Home Breaking News / ତାଜା ଖବର ଆଫଗାନିସ୍ତାନରେ ଆମେରିକା ଆମକୁ କିଣା ବନ୍ଧୁକ ଭଳି ବ୍ୟବହାର କଲା – ଇମ୍ରାନ ଖାନ

ଆଫଗାନିସ୍ତାନରେ ଆମେରିକା ଆମକୁ କିଣା ବନ୍ଧୁକ ଭଳି ବ୍ୟବହାର କଲା – ଇମ୍ରାନ ଖାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଫେରିବା ପରେ ପାକିସ୍ତାନର ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠୁଛି । ଏହାର ିଭିତରେ ଆମେରିକାକୁ କଡା ଭାଷାରେ ଜବାବ ଦେଇଛି ପାକିସ୍ତାନ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏକ ବିବୃତିରେ କହିଛନ୍ତି ଆମେରିକା ଆମକୁ ଆଫଗାନିସ୍ତାନ କ୍ଷେତ୍ରରେ କିଣା ବନ୍ଧୁକ ଭଳି ବ୍ୟବହାର କରିଛି । ସିଏନଏନକୁ ସାକ୍ଷାତକାର ଦେଇ ଇମ୍ରାନ ୍‌ଖାନ ଏପରି ବୟାନ ଦେଇଛନ୍ତି । ଇମ୍ରାନ୍ ଖାନ ଆହୁରି ମଧ୍ୟ କହିଛନ୍ତି ଆମ ପାଇଁ ଆମେରିକା ଆଫଗାନିସ୍ତାନରେ ଯୁଦ୍ଧ ଜିତିଥିଲା, ଯାହା କେବେ ସଂଭବ ହୋଇନଥାନ୍ତା । ଆମେରିକାର ବୈଦେଶିକ ସଚିବ ଜନ୍ ବ୍ଲିଙ୍କ ପାକିସ୍ତାନ ସହିତ ସଂପର୍କ ହ୍ରାସ ନେଇ ଇସାରା କରିବାର ଦୁଇ ଦିନ ପରେ ଏପରି ବୟାନ୍ ଦେଇଛନ୍ତି ଇମ୍ରାନ୍ ଖାନ । ଆମେରିକା କଂଗ୍ରେସକୁ ଜନ୍ ବ୍ଲିକେନ୍ ଏକ ଶୁଣାଣିରେ କହିଥିଲେ ପାକିସ୍ତାନର କିଛି ପଦ କ୍ଷେପ ଆମେରିକାର ସ୍ୱାର୍ଥ ବିରୋଧୀ । ତେଣୁ ଆମକୁ ଏପରି ପଦ କ୍ଷେପ ନେବାକୁ ପଡିବ ।
ଆଫଗାନିସ୍ତାନକୁ ସୁରକ୍ଷା ଦେବାକୁ ଆମେରିକା ସେନା ଗତ ୨୦ ବର୍ଷ ଧରି ଡେରା ପକାଇଥିଲା । ଆମେରିକା ସେନା ଫେରିବା ପରେ ତାଲିବାନ ପୁଣି କ୍ଷମତାକୁ ଫେରିଛି । ତେବେ ଏହାକୁ ନେଇ ଆମେରିକାକୁ ଜବାବ ଦେବାକୁ ଯାଇ ଇମ୍ରାନ ଖାନ କହିଛନ୍ତି ଆଗକୁ ଆଫଗାନିସ୍ତାନ ତାହାର ନିଜର ଏକ ସ୍ଥିର ଓ ଶକ୍ତିଶାଳୀ ସେନା ଗଠନ କରିବ । ନିଜ ଭୂମିର ସୁରକ୍ଷା କରିବା ଏହି ସେନା ।

related posts

Leave a Comment