ଆଗରୁ ରାଜସ୍ୱ ବିଭାଗ ଦ୍ଵାରା ନିରୂପିତ ସ୍ଥାନ ବଦଳରେ ଜେଲ ସଂଲଗ୍ନ ସ୍ଥାନର feasibility ଓ ଅନ୍ୟାନ୍ୟ ଦିଗ ଅନୁଧ୍ୟାନ କରି ନିଷ୍ପତ୍ତି ନିଆଯିବ ବୋଲି ଅଧିକାରୀ ମାନେ ପ୍ରକାଶ କରିଥିଲେ ।

ନରସିଂହପୁର ଠାରେ ୨ଟି ସମ୍ଭାବ୍ୟ ସ୍ଥାନ ପରିଦର୍ଶନ କରି ପ୍ରଥମ ପର୍ଯ୍ୟାୟରେ ନିରୂପିତ ୨.୫୦ ଏକର ସରକାରୀ ଜମିରେ ଏହା କରାଯିବ ଏବଂ ଏହି ଜମିର ସ୍ୱତ୍ୱ ମଧ୍ୟ ପରିବହନ ବିଭାଗ ନାମରେ alienate ହୋଇଥିବା ସ୍ଥାନୀୟ ତହସିଲଦାର ପ୍ରକାଶ କରିଥିଲେ ।

ଏହାପରେ ନରସିଂହପୁର ଡ଼ାକବଙ୍ଗଳା ଠାରେ ଏକ ଆଲୋଚନାରେ ବ୍ଲକ ଚେୟାରମ୍ୟାନ , ସ୍ଥାନୀୟ ଜନ ପ୍ରତିନିଧି ,କର୍ମକର୍ତ୍ତା ଯୋଗଦେଇ ରାଜ୍ୟ ସଡ଼କ ପରିବହନ ନିଗମ ବିଭିନ୍ନ ରୁଟ ରେ ନୂତନ ବସ ଚାଳନା ପାଇଁ OSRTC ର ଏକ ଟେକନିକାଲ କେନ୍ଦ୍ର ପାଇଁ CMD ଙ୍କୁ ଶ୍ରୀ କିଶୋର ମିଶ୍ର , ନିର୍ମଳ ଜେନା , ନାରଣ ନାୟକ, କୃପାସିନ୍ଧୁ ଦାସ ପ୍ରମୁଖଙ୍କ ନେତୃତ୍ୱରେ ଏକ ସ୍ମାରକ ପତ୍ର ଦେଇଥିଲେ । ଜିଲ୍ଲାପାଳଙ୍କ ସହିତ ନରସିଂହପୁର ବାର ଆସୋସିଏସନର ସଭାପତି ସମ୍ପାଦକ ଓ ସଭ୍ୟମାନେ ତହସିଲର ପୁରୁଣା ଗୃହର ପୁନରୁଦ୍ଧାର ଓ କର୍ମଚାରୀ ଅଭାବ ପୂରଣ ସମ୍ପର୍କରେ ଆଲୋଚନା କରିଥିଲେ । ତହସିଲଦାର , ବିଡ଼ିଓ, ଚେୟାରମ୍ୟାନ , ସବକଲେକ୍ଟର ପ୍ରଭୃତିଙ୍କ ଉପସ୍ଥିତିରେ ବିଧାୟକ ମିଶ୍ର ସାତକୋଶିଆ ପର୍ଯ୍ୟଟନ କେନ୍ଦ୍ର ପାଇଁ ସରକାରୀ ଜମି ଓ ପ୍ରଗଳାପୀଠ ର ମଞ୍ଜୁରୀ ହୋଇଥିବା ଅର୍ଥ ରାଶିର ବିନିଯୋଗ ପ୍ରଭୃତି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।

ଅପରାହ୍ନରେ ବରହମପୁରା ସରକାରୀ ଫାର୍ମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଅନ୍ତର୍ଭୁକ୍ତ ଉଦ୍ୟାନ କୃଷିଜୀବୀ ମହିଳାଙ୍କୁ ସହାୟତା ଜିଲ୍ଲାପାଳ , ଅଧ୍ୟକ୍ଷ , ସ୍ଥାନୀୟ ଜନପ୍ରତିନିଧି, ADH, AHO ଙ୍କ ଉପସ୍ଥିତିରେ ବଣ୍ଟନ କରି ଏହାର ଉତ୍ପାଦନ କେନ୍ଦ୍ର ଗୁଡିକ ବୁଲି ଦେଖିଥିଲେ । ନରସିଂହପୁର ଓ ବଡ଼ମ୍ବା ପାଇଁ MSME କେନ୍ଦ୍ର ପାଇଁ ସମ୍ଭାବ୍ୟ location ସମ୍ପର୍କରେ ଜିଲ୍ଲାପାଳ ସବକଲେକ୍ଟର, ତହସିଲଦାରଙ୍କ ସହ ଅନୁଧ୍ୟାନ କରି ଯାଇଛନ୍ତି ।

related posts

Leave a Comment