Home Breaking News / ତାଜା ଖବର କୋହଲିଙ୍କ ପରେ କିଏ ହେବ ଟିମ ଇଣ୍ଡଆର ଟି ୨୦ କ୍ୟାପଟେନ, ଚର୍ଚ୍ଚାରେ ରୋହିତ ଶର୍ମା ଆଗରେ

କୋହଲିଙ୍କ ପରେ କିଏ ହେବ ଟିମ ଇଣ୍ଡଆର ଟି ୨୦ କ୍ୟାପଟେନ, ଚର୍ଚ୍ଚାରେ ରୋହିତ ଶର୍ମା ଆଗରେ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଅକ୍ଟୋବର ୧୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଟି ୨୦ ବିଶ୍ୱକପ୍ । ଏହି ବିଶ୍ୱକପ୍ ପରେ ବିରାଟ କୋହଲି ଭାରତୀୟ ଟି ୨୦ କପ୍ତାନୀ ପଦ ଛାଡିବା ନେଇ ଘୋଷଣା କରିଛନ୍ତି । ତେବେ କୋହଲିଙ୍କ ପରେ କିଏ ହେବ ଟିମ ଇଣ୍ଡିଆର ନୂଆ କପ୍ତାନ । ଏହାକୁ ନେଇ ଜୋର ଧରିଛି ଆକଳନ । ଏହାରି ଭିତରେ ବିସିସିଆଇ ସୂତ୍ରରୁ ଜଣାପଡିଛି କୋହଲିଙ୍କ ପରେ ରୋହିତ ଶର୍ମା ଭାରତୀୟ ଟି ୨୦ ଦଳର କପ୍ତାନ ଭାର ସଂଭାଳିବେ ।
୩୪ ବର୍ଷୀୟ ଭାରତୀୟ ଓପନର ରୋହିତ ଶର୍ମା ଟି ୨୦ ଓ ଦିନିକିଆ ଦଳରେ କପ୍ତାନୀ କରି ସାରିଛନ୍ତି । ଏହା ସହିତ ରୋହିତ ଶର୍ମା ମଧ୍ୟ ଆଇପିଏଲରେ ଜଣେ ସଫଳ କପ୍ତାନ ରହି ସାରିଛନ୍ତି । ତାଙ୍କ କପ୍ତାନୀରେ ମୁମ୍ୱାଇ ଇଣ୍ଡିଆନ୍ସ ୫ ଥର ଟାଇଟଲ ଜିତିଛି । ଯାହାକି ଆଇପିଏଲରେ ଏକ ରେକର୍ଡ । ଭାରତୀୟ ଟି ୨୦ କପ୍ତାନୀ ରେକର୍ଡରେ ମଧ୍ୟ ରୋହିତ ଶର୍ମା ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି । କୋହଲି ୪୯ ଟି ୨୦ ମ୍ୟାଚରୁ ୨୯ଟିରେ ଭାରତକୁ ବିଜୟ ଦେଇଛନ୍ତି । ରୋହିତ ଶର୍ମା ୧୯ଟି ଟି ୨୦ ମ୍ୟାଚରେ ଭାରତ ପକ୍ଷରୁ କପ୍ତାନୀ କରି ୧୫ଟିରେ ବିଜୟ ଦେଇଛନ୍ତି । ତେଣୁ ରୋହିତ ଶର୍ମାଙ୍କ ନିକଟରେ ଟି ୨୦ କପ୍ତାନୀ କରିବାର ସମସ୍ତ ଦକ୍ଷତା ରହିଛି । ରୋହିତ ଶର୍ମାଙ୍କ ନେତୃତ୍ୱରେ ୨୦୧୮ରେ ଭାରତ ନିଦହାସ ଟ୍ରଫି ଜିତିଥିଲା । ୨୦୧୮ରେ ଭାରତ ଏସିଆ କପରେ ମଧ୍ୟ ସିରିଜ ବିଜୟୀ ହୋଇଥିଲା ।

related posts

Leave a Comment