Home Breaking News କାଶୀନଗର ପୌର ପରିଷଦର ମୁକ୍ତା ଯୋଜନାର ଟଙ୍କା ପୈଠକୁ ନେଇ ଅଧିକାରୀ ଓ ମହିଳା ଗୋଷ୍ଟୀଙ୍କ ମଧ୍ୟରେ ବକ୍ ଯୁଦ୍ଧ

କାଶୀନଗର ପୌର ପରିଷଦର ମୁକ୍ତା ଯୋଜନାର ଟଙ୍କା ପୈଠକୁ ନେଇ ଅଧିକାରୀ ଓ ମହିଳା ଗୋଷ୍ଟୀଙ୍କ ମଧ୍ୟରେ ବକ୍ ଯୁଦ୍ଧ

by Times One Odia
Share with
     
 
 
   

କାଶୀନଗର:(ପ୍ରଶାନ୍ତ ସାହୁ)ଓଡ଼ିଶା ର ମହାନ୍ ଶକ୍ତି ଭାବେ ମିଶନ ଶକ୍ତି ଉଭା ହେଉଥିବା ବେଳେ ମହିଳା ମାନେ ମୁଖ୍ୟ ମନ୍ତ୍ରୀ କର୍ମ ତତ୍ପର ଯୋଜନା (“ମୁକ୍ତା”) ରେ କିଭଳି ବିଶୃଙ୍ଖଖଳିତ ଓ ମାନସିକ ଭାରା କ୍ରାନ୍ତ ହେଉଛନ୍ତି ତାହାର ନିଛକ ଉଦାହରଣ କାଶୀନଗର ବିଜ୍ଞାପିତ ପୌର ପରିଷଦର ଉନ୍ନତି ଓ ବିକାଶ ପଥରେ ଜନସାଧାରଣଙ୍କ କଥା ବୁଝିବା ପାଇଁ ସରକାର ଜଣେ ସର୍ବେସର୍ବା କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ପାଖରେ ରେ ଦେଖିବାକୁ ମିଳିଛି।ପ୍ରକାଶ ଥାଉକି କରୋନା ମହାମାରୀ ରେ ଜନସାଧରଣଙ୍କ ଆର୍ଥିକ ସ୍ଥିତି ସେତେ ଭଲ ନଥିବା ବେଳେ ଓଡ଼ିଶା ସରକରଙ୍କ ମିଶନ ଶକ୍ତି ଜରିଆରେ କାଶୀନଗର ପୌର ପରିଷଦ କୁ “ମୁକ୍ତା” ଯୋଜନା ରେ ସ୍ୱୟଂ ସହାୟକ ମହିଳା ଗୋଷ୍ଟୀ ଙ୍କୁ କର୍ମ ତତ୍ପର କରିବ,କର୍ମ ସଂସ୍ଥାନ ଯୋଗାଇ ଦେବା ପାଇଁ ୨୮.୯୦ହଜାର ଟଙ୍କାରେ ୬୮ଟି ଭୁତଳ ଜଳ ଶରକ୍ଷଣ ପ୍ରକଳ୍ପ କାର୍ଯ୍ଯ କରା ଯାଉଛି। କାଶୀନଗର ପୌର ପାରିଷଦର ୧୩ଟି ୱାର୍ଡରେ ମୋଟ ୬୮ଟି ଭୂତଳ ଜଳ ଶରକ୍ଷଣ କର୍ଯ୍ୟକରିବା ପାଇଁ ସମସ୍ତ ସ୍ଵଂୟ ସହାୟକ ମହିଳା ଗୋଷ୍ଟିଙ୍କ ଦ୍ଵାରା କାର୍ଯ୍ୟାଦେଶ ଦିଆ ଯାଇଥିଲା।କିନ୍ତୁ ମହିଳା ମାନଙ୍କ ବିଲ ପୈଠ ବେଳେ ୨୦ରୁ ୩୦% ଟଙ୍କା କଟା ଯିବାରୁ ସେମାନେ ପ୍ରତି କ୍ରିୟା ଶିଳ ହୋଇ ଉଠିଛନ୍ତି। ସଂପୂର୍ଣ୍ଣ କାର୍ଯ୍ୟର ତଦାରଖ “ମୁକ୍ତା” ଯୋଜନାର କାର୍ଯ୍ୟରତJE ମଦନମୋହନ ଚେଲା ଓ NAC JE ନରେନ୍ଦ୍ର ସାହୁ ଙ୍କ ଦ୍ଵାରା ହୋଇଥିଲା କିନ୍ତୁ ଶେଷରେ ଟଙ୍କା ପୈଠ କଲାବେଳେ କାହିଁକି କଟାଯାଇ ଦିଆଯାଉଛି?ଗତ ଅଗଷ୍ଟ 13ତାରିଖ ରେ ୱାର୍ଡ଼ ନ.1,2, 3ର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପୌର କାର୍ଯ୍ୟାଳୟ ଘେରାଉ କରିଥିଲେ।ଆଜି ପୁଣି ୱାର୍ଡ଼ ନ,7ର ମା ମହା ଲକ୍ଷ୍ମୀ ସ୍ୱୟଂ ସହାୟକ ମହିଳା ଗୋଷ୍ଟୀଙ୍କୁ କାର୍ଯ୍ୟ ବାବଦ ରେ ମଞ୍ଜୁରୁ ହୋଇଥିବା ଅର୍ଥରାଶି 80,000 ହଜାର ହୋଇଥିବା ବେଳେ ବିଲ୍ ମାତ୍ର 58,000 ହଜାର ଟଙ୍କା ପାଇଥିଲେ।9 ୱାର୍ଡ଼ ର ଶ୍ରୀ ରାମ ମହିଳା ଗୋଷ୍ଟୀଙ୍କୁ ମଞ୍ଜୁରୁ ହୋଇଥିବା ଅର୍ଥ ରାଶି 95,000ହଜାର ହୋଇଥିବା ବେଳେ ଵିଲ୍ ମାତ୍ର 68,000 ହଜାର ଟଙ୍କା ପାଇଥିଲେ ସେହିପରି ମା ଦୁର୍ଗା ମହିଳା ଗୋଷ୍ଟୀଙ୍କୁ ମଞ୍ଜୁରୂ ହୋଇଥିବା ଅର୍ଥ ରାଶି 65,000 ହଜାର ହୋଇଥିବା ବେଳେ ବିଲ୍ ମାତ୍ର 52,000 ହଜାର ଟଙ୍କା ପାଇଥିଲେ। ଏହିପରି ସମସ୍ତ ମହିଳା ଗୋଷ୍ଟୀଙ୍କ ହଜାର ହଜାର ଟଙ୍କା କାଟିବା ଏହା ମହିଳା ମାନଙ୍କ ସାହାସିକତା କୁ ପଛକୁ ଟାଣିବା ଜଳଜଳ ହୋଇ ଦିଶୁଛି। ମହାଲକ୍ଷ୍ମୀ ଏସ ଏଚ ଜି ,ମା ଦୁର୍ଗା ଏସ ଏଚ୍ଚ ଜି ,ଶ୍ରୀ ରାମ ମହିଳା ଗୋଷ୍ଟୀ ର ପ୍ରାୟ 30ରୁ40 ଜଣ ମହିଳା ପୌର କାର୍ଯ୍ୟା ଳୟର କାର୍ଯ୍ଯ ନିର୍ବାହୀ ଅଧିକାରୀ ଓ ମୁକ୍ତା ଯୋଜନାର JE (ମୋଦନ ମୋହନ)ଙ୍କୁ ଦୋଷାରୋପ କରିବା ସହ ହୋ ହାଲା କରି ପାଟି ତୁଣ୍ଡ କଥା କଟା କଟି ପର୍ଯ୍ୟନ୍ତ ପହଞ୍ଚି ଥିଲା।ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜଣେ ମହିଳା ହୋଇଥିଲେ ମଧ୍ୟ ମହିଳା ମାନଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ଫାଇଲ ସବୁ ପି.ଡି ଙ୍କ ପାଖକୁ ଚାଲି ଗଲା।ଆମ ହାତ ରେ କିଛି ନାହିଁ।ଏହି ମତ ଦେବା ପରେ ମହିଳା ମାନେ ଉକ୍ଷିପ୍ତ ହୋଇ ଆମ ବିବାଦ ର ସମାଧାନ4ଦିନ ମଧ୍ୟରେ ନ ହେଲେ ଆଗାମୀ ଦିନରେ ଘେରାଉ ଓ ଧାରଣା ଦିଆଯିବ ବୋଲି କାଶୀନଗର ପୌର ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଉପସ୍ଥିତ ସଂଘଟିତ ମହିଳା ମାନେ ସୂଚାଇ ଦେଇଛନ୍ତି।ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି କିନ୍ତୁ ତଳ ସ୍ତରରେ ଏହା କାର୍ଯ୍ୟ କାରୀ ହେଲା ବେଳକୁ 50%ରେ ମଧ୍ୟ ପହଞ୍ଚୁ ନାହିଁ ବୋଲି ମହିଳା ମାନେ ଅଭିଯୋଗ କରି ଛନ୍ତି। ମିଶନ ଶକ୍ତି ଦ୍ଵାରା ମହିଳା ମାନଙ୍କୁ ଶସ୍ତ୍ରୀକରଣ କରାଯିବା ବଦଳ ରେ ମହିଳା ମାନଙ୍କୁ ଶୋଷଣ କରାଯାଉଛି ବୋଲି ଶ୍ରୀ ରାମ ସ୍ଵଂୟ ସହାୟକ ଗୋଷ୍ଠୀ ର ସଭାନେତ୍ରୀ ଅଭିଯୋଗ କରିଛନ୍ତି।ଏଣୁ ଉଚ୍ଚ କତୃପକ୍ଷ ଏହି ବିବାଦ ର ସମାଧାନ କରିବା ପାଇଁ ଦାବି କରିଥିଲେ।

related posts

Leave a Comment