Home Breaking News / ତାଜା ଖବର ସବରଶ୍ରୀକ୍ଷେତ୍ର ବିଲାପୁଟ କୋରାପୁଟ ତରଫରୁ ବରିଷ୍ଠ ୯ ଜଣ ସମାଜ ସେବୀଙ୍କୁ ସମାନିତ

ସବରଶ୍ରୀକ୍ଷେତ୍ର ବିଲାପୁଟ କୋରାପୁଟ ତରଫରୁ ବରିଷ୍ଠ ୯ ଜଣ ସମାଜ ସେବୀଙ୍କୁ ସମାନିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ବର ରାଉତ): ରାୟଗଡ ଜିଲ୍ଲା ର ବରିଷ୍ଠ ନାଗରିକଙ୍କ ସଂମାନିତ କରିବା ପାଇଁ ପ୍ରୟାସ କରାଯାଇଛି। ଶବର ଶ୍ରୀକ୍ଷେତ୍ର ବିଲାପୁଟ କୋରାପୁଟ ଜିଲ୍ଲା ତରଫରୁ ସମାଜରେ ନିଜକୁ ଉତ୍ସର୍ଗୀକୃତ କରିଥିବା ବିଶିଷ୍ଠ ନାଗରିକଙ୍କୁ ଶ୍ରୀ ଜଗନାଥ ଙ୍କ ଅଙ୍ଗ ବସ୍ତ୍ର ଓ ପ୍ରଶଂସା ପତ୍ର ସହ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧନା କରାଯାଇଛି। ଶ୍ରୀ କ୍ଷେତ୍ର ଜଗନାଥ ସଂସ୍କୃତି ବିଲାପୁଟ ର ସମ୍ପାଦକ ଓ ପ୍ରତିଷ୍ଠାତା ଲଳିତ ମୋହନ ପଟନାୟକ ସୁଦୂର କୋରାପୁଟରୁ ଆସି ପହଂଚି ଭାଗବତ ଏବଂ ଅନେକ ଅଧ୍ୟତ୍ମିକ ପୁସ୍ତକ ବିତରଣ କରିଥିଲେ। ମୁଖ୍ୟ ଅତିଥି ଯୋଗୀଶ୍ରୀ ଚୈତନ୍ୟ ରାମ ଯୋଗଦେଇ ସମାଜରେ ଅଧ୍ୟତ୍ମିକ ର ଚେତନା ଜାଗରଣ ପାଇଁ ପ୍ରେରଣା ପ୍ରଦାନ କରିବା ସହ ବରିଷ୍ଠ ନଗରିକଙ୍କୁ ନିଜ କରକମଲରେ ସମାନିତ କରିଥିଲେ। ଜିଲାର 9 ଜଣଙ୍କ ନାମ ହେଲା ରୋହିଦାସ ନାୟକ ସିକାର୍ପଇ, ସୁରେନ୍ଦ୍ର ମାର୍ଥ, ଦୁଖୁ ଗୌଡ଼, ଗୁଡାରି ପ୍ରଳୟ ସାହୁ, ରମାନଗୁଡା, ଗୋବିନ୍ଦ ସେନାପତି, ରାୟଗଡ ସତୀଶ ସେବାଦଳ,ରଘୁ ନିସିକା ସୁନା ଖଣ୍ଡି , ବ୍ରଜବଲଭ ନାୟକ କଲ୍ୟାଣସିଙ୍ଘସପୁର, ଆଲୁ ଶଙ୍କର ରାଓ ଙ୍କୁ ସଂମାନିତ କରାଯାଇଥିଲା। ନିଜ ପ୍ରତିଭା ପାଇଁ ଏକ ପ୍ରଶଂସା ପତ୍ର ପାଠ ପୂର୍ବକ ସଂମାନିତ କରି ଆଗାମୀ ପିଢୀକୁ କିପରି ସମାଜ ସେବାପାଇଁ ପ୍ରେରଣା ସାଯିବ ବୋଲି ମତ ପ୍ରକାଶ ପାଇଛି। ଗ୍ରାମର ଯୁବକ ଭାଇ ବାସୁଦେବ ମାର୍ଥ ମଞ୍ଚ ପରିଚାଳନା କରିଥିଲେ, ସେହିଭଳି ଯୁବ ଶିକ୍ଷକ ମନୋଜ ନାୟକ ମାନ ପତ୍ର ଓ ପ୍ରେସ ବିବୃତି ପ୍ରସ୍ତୁତି କରି ସହ ଅନେକ ସହଯୋଗ କରିଥିଲେ। ସହଯୋଗର ହାତ ବଢାଇ ଦେଇଥିଲେ ହରି ଓଁ ସାଂକୀର୍ତନ ମଂଣ୍ଡଳୀର ସଭ୍ୟ ମନେ ରୁଦ୍ର, କାନ୍ତରୁ, ଏକାଦଶୀ ମହାଙ୍କଡ଼, ଖଗେଶ୍ୱର, ମହେଶ୍ୱର, ସୁକାବାବୁ ସାଂକୀର୍ତନ କରିବାସହ ସୁପକାର ଦାଇତ୍ୱ ତୁଲାଇଥିଲେ। ତତ୍ ସଂଗେ ସଂଗେ ପ୍ରଫୁଲ ମହାନ୍ତି, ବରିଷ୍ଠ ସାଂକୀର୍ତନ ଗ୍ରୁରୁ କଳ୍ପତରୁ ଦାସ ପ୍ରସାଦ ଗୌଡ଼, ପ୍ରତାପ ବଛା ଗ୍ରାମର ଯୁବ ସମାଜ ସହଯୋଗ କରିଥିଲେ।ଆଗାମୀ ଦିନରେ ଏହିଭଳି ଅନେକ କାର୍ଯ୍ୟକ୍ରମ କରାଯିବ ବୋଲି ଶ୍ରୀ ପଟନାୟକ କହିଥିଲେ।

related posts

Leave a Comment