ପାର୍ବଣ ସମୟରେ ଥରିଥାନ୍ତା ପୁରା ଭାରତ । ୯/୧୧ ପରି ଆକ୍ରମଣ କରାଇ ଦେଶର ବିଭିନ୍ନ ସହରରେ ଭୟ ଓ ଆତଙ୍କର ମାହୋଲ ତିଆରି କରିବାକୁ ହୋଇଥିଲା ଯୋଜନା । ଏହା ଆଗରୁ ଦିଲ୍ଲୀ ସ୍ପେଶାଲ ସେଲ୍ ୟୁପି ରାଜସ୍ଥାନ-ଦିଲ୍ଲୀରୁ ୬ ଆତଙ୍କବାଦୀଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରୁ ୨ ଜଣ ଆତଙ୍କବାଦୀ ପାକିସ୍ତାନର ଆଇଏସଆଇଏର ଆତଙ୍କୀ ଟ୍ରେନିଂ କ୍ୟାମ୍ପରେ ଟ୍ରେନିଂ ନେଇଥିବା ଖବର ସାମ୍ନାକୁ ଆସିବା ଚିନ୍ତା ବଢାଇ ଦେଇଛି ।
ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ଶାଖା ଏକ ବଡ଼ ଆତଙ୍କବାଦୀ ନେଟ୍ୱର୍କର ପର୍ଦ୍ଦାଫାସ କରିଛି। ୩ ରାଜ୍ୟ ଦିଲ୍ଲୀ, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶରେ ଦିଲ୍ଲୀ ପୁଲିସ ଏକ ବଡ଼ ଧରଣର ଅପରେସନ କରି ୨ ଜଣ ପାକିସ୍ତାନୀ ଆତଙ୍କବାଦୀଙ୍କ ସମେତ ୬ ଜଣଙ୍କୁ ଗିରଫ କରିଛି। ଚଢ଼ଉ ସମୟରେ ମହାରାଷ୍ଟ୍ରର ଜଣେ ଆତଙ୍କବାଦୀ ରାଜସ୍ଥାନର କୋଟାରୁ ଗିରଫ ହୋଇଛି। ଉତ୍ତରପ୍ରଦେଶ ଏଟିଏସ୍ ସହଯୋଗରେ ୩ ଜଣ ଗିରଫ ହୋଇଛନ୍ତି ଏବଂ ଦିଲ୍ଲୀରେ ୨ ଜଣ ଗିରଫ ହୋଇଛନ୍ତି। ଆଗାମୀ ପାର୍ବଣ ଋତୁରେ ସେମାନେ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ବିସ୍ଫୋରଣ ଯୋଜନା କରିଥିଲେ ବୋଲି ତଦନ୍ତରୁ ଜଣାପଡ଼ିଛି। ଦିଲ୍ଲୀ ପୁଲିସର ଆତଙ୍କବାଦ ବିରୋଧୀ ଶାଖାର ସ୍ବତନ୍ତ୍ର ଅଧିକାରୀ ନିରଜ ଠାକୁର କହିଛନ୍ତି, ଅଣ୍ଡରୱାର୍ଲଡ ଡନ୍ ଦାଉଦ ଇବ୍ରାହିମର ଭାଇ ଆନିସ ଇବ୍ରାହିମ ଜଣେ ଆତଙ୍କବାଦୀ ସହିତ ସଂପର୍କରେ ରହୁଥିଲା ଏବଂ ଏ ନେଇ ଅଧିକ ଖୋଳତାଡ଼ ଆରମ୍ଭ ହୋଇଛି।
ଦେଶରେ ବଡଧରଣର ଆତଙ୍କୀ ଆକ୍ରମଣ ଟଳିଲା, ୬ ଆତଙ୍କବାଦୀ ଗିରଫ
Share with