Home Breaking News / ତାଜା ଖବର ୨୦୨୩ ବିଶ୍ୱକପ୍ ପ୍ରସ୍ତୁତିର ପୂର୍ବାଭାଷ, ଟି ୨୦ କପ୍ତାନୀ ଛାଡି ଦିନିକିଆ ଉପରେ ଫୋକସ କରିବେ କୋହଲି

୨୦୨୩ ବିଶ୍ୱକପ୍ ପ୍ରସ୍ତୁତିର ପୂର୍ବାଭାଷ, ଟି ୨୦ କପ୍ତାନୀ ଛାଡି ଦିନିକିଆ ଉପରେ ଫୋକସ କରିବେ କୋହଲି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭାରତୀୟ କ୍ୟାପଟେନ ବିରାଟ କୋହଲିଙ୍କ ମୁଣ୍ଡରେ ଗୋଟିଏ ବିରାଟ ଅପବାଦ ଲାଗି ରହିଛି । ତାଙ୍କର ନେତୃତ୍ୱରେ ଭାରତ କୌଣସି ଆଇସିସି ଟ୍ରଫି ଜିତିନାହିଁ । ତେବେ ଆଗାମୀ ଟି ୨୦ ବିଶ୍ୱକପରେ କୋହଲିଙ୍କ ଆଗରେ ଏହି ଅପବାଦ ଦୂର କରିବାର ସୁଯୋଗ ରହିଛି । ବିଜୟ ସହିତ ଭାରତକୁ ଆଉ ଏକ ବିଶ୍ୱକପ୍ ଦେଇ କୋହଲି , କ୍ରିକେଟ ଇତିହାସରେ ନିଜ ଛାପ ଛାଡିବାକୁ ଉଦ୍ୟମ କରିବେ । ଏହାରି ଭିତରେ ଆଗାମୀ ଟି ୨୦ ବିଶ୍ୱକପ୍ ପରେ କୋହଲି ଟି ୨୦ ଫର୍ମାଟର କପ୍ତାନୀ ଛାଡିବା ଘୋଷଣା କରିଛନ୍ତି । କୋହଲିଙ୍କ ଏପରି ଘୋଷଣା ଏବେ ସମସ୍ତଙ୍କୁ ଚମକାଇ ଦେଇଛି । ତେବେ କୋହଲି ନିଜେ ସ୍ପଷ୍ଟ କରିଛନ୍ତି ଟି ୨୦ କପ୍ତାନୀ ଛାଡି ଦିନିକିଆ ଓ ଟେଷ୍ଟ ପାଇଁ କରିବେ ମନୋନିବେଶ ।
ଆକଳନ କରାଯାଉଛି କୋହଲି ଭାରତକୁ ଆଗାମୀ ୨୦୨୩ ଦିନିକିଆ ବିଶ୍ୱକପ୍ ପାଇଁ ପ୍ରସ୍ତୁତ କରିବାକୁ କୋହଲି ଏପରି ଏକ ବଡ ନିଷ୍ପତି ନେଇଛନ୍ତି । କାରଣ ୨୦୧୯ରେ ଭାରତ ଦିନିକିଆ ବିଶ୍ୱକପ ସେମି ଫାଇନାଲରୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଭାବେ ପରାସ୍ତ ହୋଇ ବିଦାୟ ନେଇଥିଲା । ଆଗାମୀ ବିଶ୍ୱକପରେ କୋହଲି ଏହାକୁ ସଫଳତାର ସହ ଟ୍ର୍ରଫି ବିଜୟ ଭେଟି ଦେବାକୁ ରଣନୀତି ତିଆରି କରିଥିବା କୁହାଯାଉଛି ।

related posts

Leave a Comment