Home Breaking News / ତାଜା ଖବର ଜିଲ୍ଲା ଭାଜପା ସମସ୍ତ ମଣ୍ଡଳରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳନ

ଜିଲ୍ଲା ଭାଜପା ସମସ୍ତ ମଣ୍ଡଳରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ)ଆଜି ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଜି ଙ୍କ ଜନ୍ମଦିନ ଅବସରରେ ବିଜେପି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଶିବ ପଟ୍ଟନାୟକ ଙ୍କ ନିର୍ଦେଶ ରେ ସେବା ଓ ସମର୍ପଣ ଦିବସ ପାଳନ କରାଗଲା. ଏହି ପରିପକ୍ଷୀରେ ଆଜି ରାୟଗଡା ନଗର ସଭାପତି ଶ୍ରୀ ଶ୍ୟାମ କୁମାର ଦାଶ ନେତୃତ୍ୱରେ ଜିଲ୍ଲା ଚିକିତ୍ସାଳୟ ଠାରେ ରୋଗୀଙ୍କୁ ଫଳ ବଣ୍ଟନ କରିବା ସହ ସହରରେ ଥିବା ମହାପୁରୁଷ ପ୍ରତିମୂର୍ତ୍ତି ମାନଙ୍କ ସ୍ଥାନରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ କରିବା ସହ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ ଏବଂ ଶ୍ରୀ ନରେନ୍ଦ୍ର ମୋଦି ଜିଙ୍କ ସୁସ୍ଥମୟ ଦୀର୍ଘଆୟୁ ପାଇଁ ମନ୍ଦିରରେ ପୂଜା ଅର୍ଚନା ମଧ୍ୟ କରିଥିଲେ. ଏହି କାର୍ଯ୍ୟକ୍ରମ ରେ ବିଧାୟକ ପାର୍ଥୀ ବସନ୍ତ କୁମାର ଉଲ୍ଲାକା, ଜିଲ୍ଲା ସାଧାରଣ ସମ୍ପାଦକ କିଶୋର ଚନ୍ଦ୍ର ପଣ୍ଡା,ଜିଲ୍ଲା ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ବିଦ୍ୟା ଭୂଷଣ ପଣ୍ଡା,ଜିଲ୍ଲା SC ମୋର୍ଚ୍ଚା ସଭାପତି ବିଭୀଷଣ ପାଣି, ନଗର ମହିଳା ମୋର୍ଚ୍ଚା ସଭାନେତ୍ରୀ ବି. ଲଷ୍ମୀ, ନଗର ଯୁବ ମୋର୍ଚ୍ଚା ସଭାପତି ରାଜେଶ ପାଣିଗ୍ରାହୀ,ନଗର ଉପସଭାନେତ୍ରୀ ମଞ୍ଜୁଳା ମିନିଆକା, ଝରଣା ମହାନ୍ତି ଏବଂ ନଗର ର ପଦାଧିକାରୀ ଉପସ୍ଥିତ ଥିଲେ । ସେହିଭଳି କଲ୍ୟାଣସିଙ୍ଘସପୁର ବ୍ଲକ ସିକାର୍ପଇମଣ୍ଡଳ ରେ ଶିବମନ୍ଦିର ଯାଇ ଅଭିଷେକ କରାଇ ଶ୍ରୀ ପ୍ରଧାନମନ୍ତ୍ରୀ ଙ୍କ ଲମ୍ବା ଆୟୁ କାମନା କରିଥିଲେ। ମଣ୍ଡଳ ସଭାପତି ମନୋଜ କୁମାର ସେଠୀ,ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରମିଳା ନାୟକ, କୋଷାଧ୍ୟକ୍ଷ ସମେଶ ନେମାଲପୁରୀ, ମକର, ଜି ଜଗନାଥ, ପ୍ରମୁଖ ଯୋଗଦେଇଥିଲେ।ସେହିଭଳି ଗୁଣୁପୁର ମଣ୍ଡଳରେ, କୁଜେନ୍ଦ୍ରୀ ,ଗୁଡରି, କାଶୀପୁର, ଟିକିରି ମଣ୍ଡଳ ମାନଙ୍କରେ ଯଶସ୍ୱୀ ପ୍ରଧାନ ମନ୍ତ୍ରୀ ଙ୍କ ଜନ୍ମଦିନ କୁ ସମର୍ପଣ ଦିବସ ଭାବେ ପାଳନ କରିଛନ୍ତି।

related posts

Leave a Comment