କାଶୀନଗର(ପ୍ରଶାନ୍ତ ସାହୁ): ଗଜପତି ଜିଲ୍ଲା କାଶୀନଗର ପଞ୍ଚାୟତ ସମିତି ର ବୈଠକ ଅନୁଷ୍ଟିତ ହୋଇଯାଇଅଛି।
ଆଜିର ବୈଠକ ରେ ସମିତି ଚେୟାର ମେନ୍ ଶିତ୍ରୀ ସୀମାଦ୍ରି ଅଧ୍ୟକ୍ଷତା କରି ଥିଲେ। ବିଡିଓ ଦାୟିତ୍ୱ ରେ ଥିବା ତହସିଲଦାର ଶ୍ରୀ ଲକ୍ଷ୍ମୀ ପ୍ରସାଦ ସାହୁ ଅତି ରିକ୍ତ ନିର୍ବାହୀ ଯନ୍ତ୍ରୀ ବିଶ୍ଵ ନାଥ ମହାରଣା, ଅତିରିକ୍ତ ଯନ୍ତ୍ରୀ ପାଢ଼ୀ ବାବୁ,ଓ ବ୍ଲକ୍ ର ସମ୍ପ୍ରସାରଣ ଅଧିକାରୀ, ଯନ୍ତ୍ରୀ ସମସ୍ତ ପଞ୍ଚାୟତ ର ସରପଞ୍ଚ,ସମିତି ସଭ୍ୟ ଯୋଗ ଦେଇଥିଲେ। କାଶୀନଗର ବ୍ଲକ୍ ଦୁଇଟି ଜୋନ୍ ର ଜିଲ୍ଲା ପରିଷଦ ସଭ୍ୟ ମଧ୍ୟ ଯୋଗ ଦେଇ ଥିଲେ। ବ୍ଲକ୍ ରେ ଚଳିତ ବର୍ଷା ର ଅଭାବ ଫଳରେ ବିଳମ୍ବରେ ରୁଆ, ବେଉସା ହେବା,ର ପର୍ଯ୍ୟାପ୍ତ ଯୋଗାଣ ସହ ଅନ୍ୟାନ୍ୟ ବିଭାଗ ଉପରେ ଆଲୋଚନା ହୋଇଥିଲା।କେ. ସୀତା। ପୁର ସମିତି ସଭ୍ୟ ଚିଟିବାବୁ ବ୍ଲକ୍ ଶିକ୍ଷା ଅଧିକାରୀ ବୈଠକ ରେ କାହିଁକି ଉପସ୍ଥିତ ରୁହନ୍ତି ନାହିଁ ତାର ଉତ୍ତର ଦେବାକୁ ଅ ଡି ବସି ଥିଲେ।କେ. ସୀତା ପୁର ଗ୍ରାମରେ ସରକାର ଙ୍କ ତରଫରୁ ବଣ୍ଟା ଯାଉଥିବା ଉନି ଫର୍ମ ବହୁତ୍ କମ୍ ଦାମ୍ ର ଦିଆ ଯାଉଛି ବୋଲି ଅଭି ଯୋଗ କରିଥିଲେ।କିନ୍ତୁ ଶିକ୍ଷା ଅଧିକାରୀ ଙ୍କ ବଦଳ ରେ ଯାଇଥିବା ଅତିରିକ୍ତ ଶିକ୍ଷା ଅଧିକାରୀ ସୁଶ୍ରୀ ବେହେରାଙ୍କୁ ନିୟୋଜିତ କରିଥିବାରୁ ମଧ୍ୟ ସେ ଏନେଇ ଏକ ଅତିରିକ୍ତ ପ୍ରଶ୍ନ କରିଥିଲେ।ଏତଦ୍ ବ୍ୟତୀତ ଜଳସେଚନ ବିଦ୍ୟୁତ୍, ଶିକ୍ଷା ନେଇ ମଧ୍ୟ ଆଲୋଚନା ହୋଇଥିଲା।ବ୍ଲକ୍ ରେ ବିଭିନ୍ନ ପୋଷ୍ଟ ଗୁଡ଼ିକ ଭର୍ତି କରିବା ପାଇଁ ମଧ୍ୟ ଦାବୀ ଉଠିଥିଲା। ବ୍ଲକ୍ ରେ କିପରି ଟୀକା କରନ୍ 100%ହେବ ସେନେଇ ବିସ୍ତୃତ ଆଲୋ ଚନା ହୋଇଯାଇଛି।ସ୍ୱାସ୍ଥ୍ୟ ଅବସ୍ଥା କହିଲେ ଡାକ୍ତର ଅଛନ୍ତି,କିନ୍ତୁ କଠୋରି ସହ ଯନ୍ତ୍ରପାତି ଗୁଡ଼ିକର ବ୍ୟବ ହାର ହୋଇପାରୁନାହିଁ।ଏଣୁ ଦ. ନୟାଲ ନିଜ ତରଫରୁ ବୈଠକ ରେ ଆଳଚୋନା ରେ ଭାଗ ନେଇ କାଶୀନଗର ଏନ୍ ଏ ସି ଓ ବ୍ଲକର ବହୁ ରୋଗୀ, ଆସନ୍ନ ପ୍ରସବା ମହିଳା ଙ୍କୁ ପାରଳାଖେମୁଣ୍ଡି ନେବା ବାଟରେ ହଇରାଣ ହର କତ ରେ ପଡୁଛନ୍ତି।ତାହାର ସମାଧାନ କରାଯାଉ ବୋଲି ମହିଳା ସରପଞ୍ଚ ମାନେ ଦାବି ଜଣାଇ ଥିଲେ।
କାଶୀନଗର ପଞ୍ଚାୟତ ସମିତି ବୈଠକ
Share with