Home Breaking News ବନ୍ଧୁକ ଦେଖାଇ ଭାରତୀୟ ଜନ୍ମିତ ବ୍ୟବସାୟୀଙ୍କୁ କାବୁଲରେ ଅପହରଣ, ମୁକ୍ତି ପାଇଁ ପରିବାରର ନିବେଦନ

ବନ୍ଧୁକ ଦେଖାଇ ଭାରତୀୟ ଜନ୍ମିତ ବ୍ୟବସାୟୀଙ୍କୁ କାବୁଲରେ ଅପହରଣ, ମୁକ୍ତି ପାଇଁ ପରିବାରର ନିବେଦନ

by Times One Odia
Share with
     
 
 
   

ଆଫଗାନିସ୍ତାନ ରାଜଧାନୀ କାବୁଲରେ ଭାରତୀୟ ଜନ୍ମିତ ବ୍ୟବସାୟୀ ବଂଶରୀ ଲାଲଙ୍କୁ ବନ୍ଧୁକ ମୁନରେ ଅପହରଣ କରିଛନ୍ତି କରାଯାଇଛି । ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ଅବଗତ କରାଇବା ସହ ତୁରନ୍ତ ସେମାନଙ୍କ ହସ୍ତକ୍ଷେପ ଓ ସହଯୋଗ ପାଇଁ ଅନୁରୋଧ କରିଛନ୍ତି ପରିବାର । ଗତକାଲି ସକାଳ ପ୍ରାୟ ୮ ବେଳେ ତାଙ୍କ ଦୋକାନ ପରିସରରୁ ବାଂଶରୀ ଲାଲ୍ ଅରେନ୍ଦେଙ୍କୁ ଅପହରଣ କରି ନିଆଯାଇଥିବା ବିଷୟରେ ‘ଆଫଗାନ୍‌-ହିନ୍ଦୁ ଶିଖ୍’ ସମ୍ପ୍ରଦାୟ ମତେ ଜଣାଇଥିଲେ। ସେ ଔଷଧପତ୍ର ବ୍ୟବସାୟ କରନ୍ତି ଏବଂ ଅପହୃତ ହେବା ପୂର୍ବରୁ ତାଙ୍କର କର୍ମଚାରୀଙ୍କ ସହ ସବୁଦିନ ଭଳି ଦୋକାନ ଖୋଲିବାକୁ ଯାଉଥିଲେ।
କାବୁଲ୍‌ରୁ ଅନ୍ୟ ଏକ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ, ସେ ଦୋକାନକୁ ଯାଉଥିବା କାର୍‌ର ପଛପଟେ ମାଡ଼ ହୋଇଥିଲା। ପରେ ତାଙ୍କୁ ବନ୍ଧୁକ ଦେଖାଇ ଅପହରଣକାରୀମାନେ ଗୋଟିଏ ସବୁଜ ରଙ୍ଗର ଟୋୟତା କୋରୋଲା କାର୍‌ର ନେଇଯାଇଥିଲେ। ତାଙ୍କୁ ଏବଂ ତାଙ୍କ କର୍ମଚାରୀଙ୍କୁ ଅପହରଣ କରି ନିଆଯାଇଥିଲା, କିନ୍ତୁ କୌଣସିମତେ କର୍ମଚାରୀଜଣକ ଖସି ପଳାଇ ଆସିବାରେ ସମର୍ଥ ହୋଇଥିଲେ।

related posts

Leave a Comment