Home Breaking News / ତାଜା ଖବର ପାଟଣାଗଡ଼ରେ ଲଗାଣ ବର୍ଷାରେ ଉବୁଟୁବୁ

ପାଟଣାଗଡ଼ରେ ଲଗାଣ ବର୍ଷାରେ ଉବୁଟୁବୁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପାଟଣାଗଡ଼(ପ୍ରିୟବ୍ରତ ସରାଫ): ପାଟଣାଗଡ଼ ଉପଖଣ୍ଡ ରେ ଗତକାଲି ରୁ ଲଗାଣ ବର୍ଷା ହେବା ଫଳରେ ପାଟଣାଗଡ଼ ସହରରେ ଡ୍ରେନ ସୁବିଧା ନ ଥିବାରୁ ପାଣି ନିଷ୍କାସନ ହୋଇ ନ ଥିବାରୁ ତଳି ଅଞ୍ଚଳରେ ପାଣି ଘର ଭିତରେ ଲହଡା ମାରୁଛି। ଘରର ସମସ୍ତ ଅସବାପତ୍ର ପାଣିରେ ଲହଡା ମାରୁଥିବା ଦେଖିବାକୁ ମିଳିଛି। ପାଟଣାଗଡ଼ ବରପଦର ରାସ୍ତାରେ ଥିବା ମାୟାବତୀ ନଦୀ ନିକଟରେ କିଛି ଲୋକ ରହୁଥିବା ଘର ଭିତରେ ପାଣି ପଶି ଜୀବା ଖବର ପାଇ ପାଟଣାଗଡ଼ ସହକାରୀ ଜିଲ୍ଲା ପାଳ କ୍ଷୀରୋଦ ସାହୁ ମାଜିଷ୍ଟ୍ରେଟ ଭାବେ ଅତିରିକ୍ତ ତହସିଲଦାର ଧିରାଜ ପାତ୍ର ସହ ଦମକଳ ବାହିନୀ ପହଞ୍ଚି ପାଣିରେ ଫଶି ରହିଥିବା ଲୋକମାନଙ୍କୁ ଉଦ୍ଧାର କରିଥିବା ବେଳେ ପାଟଣାଗଡ଼ ରେ ବିଭିନ୍ନ ପଡ଼ାରେ ଘର ଭିତରେ ପାଣି ପଶି ଫଶି ରହିଥିବା ଲୋକଙ୍କୁ ପ୍ରଶାସନ ଉଦ୍ଧାର କରି ପାଟଣାଗଡ଼ ଗଡଭିତର ରେ ଥିବା କଲ୍ୟାଣ ମଣ୍ଡପ ରେ ରଖାଯାଇ ଶୁଖିଲା ଖାଦ୍ୟ ଦିଆଯାଇଛି। ଲଗାଣ ବର୍ଷା ଯୋଗୁଁ ପାଟଣାଗଡ଼ ଲାଠୋର ରାସ୍ତାରେ ଥିବା ବାଲିପଟା ନିକଟରେ ଏକ ପୋଲ ନିର୍ମାଣ ହେଉଥିବାରୁ ଅପ୍ରୋଜେ ରୋଡ଼ ଧୋଇ ନେବା ଫଳରେ ଲାଠୋର ଖପ୍ରାଖୋଲ ଅଞ୍ଚଳକୁ ଯୋଗାଯୋଗ ବିଛିନ୍ନ ହୋଇଛି। ବର୍ଷାକୁ ଆଗରେ ରଖି ପ୍ରଶାସନ ତରଫରୁ ସଜାଗ ରହିଛି। ସେହିପରି ହରିଶଙ୍କର ରେ ପ୍ରବଳ ବର୍ଷା ଯୋଗୁଁ ସେଲା ପଥର ନିକଟରେ ଥିବା ଚଲା ପଥ ପୋଲ ଉପରେ ପାଣି ମାଡିଯିବାରୁ ଭୟଙ୍କର ପରିସ୍ଥିତି ଦେଖା ଦେଇଛି। ଓ ଖପ୍ରାଖୋଲ ବ୍ଲକ ର ଘଗରା ନିକଟରେ ଏକ ଗଛ ପଡି ଯିବାରୁ ପାଟଣାଗଡ଼ ପଦ୍ମପୁର ରାସ୍ତା କିଛି ସମୟ ପର୍ଯ୍ୟନ୍ତ ବିଛିନ୍ନ ହୋଇଥିବା ସହ ପାଟଣାଗଡ଼ ଧୂମାଭଟା ରାସ୍ତା ଉପରେ କେନ୍ଦୁମୁଣ୍ଡି ରେ ଗଛ ପଡି ଯିବାରୁ ପାଟଣାଗଡ଼ ଦମକଳ ବାହିନୀର କର୍ମଚାରୀ ମାନେ ପହଁଚି ଗଛକୁ କାଟି ସଫା କରି ବାରୁ ରାସ୍ତା ଖୋଲି ଥିଲା

related posts

Leave a Comment