କାମାକ୍ଷାନଗର(ଟୁକୁନ୍ ବିଶ୍ବାଳ): କର୍କଟର କଷ୍ଟ ଆଉ କେତେ ସହିବ ବିଚରା ଲଳିତ । ଯନ୍ତ୍ରଣା ଜୀବନକୁ ଜାରି ଦେଲାଣି । ଏତେ କମ ବୟସରୁ ଏତେ କଷ୍ଟ ମିଳିବ ବୋଲି କଣ ଜାଣିଥିଲା ଲଳିତ । ସେ ତ ଜଣେ ଥିଲେ ଦିନ ମଜୁରୀଆ , ତାର ପିଲା ଙ୍କୁ ପାଠ ପଢେଇ ଭଲ ମଣିଷ କରିବାକୁ ସ୍ୱପ୍ନ ଦେଖୁଥିଲେ । ହେଲେ ମାଉଥ କ୍ୟାନସର ଯେ ହଠାତ ଏମିତି ଦେହରେ ଚରିଯିବ ତାହା ସେ କଳ୍ପନା ବି କରିନଥିଲେ । ଆଉ ଏବେ ମାଉଥକ୍ୟାନ୍ସରରେ ପଡି ରୋଗ ବିଛଣାରେ ଶୋଇଛି ୪୦ ବର୍ଷର ଲଳିତ । କେବେ ଭଲ ହେବ ? କେମିତି ଭଲ ହେବ? କିଏ ଭଲ କରିବ ? କିଛି ଜାଣିନାହାନି ସେ… ଏପଟେ ସ୍ବାମୀର ଚିକିତ୍ସା ପାଇଁ ହାତଯୋଡି ଗୁହାରୀ କରିଛି ସ୍ତ୍ରୀ..
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଗଡପଳାସୁଣି ଗ୍ରାମର ମାଧବ ମୁଦୁଲି ଙ୍କ ସାନ ପୁଅ ଲଳିତ ସେ ଦିନ ମଜୁରି କାମ କରି ପରିବାର ଚଳାଏ । ସେ ତାଙ୍କ ପରିବାରକୁ ଭଲରେ ଚଳେଇବାକୁ ଅନେକ ଆଗ୍ରହ ଥିଲେ ବି ରୋଗ କିନ୍ତୁ ଲଳିତ ଆଶାରୁ ଉଭାଇ ଦେଇଛି । ୩/୪ ମାସ ତଳେ ହଠାତ ଲଳିତ ର ଦେହ ଅସୁସ୍ଥ ହୋଇପଡିଲା । ସ୍ବାମୀର ଅବସ୍ଥା ଦେଖି ବଢିଗଲା ସ୍ତ୍ରୀ ଏବଂ ମାଆଙ୍କ ଚିନ୍ତା । ପ୍ରଥମେ କଟକ , ପରେ ଭୁବନେଶ୍ୱର, ତା ପରେ ଢେଙ୍କାନାଳ ନେବା ପରେ ଲଳିତ କୁ ମାଉଥ କ୍ୟାନସର ହୋଇଥିବା ଜଣାପଡିଥିଲା । ଆଉ ଏ ଘଟଣା ଗରିବ ସ୍ତ୍ରୀ ଏବଂ ମାଆଙ୍କ ପାଦତଳୁ ମାଟି ଖସାଇ ଦେଇଥିଲା ।
ସ୍ବାମୀର ଚିକିତ୍ସା ପାଇଁ ସ୍ତ୍ରୀ ୩ ମାସରେ ପାଖାପାଖି ୧ ଲକ୍ଷ ଟଙ୍କା ରୁ ଅଧିକ ଧାରକରଜ କରିସାରିଲେଣି । ସେପଟେ ଅଧିକ ଚିକିତ୍ସା ପାଇଁ ବଡ଼ ମେଡିକାଲ ନେବାକୁ ଚିନ୍ତା କରୁଥିବା ବେଳେ ଏପଟେ ଅର୍ଥ ସାଜିଛି ବାଧକ । କିନ୍ତୁ ତାଙ୍କୁ କୌଣସି ସରକାରୀ ସରକାରୀ ସହାୟତା ମିଳିଲେ ସେ ଭଲ ହେଇପରନ୍ତେ ।
ସେପଟେ ଲଳିତଙ୍କ ଚିକିତ୍ସା ପାଇଁ ଅଧିକ ଅର୍ଥର ଆବଶ୍ୟକତା ପଡୁଥିବାରୁ ସାହାଯ୍ୟ ମାଗିଛି ପରିବାର । ତେବେ ଆପଣ ଯଦି ଲଳିତଙ୍କୁ ସହାୟତା କରିବାକୁ ଚାହୁୁଁଛନ୍ତି ତାହାଲେ ତାଙ୍କ ସ୍ତ୍ରୀଙ୍କ ଆକାଉଣ୍ଟ ନମ୍ବରରେ ସହାୟତା କରିପାରିବେ । ଲେଖି ରଖୁନ୍ତୁ ନାମ ଗୁରୁବାରି ମୁଦୁଲି । ଆକାଉଣ୍ଟ ନମ୍ବର 34673897400 Ifs ନମ୍ବର SBIN0009841
ଆସନ୍ତୁ ନିଜ ସକ୍ଷମ ଅନୁସାରେ ଲଳିତ କୁ ସାହାଯ୍ୟ କରିବା ଏବଂ ତାକୁ ନୂଆ ଜୀବନ ଦେବା ।