Home Breaking News ୬ ଆତଙ୍କୀଙ୍କ ପଛରେ ଦାଉଦର ଭାଇର ହାତ. ପାକର ଥଟ୍ଟା କ୍ୟାମ୍ପରେ ମିଳିଥିଲା ଟ୍ରେନିଂ

୬ ଆତଙ୍କୀଙ୍କ ପଛରେ ଦାଉଦର ଭାଇର ହାତ. ପାକର ଥଟ୍ଟା କ୍ୟାମ୍ପରେ ମିଳିଥିଲା ଟ୍ରେନିଂ

by Times One Odia
Share with
     
 
 
   

ଭାରତରେ ପାର୍ବଣ କାଳରେ ବଡଧରଣର ଆତଙ୍କି ଷଡଯନ୍ତ୍ର ପଣ୍ଡ ହୋଇଛି । ଦିଲ୍ଲୀ ସ୍ପେଶାଲ ସେଲ୍ ଦେଶ ଭିତରୁ ତିନୋଟି ରାଜ୍ୟରୁ ୬ ଆତଙ୍କିଙ୍କୁ ଗିରଫ କରି ଏହି ଯୋଜନାକୁ ପଣ୍ଡ କରି ଦେଇଛି ଦିଲ୍ଲୀ ସ୍ପେଶାଲ ସେଲ୍ । ଓସାମା ଓ ଜିସନକୁ ପାକିସ୍ତାନରେ ମିଳିଥିଲା ଟ୍ରେନିଂ । ଆଇଏସଆଇ ସେମାନଙ୍କୁ ଥଟା କ୍ୟାମ୍ପରେ ୧୫ ଦିନିଆ ଟ୍ରେନିଂରେ ବମ୍ ଖଂଜିବା, ବନ୍ଧୁକ ଚଳାଇବା, ବିସ୍ଫୋରକ ତିଆରି କରିବା, ଏବେ ୪୭ ଚଳାଇବା ପରି ତାଲିମ ମିଳିଥିଲା । ପୁରା ଘଟଣା ପଛରେ ରହିଥିଲା ଆଇଏସଆଇ ଓ ଦାଉଦର ହାତ । ଦେଶର ବିଭିନ୍ନ ସ୍ଥାନରେ ଏମାନେ ବିସ୍ଫୋରଣ କରିବା ନେଇ ରେକି ମଧ୍ୟ କରି ସାରିଥିଲେ ।
ଜିସାନ୍ ଓ ଓସାମାକୁ ଭାରତରୁ ବିମାନ ଯୋଗେ ଓମାନ ନିଆଯାଇଥିଲା । ଓମାନରୁ ନିଆଯାଇଥିଲା ପାକିସ୍ତାନ । ସେଠାରେ ପାକିସ୍ତାନ ସେନାର ଦୁଇ ଜଣ ଅଫିସର ସେମାନଙ୍କୁ ତାଲିମ ଦେଇଥିଲେ । ତଦନ୍ତ ଆଗକୁ ବଢିବା ସହ ପାକିସ୍ତାନର ଏପରି ଆତଙ୍କି ଚେହେରା ସାମ୍ନାକୁ ଆସୁଛି । ୟୁପିରେ ଆଗକୁ ବିଧାନସଭା ନିର୍ବାଚନ ରହିଛି । ଦଶହରା ମଧ୍ୟ ରହିଛି । ଏପରି ସମୟରେ ଦିଲ୍ଲୀ ମୁମ୍ୱା. ରାଜସ୍ଥାନ, ୟୁପିରେ ଏମାନେ ଆତଙ୍କ ଖେଳାଇଥାନ୍ତେ । ୟୁପିର ରାୟବରେଲିରୁ ଗିରଫ ଅମିର ଜାଭେଦ ଘରୁ ବଡ ପରିମାଣର ବିସ୍ଫୋରକ, ମାରଣାସ୍ତ୍ର ଜବତ ହୋଇଛି । ଏହି ଘଟଣା ପଛରେ ପାକିସ୍ତାନ ଆଇଏସଆଇ ଓ ଦାଉଦର ଭାଇ ଅନୀସ ମହମ୍ମଦ ଚଳାଉଥିଲେ ।

related posts

Leave a Comment