Home Breaking News ଛତିଶଗଡ଼ରେ ପ୍ରବଳ ବର୍ଷା ; ବୃଦ୍ଧି ପାଉଛି ମହାନଦୀର ଜଳସ୍ତର

ଛତିଶଗଡ଼ରେ ପ୍ରବଳ ବର୍ଷା ; ବୃଦ୍ଧି ପାଉଛି ମହାନଦୀର ଜଳସ୍ତର

by Times One Odia
Share with
     
 
 
   

ବଙ୍ଗୋପସାଗରରେ ସୃଷ୍ଟ ଅବପାତ ବା ଡିପ୍ରେସନ ଏବେ ଓଡ଼ିଶା ଉପରୁ ସଂପୂର୍ଣ୍ଣ ଭାବେ ଅପସରିଯାଇଛି । ଆଜି ସକାଳ ସାଢେ ୫ଟା ସୁଦ୍ଧା ଏହା ଉତ୍ତର ଛତିଶଗଡ଼ ଓ ପୂର୍ବ ମଧ୍ୟପ୍ରଦେଶରେ ପହଞ୍ଚିଛି । ତେବେ ଏହା ଦୁର୍ବଳ ହୋଇ ଏବେ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି ବୋଲି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୪୮ ଘଣ୍ଟାରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଆହୁରି ଦୁର୍ବଳ ହେବାର ସମ୍ଭାବନା ରହିଛି ।
ଗୁରୁତ୍ବପୂର୍ଣ୍ଣ ହେଉଛି ଅବପାତ ଏବେ ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ପ୍ରବଳ ବର୍ଷା କରାଉଥିବାରୁ ମହାନଦୀର ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହା ଫଳରେ ହୀରାକୁଦରେ ଜଳସ୍ତର ଆହୁରି ବଢିବାର ସମ୍ଭାବନା ରହିଛି । ଅବପାତ ଓଡ଼ିଶା ଅତିକ୍ରମ କରିଯାଇଥିବାରୁ ରାଜ୍ୟରେ ଆଜିଠାରୁ ବର୍ଷା କମିବା ସହ ପାଗ ଶୁଖିଲା ରହିବାର ସମ୍ଭାବନା ରହିଛି । ବିଶେଷକରି ମହାନଦୀ, ବ୍ରାହ୍ମଣୀ, ବୁଢାବଳଙ୍ଗ, ବୈତରଣୀରେ ଜଳସ୍ତର ବିପଦ ସଂକେତ ନିକଟବର୍ତ୍ତୀ ରହିଛି । ହୀରାକୁଦରେ ୬ଟି ଗେଟ ଖୋଲାଯାଇଥିବାରୁ ତଳମୁଣ୍ଡରେ ବନ୍ୟା ଆଶଙ୍କା ଦେଖାଦେଇଛି ।

related posts

Leave a Comment