Home Breaking News / ତାଜା ଖବର ମରୁଡି ପରେ ଜଳାର୍ଣ୍ଣବ: ଉଜୁଡି ଗଲାଣି ଚାଷ, ଦାଦନ ଯିବା ପାଇଁ ସଜବାଜ

ମରୁଡି ପରେ ଜଳାର୍ଣ୍ଣବ: ଉଜୁଡି ଗଲାଣି ଚାଷ, ଦାଦନ ଯିବା ପାଇଁ ସଜବାଜ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସୋନପୁର-ଜିଲ୍ଲାରେ ଅନାବୃଷ୍ଟି ପାଇଁ ସୋନପୁର, ବୀରମହାରାଜପୁର,ଉଲୁଣ୍ଡା,ତରଭା ୪ଟି ବ୍ଳକ ଅଣଜଳସେଚିତ ଚାଷ ମରୁଡି ଗ୍ରାସରେ ଥିବାବେଳେ ତିନିଦିନ ଲଘୁଚାପ ଜନିତ ଲଗାଣ ବର୍ଷାରେ ଚାଷୀ କୂଳସର୍ବଶାନ୍ତ ହୋଇଗଲାଣି।ଅନୁରୂପ ଭାବରେ ଜିଲ୍ଲାର ଜଳସେଚିତ ଡ଼ୁଙ୍ଗୁରିପାଳି ଓ ବିନିକା ବ୍ଲକରେ ଲଗାଣ ବର୍ଷାରେ ଚାଷଜମିର ବ୍ୟାପକ କ୍ଷୟକ୍ଷତି ହୋଇଛି। ପ୍ରକୃତି ତାଣ୍ଡବଲୀଳାରେ ଚାଷୀ କୂଳ ମେରୁଦଣ୍ଡ ଭାଙ୍ଗିଦେଇଛି। ଚଳିତ ବର୍ଷା ଅନାବୃଷ୍ଟି ପାଇଁ ଚାଷୀ ଚାଷ କାମ ବିଳମ୍ବ ଆରମ୍ଭ କରିଥିଲାବେଳେ ଏବେ ଚାଷଜମି ଲଗାଣ ବର୍ଷାରେ ବୁଡ଼ିଯାଇ ବାଲିଚର ହୋଇଯାଇଛି। କରଜ ସୁଧ ଆଣି ଚାଷୀ ଚାଷ କରିଥିଲେ ମଧ୍ୟ୍ୟ ଏ ଅବସ୍ଥା ଦେଖି ମୁଣ୍ଡରେ ଚଡକ ପଡିଛି। ଗତବର୍ଷ ଲକ ଡାଉନ ସମୟରେ ବାହାର ରାଜ୍ୟରୁ ଦାଦନ ଶ୍ରମିକ ଆସି ଆଉ ଅନ୍ୟ ରାଜ୍ୟକୁ କାମ କରିବାକୁ ନଯାଇ ନିଜର ଅଞ୍ଚଳରେ ଚାଷ କରି ମନ ବଳାଇଥିଲେ। କିଏ ଭାଗ ଚାଷ କରିଥିଲା ତ କିଏ ନିଜର ଜମି ଚାଷ କରିଥିଲା। କିନ୍ତୁ ଚାଷ କାମ ଆରମ୍ଭରୁ ଧୋକା ଦେଲା ବର୍ଷା। ଅନାବୃଷ୍ଟି ଚାଷକାର୍ଯକୁ ମରୁଡି ମୁହାଁ କରିଦେଲା। ପରେ ଲଘୁଚାପ ଯୋଗୁ ଲଗାଣ ବର୍ଷା ଚାଷୀର ଚାଷକୁ ନଷ୍ଟ କରିଦେଲା।  ଜିଲ୍ଲାରେ ଚାଷୀ ହାହାକାର ସ୍ଥିତି ହୋଇଛି। ନୂଆଁଖାଇ ପରେ ଚାଷକାର୍ଯ୍ୟର ଦୟନୀୟ ଦୁର୍ଦ୍ଦଶା ଦେଖି ଦାଦନ ଯିବା ପାଇଁ ସଜବାଜ ହେଲେଣି । ଏହିପରି ପରିସ୍ଥିତରେ ଚଳିତବର୍ଷ ଦାଦନ ଚାଲାଣ ସଂଖ୍ୟା ବୃଦ୍ଧି ହେବ ବୋଲି ଆକଳନ ହେଲାଣି।
   ଗତ ଜୁଲାଇ ମାସରେ ସୁବର୍ଣ୍ଣପୁର ଜିଲ୍ଲାର ହାରାହାରି ବୃଷ୍ଟିପାତ ୩୯୯.୬ ମି.ମି ରହିଥିବାବେଳେ ଚଳିତବର୍ଷ ୩୫୯ ମିମି ବର୍ଷା ରେକର୍ଡ ହୋଇଛି। ସବୁଠୁ ପରିତାପ ବିଷୟ ଅଗଷ୍ଟ ମାସରେ ଜିଲ୍ଲାରେ ଚାଷୀ ଭଲ ବର୍ଷା ନେଇ ଆଶାବାଦୀ ଥିଲା ବେଳ ମାତ୍ର ୧୪୯.୮୫ ମିମି ବର୍ଷା ହୋଇଥିଲା। ସାଧାରଣତଃ ଏହି ମାସରେ ୪୦୮.୯ ମିମି ବର୍ଷା ରହିବା କଥା। ଅନାବୃଷ୍ଟି ସାଙ୍ଗକୁ ମୁଣ୍ଡ ଫଟା ଖରାରେ ମାଟି ଫାଟି ଆଁ କରିଦେଇଥିଲା।ଏହିପରି ବିଳମ୍ବରେ ତଳିପକା ହୋଇଥିଲେ ମଧ୍ୟ ବର୍ଷା ଅଭାବରୁ ଧାନ ଶୁଖି ନଷ୍ଟ ହୋଇ ସାରିଥିଲା। ଏହି ମରୁଡି ନେଇ ଚାଷୀ ମନରେ ହରସ ଉଡିଯାଇଥିଲା।

related posts

Leave a Comment