Home Breaking News / ତାଜା ଖବର ଟି ୨୦ ବିଶ୍ୱକପ ପରେ ଟ୍ୱେଂଟି ୨୦ କପ୍ତାନୀ ଛାଡିବେ କୋହଲି

ଟି ୨୦ ବିଶ୍ୱକପ ପରେ ଟ୍ୱେଂଟି ୨୦ କପ୍ତାନୀ ଛାଡିବେ କୋହଲି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆଜି ବିରାଟ ପ୍ରେମୀଙ୍କୁ ଲାଗିଛି ସବୁଠୁ ବଡ ଝଟକା । କ୍ରିକେଟର ଛୋଟିଆ ଫର୍ମା ଟି ୨୦ରେ କପ୍ତାନୀ ଛାଡିବା ନେଇ ଘୋଷଣା କରିଛନ୍ତି ଟିମଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି । ଦୁବାଇରେ ଆଜି କୋହଲି ଏକ ଚିଠି ଜାରି କରି କହିଛନ୍ତି ସେ ଆଗାମୀ ଟି ୨୦ ବିଶ୍ୱକପ୍ ପରେ ଟି ୨୦ ଫର୍ମାଟର କପ୍ତାନୀ ପଦ ଛାଡିଦେବେ । ଅର୍ଥାତ୍ ଟି ୨୦ ବିଶ୍ୱକପ ପରେ ଭାରତକୁ ଜଣେ ନୂଆ କପ୍ତାନ ଖୋଜିବାକୁ ପଡିବ । କୋହଲିଙ୍କ ଏହି ଗୋଟିଏ ନିଷ୍ପତି ଭାରତୀୟ କ୍ରିକେଟ ଜଗତକୁ ହଲଚଲ କରିଦେଇଛି । ତେବେ ଆଗକୁ ଦିନିକିଆ ଓ ଟେଷ୍ଟ କପ୍ତାନୀ ପଦ ସେ ଜାରି ରଖିବେ । ତେବେ ବିରାଟ କହିଛନ୍ତି ଗତ ୮ରୁ ୯ ବର୍ଷ ଧରି ତିନୋଟି ଫର୍ମାଟରେ ଖେଳିବା ଓ କପ୍ତାନୀ ଭାର ତାକୁ ଭାରାକ୍ରାନ୍ତ କରୁଥିବାରୁ ସେ କପ୍ତାନୀ ଛାଡିବାକୁ ନିଷ୍ପତି ନେଇଛନ୍ତି । ଦଳର କୋଚ ରବି ଶାସ୍ତ୍ରୀ, ବିସିସିଆଇ ଅଧ୍ୟକ୍ଷ, ଦଳର ସାଥୀ ଖେଳାଳିଙ୍କ ସହିତ ବିଚାର ବିମର୍ଶ ପରେ କୋହଲି ଏପରି ନିଷ୍ପତି ନେଇଥିବା କହିଛନ୍ତି ।
ଟି ୨୦ ଫର୍ମାଟରେ କୋହଲି ଜଣେ ସଫଳ କ୍ୟାପଟେନ । ୪୯ଟି ଟି ୨୦ ମ୍ୟାଚରେ ତାଙ୍କର ନେତୃତ୍ୱରେ ଭାରତ ଖେଳିଛି । ଏହା ମଧ୍ୟରୁ ସେ ୨୯ଟି ମ୍ୟାଚ ଜିତାଇଛନ୍ତି , ୧୪ଟି ପରାଜୟ ଓ ୨ଟି ମ୍ୟାଚ ଟାଇ ରହିଛି । ତେବେ ୨୦୧୭ ମସିହାରେ ବିରାଟ କୋହଲି ମହେନ୍ଦ୍ର ସିଂ ଧୋନୀଙ୍କ ଠାରୁ ଛୋଟ ଫର୍ମାଟର କପ୍ତାନୀ ଭାର ଗ୍ରହଣ କରିଥିଲେ । ତେବେ ୨୦୧୯ ମସିହା ପରଠାରୁ କୋହଲିଙ୍କ ବ୍ୟାଟରୁ ଶତକ ଦେଖିବାକୁ ମିଳିନି । ଭାରତୀୟ ଦଳର ରନ୍ ମେସିନ ଠାରୁ ଭଲ ପ୍ରଦର୍ଶନ ନମିଳିବାକୁ ନେଇ କଡା ସମାଲୋଚନା ହୋଇ ଆସୁଥିଲା । କୋହଲିଙ୍କ ନେତୃତ୍ୱରେ ଭାରତ କୌଣସି ଆଇସିସି ଟୁର୍ଣ୍ଣାମେଂଟ ଜିତିନଥିବାରୁ ଗତ କିଛି ଦିନ କଡା ସମାଲୋଚନା ଚାଲିଥିଲା । ଏହାରି ଭିତରେ କୋହଲି ଟି ୨୦ ବିଶ୍ୱକପ ପରେ କପ୍ତାନୀ ଛାଡିବାକୁ ଘୋଷଣା କରିଛନ୍ତି ।

related posts

Leave a Comment