Home Breaking News / ତାଜା ଖବର ରକ୍ତ ଦେଇ ନାବାଳିକାର ଜୀବନ ରକ୍ଷା କଲେ ସାମ୍ବାଦିକ ଏବଂ ଯୁବ ବିଜେଡ଼ି ନେତା

ରକ୍ତ ଦେଇ ନାବାଳିକାର ଜୀବନ ରକ୍ଷା କଲେ ସାମ୍ବାଦିକ ଏବଂ ଯୁବ ବିଜେଡ଼ି ନେତା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବେଲଗୁଣ୍ଠା(ସୁରେଶ କୁମାର ସୁବୁଦ୍ଧି): ଚିକିତ୍ସା ବିଜ୍ଞାନ ଉନ୍ନତିର ଶୀର୍ଷରେ ପହଞ୍ଚି ଥିଲେ ମଧ୍ୟ ଆଜି ସୁଦ୍ଧା ରକ୍ତର ବିକଳ୍ପ ବାହାର କରାଯାଇପାରିନାହିଁ I ଫଳରେ ବିଭିନ୍ନ ମେଡିକାଲ୍ ରେ ବହୁ ସମୟରେ ରକ୍ତ ଅଭାବ ଯୋଗୁଁ ବଡ଼ ବଡ଼ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି I କିନ୍ତୁ ଗତକାଲି ରାତିରେ ଏମିତି କିଛି ସମସ୍ୟା ଆସିବା ପୂର୍ବରୁ ଜଣେ ନାବାଳିକା ପାଖରେ ବେଲଗୁଣ୍ଠା ଅଞ୍ଚଳର ଜଣେ ସାମ୍ବାଦିକ ଏବଂ ଜଣେ ଯୁବ ବିଜେଡ଼ି ନେତା ପହଞ୍ଚି ତାକୁ ରକ୍ତଦାନ କରି ତାର ମୂଲ୍ୟବାନ୍ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଚନ୍ତି I ସୂଚନା ପ୍ରକାରେ ବେଲଗୁଣ୍ଠା ବ୍ଳକ୍ କାର୍ଯ୍ୟାଳୟରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଫୁଲମଣୀ ମାଝୀଙ୍କ ପାଖରେ ତାଙ୍କ ଝିଆରୀ ସରସ୍ଵତୀ ମାଢି(15) କିଛି ଦିନ ହେବ ନିଜ ଗାଆଁ ଫୁଲବାଣୀରୁ ଆସି ରହୁଥିଲେ I ଦୁଇଦିନ ତଳେ ସରସ୍ଵତୀର ଦେହ ଖରାପ ହେବାରୁ ଫୁଲମଣୀ ତାଙ୍କୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ I ସେଠାରେ ସରସ୍ଵତୀଙ୍କ ସ୍ଵାସ୍ଥ୍ୟ ପରୀକ୍ଷା ପରେ ଜଣା ପଡ଼ିଥିଲା ଯେ ତାଙ୍କର ହିମୋଗ୍ଲୋବିନ୍ ସ୍ତର କମି ଯାଇ 2.90 ପଏଣ୍ଟ୍ ରେ ପହଞ୍ଚିଛି ଯାହା ଶରୀର ପାଇଁ ଖୁବ୍ ଉଦ୍‌ବେଗଜନକ I ତେଣୁ ସରସ୍ଵତୀଙ୍କୁ ଦୁଇରୁ ଅଧିକ ୟୁନିଟ୍ ର ରକ୍ତ ଆବଶ୍ୟକ ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡ଼ାକ୍ତର ପ୍ରକାଶ କରିଥିଲେ I କିନ୍ତୁ ସରସ୍ଵତୀଙ୍କ ଗୃପ୍ ର ରକ୍ତ ଭଞ୍ଜନଗର ରକ୍ତ ଭଣ୍ଡାରରେ ନଥିବାରୁ ପିଉସୀ ଫୁଲମଣୀ ବ୍ୟସ୍ତ ହୋଇପଡିବା ସହ ଘଟଣା ସମ୍ପର୍କରେ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ତଥା ସମ୍ବାଦ ପ୍ରତିନିଧି ପ୍ରଦ୍ୟୁମ୍ନ ପାତ୍ରଙ୍କୁ ଜଣାଇଥିଲେ I ପ୍ରଦ୍ୟୁମ୍ନ ପାତ୍ରଙ୍କ ତତ୍ତ୍ଵାବଧାନରେ ବେଲଗୁଣ୍ଠା ପ୍ରେସକ୍ଲବ ଉପସଭାପତି ପ୍ରଭାତ ସାହୁ ଏବଂ ଜିଲ୍ଳା ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ଦିବ୍ୟରଞ୍ଜନ ଦାସ ମଧ୍ୟରାତ୍ରରେ ହିଁ ମେଡିକାଲ୍ କୁ ଯାଇ ସରସ୍ଵତୀଙ୍କୁ ରକ୍ତଦାନ କରିଥିଲେ I ଦୁଇ ୟୁନିଟ୍ ରକ୍ତ ଗ୍ରହଣ ପରେ ସରସ୍ଵତୀ ବର୍ତ୍ତମାନ ପୂର୍ବାପେକ୍ଷା ସୁସ୍ଥ ଥିବା ଜଣା ପଡ଼ିଛି I ଆବଶ୍ୟକ ପଡ଼ିଲେ ତାଙ୍କୁ ପ୍ରେସକ୍ଲବ ତରଫରୁ ଅଧିକ ରକ୍ତ ଯୋଗାଇଦିଆଯିବ ବୋଲି ପ୍ରେସକ୍ଲବ କ୍ଲବ୍ ସଭାପତି ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି I ସ୍ଵେଚ୍ଛାକୃତ ରକ୍ତଦାନ କାରିଥିବା ସାମ୍ବାଦିକ ଶ୍ରୀ ସାହୁ ଏବଂ ଯୁବନେତା ଶ୍ରୀ ଦାସଙ୍କ ଏହି ମହାନ୍ କାର୍ଯ୍ୟ ପାଇଁ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ର, ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରତିନିଧି କେ. ରବୀନ୍ଦ୍ର କୁମାର ପାତ୍ରଙ୍କ ସମେତ ବିଭିନ୍ନ ମହଲର ବ୍ୟକ୍ତି ବିଶେଷ ଉଚ୍ଚ ପ୍ରଶଂସା କରିଛନ୍ତି I ପ୍ରକାଶ ଥାଉକି ପ୍ରଭାତ ଦଶମ ଥର ପାଇଁ ସ୍ଵେଚ୍ଛାକୃତ ରକ୍ତଦାନ କରିଥିବା ବେଳେ ଦିବ୍ୟ ରଞ୍ଜନ 26 ଥର ପାଇଁ ସ୍ଵେଚ୍ଛାକୃତ ରକ୍ତଦାନ କରିଛନ୍ତି I

related posts

Leave a Comment