Home Breaking News / ତାଜା ଖବର ସର୍ଟ ସର୍କିଟରେ ଜଳିଗଲା ଟେଣ୍ଟ ହାଉସ: ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ

ସର୍ଟ ସର୍କିଟରେ ଜଳିଗଲା ଟେଣ୍ଟ ହାଉସ: ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧରେ ଅଭାବନୀୟ ଘଟଣା ଘଟିଛି l
ନିଆଁଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି l ସୋମବାର ଭୋରରୁ ତୁମୁଡିବନ୍ଧର ମାଣିକେଶ୍ବରୀ ଟେଣ୍ଟ ହାଉସରେ ନିଆଁଲାଗି ଲକ୍ଷାଧିକ ଟଙ୍କାର ଲାଇଟ ସାଉଣ୍ଡ, କପଡା ଓ ଅନ୍ୟl ନ୍ୟ ସାମଗ୍ରୀ ଜଳି ପାଉଁଶ ହୋଇଯାଇଛି l ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ କରିଛି l ପ୍ରାଥମିକ ତଦନ୍ତରୁ ସର୍ଟସର୍କିଟ ରୁ ନିଆଁ ଲାଗିଲା ବୋଲି ଜଣାପଡିଛି l ଗୋଟିଏ ପଟେ କରୋନାର କରାଳଛାୟା ରେ ଟେଣ୍ଟ ମାଲିକ ଅଶ୍ୱିନୀ କୁମାର ସାହୁ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବୋଝ ଉପରେ ନଳିତାବିଡା ସଦୃଶ କ୍ଷତି ଉପରେ କ୍ଷତି ହୋଇଛି l ଘଟଣା ସ୍ଥଳରେ କନ୍ଧମାଳ ଲାଇଟ ସାଉଣ୍ଡ ଟେଣ୍ଟ ଚିତ୍ରାଳୟ ସଂଘର ସଭାପତି ସୁଧାଂଶୁ ସେନାପତି ଙ୍କ ନିର୍ଦେଶ କ୍ରମେ ଉପସଭାପତି ପ୍ରମୋଦ ଚନ୍ଦ୍ର ପାଲଟା କୋଷାଧକ୍ଷ ପ୍ରଦୀପ କୁମାର ପଣ୍ଡା ସମ୍ପାଦକ ସୁନୀଲ କୁମାର ମୁନୀ ଉପ ସଭାପତି ରଂଜିତ କୁମାର ମହାନ୍ତି ଓ ସଂଘ ର ସଦସ୍ୟଗଣ ପ୍ରମୁଖ ପହଂଚି ଅଶ୍ୱିନୀ ଙ୍କୁ ସ୍ୱାନ୍ତନା ଦେଇଥିଲେ ଏବଂ ପ୍ରଶାସନ ତୁରନ୍ତ କ୍ଷତିଗ୍ରସ୍ତ ଙ୍କୁ ସହାୟତା ଯୋଗାଇ ଦେବାକୁ ଦାବୀ କରିଥିଲେ

related posts

Leave a Comment