Home Breaking News / ତାଜା ଖବର ଦିବଂଗତ କରୋନା ଯୋଦ୍ଧା ସାମ୍ବାଦିକ ଆଶୁତୋଷ ବେହେରାଙ୍କ ପରିବାରକୁ ରାଜ୍ୟ ସରକାର ଘୋଷଣା କରିଥିବା ଅନୁକମ୍ପାମୂଳକ ରାଶି ୧୫ଲକ୍ଷ ଟଙ୍କା ପ୍ରଦାନ କଲେ ଜିଲାପାଳ

ଦିବଂଗତ କରୋନା ଯୋଦ୍ଧା ସାମ୍ବାଦିକ ଆଶୁତୋଷ ବେହେରାଙ୍କ ପରିବାରକୁ ରାଜ୍ୟ ସରକାର ଘୋଷଣା କରିଥିବା ଅନୁକମ୍ପାମୂଳକ ରାଶି ୧୫ଲକ୍ଷ ଟଙ୍କା ପ୍ରଦାନ କଲେ ଜିଲାପାଳ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲପଟନାୟକ): କନ୍ଧମାଳ ଜିଲ୍ଲାର ଏକ ଦୈନିକ ଖବର କାଗଜର ସାମ୍ବାଦିକ ଆଶୁତୋଷ ବେହେରାଙ୍କ କୋଭିଡ଼ ସଂକ୍ରମିତ ହୋଇ ମେ ୨୦ ତାରିଖ ୨୦ ୨୧ରେ ଫୁଲବାଣୀ କୋଭିଡ଼ ମେଡିକାଲ ରେ ଭର୍ତି ହୋଇ ଚିକିତ୍ସିତ ଅବସ୍ଥାରେ ୨୩ ମେ ୨୦୨୧ରେ ମୃତ୍ୟୁ ବରଣ କରିଥିଲେ। ରାଜ୍ୟ ସରକାର ସାମ୍ବାଦିକଙ୍କୁ କୋଭିଡ଼ ଯୋଦ୍ଧା ଘୋଷଣା କରିବାସହ ମୃତ ସାମ୍ବାଦିକମାନଙ୍କ ପରିବାର କୁ ୧୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବାପାଇଁ ଘୋଷଣା କରିଥିଲେ। ସେହି ମୁତାବକ ଆଜି ମଙ୍ଗଳବାର କନ୍ଧମାଳ ଜିଲାପାଳ ଡାକ୍ତର ବୃନ୍ଦା ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦିବଂଗତ ସାମ୍ବାଦିକ ଆଶୁତୋଷ ବେହେରାଙ୍କ ପତ୍ନୀ କମଳିନୀ ନାୟକଙ୍କୁ ୧୫ ଲକ୍ଷ ଟଙ୍କାର ଏକଚେକ ପ୍ରଦାନ କରିଥିଲେ। ଜିଲା ପ୍ରଶାସନ ପକ୍ଷରୁ ଜିଲା ଅପାତକାଳୀନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ ଓ ଜିଲା ସମାଜ ମଙ୍ଗଳ ଅଧିକାରିଣୀ ମଞ୍ଜୁଳା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। କମଳିନୀ ଚେକ ଗ୍ରହଣ କରିବାପରେ ଖୁସି ବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତ ଜ୍ଞାପନ କରିଥିଲେ।ଏହି ଅର୍ଥ ପିଲାମାନଙ୍କ ଭବିଷ୍ୟତ ତଥା ଉଚ୍ଚଶିକ୍ଷାଲାଭ କରିବାରେ ସହାୟକ ହେବ ବୋଲି କମଳିନୀ କହିଥିଲେ। ସେହିପରିକନ୍ଧମାଳଜିଲ୍ଲାପାଳଙ୍କ ତ୍ୱରିତ ପଦକ୍ଷେପ ଏବଂ ସହାୟତା ପାଇଁ ମଧ୍ୟ ଧନ୍ୟବାଦ ପ୍ରକାଶ କରିଛନ୍ତି ମୃତ ଆଶୁତୋଷଙ୍କ ବିଧବା ପତ୍ନୀ କମଳିନି ନା ଏକ।

related posts

Leave a Comment