Home Breaking News / ତାଜା ଖବର ରାୟଗଡା ଜିଲାରେ ଜନନୀ ଏକ୍ସପ୍ରେସ ବଦଳରେ ଚାଲିଛି ଖଟିଆ ଏକ୍ସପ୍ରେସ

ରାୟଗଡା ଜିଲାରେ ଜନନୀ ଏକ୍ସପ୍ରେସ ବଦଳରେ ଚାଲିଛି ଖଟିଆ ଏକ୍ସପ୍ରେସ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ରାୟଗଡ ଜିଲ୍ଲା ମହିଳା ମୋର୍ଚ୍ଚା ତରଫରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମହିଳା ମୋର୍ଚ୍ଚା ରାଜ୍ୟ ସମ୍ପାଦିକା ତଥା ଜିଲ୍ଲା ପ୍ରଭାରୀ ବବିତା ପାତ୍ରଙ୍କ ନେତୃତ୍ୱରେ ବିବୃତି ଦିଆଯାଇଥିଲା। ମହିଳା ମୋର୍ଚ୍ଚା ସବୁବେଳେ ମହିଳା ଓ ଶିଶୁ ସୁରକ୍ଷା ସ୍ୱାସ୍ଥ୍ୟ, ଶିକ୍ଷା, ଅପପୃଷ୍ଠି, ସଶକ୍ତିକରଣ ଉପରେ ଆନ୍ଦୋଳନ ଜାରି ରଖିଛି ବୋଲି ଶ୍ରୀମତୀ ପାତ୍ର କହିଛନ୍ତି। ରାଜ୍ୟରେ ନମ୍ବର ବାନ ବୋଲାଉଥୁବା ମୁଖ୍ୟମନ୍ତ୍ରୀ ମହିଳା ଙ୍କ କ୍ଷେତ୍ରରେ ଫେଲ ମାରିଛନ୍ତି। ରାଜ୍ୟରେ ମହିଳା ଶିକ୍ଷିତ ହାର ଅତି ଦୟନୀୟ ଅଟେ ଯାହାକି 65%ମହିଳା ମଧ୍ୟ ଶିକ୍ଷିତ ନାହାନ୍ତି। ସେହିଭଳି ଶିଶୁ ମୃତ୍ୟୁହାର 2016/17 ର ପରିସଂଖ୍ୟାନ ଅନୁସାରେ ପ୍ରତି ହଜାର ଶିଶୁଙ୍କ ମଧ୍ୟରେ 35 ଥିଲା ଏବେ ତାହା ବଢିଯାଇ 40 ରେ ପହଂଚିଛି ଯାହାକି ଅତି ଦୁଃଖଦ ଅଟେ। ସେହିଭଳି ପ୍ରାୟ ସବୁବେଳେ ଜିଲାରେ ଗର୍ଭହବତୀ ମହିଳାଙ୍କ କଥା ଅତି ବିଷମ କାରଣ ଏଠି ଜନନୀ ଏକ୍ସପ୍ରେସ ବଦଳରେ ଖଟିଆ ଏକ୍ସପ୍ରେସ ଅଧିକ ଚାଲୁଛି ଯାହାକି ସବୁବେଳେ ଖବରକାଗଜ ପୃଷ୍ଠା ମଣ୍ଡନ କରୁଛି। ସେହିଭଳି ସ୍ୱାସ୍ଥ୍ୟ କ୍ଷେତ୍ରରେ ଏଗାରଟି ବ୍ଲକ ପାଇଁ ମାତ୍ର ଏଗାରଟି ଜନନୀ ଏକ୍ସପ୍ରେସ ରହିଛି ପ୍ରତି ଦୁଇ ଲକ୍ଷ ମହିଳା ମାନଙ୍କ ମଧ୍ୟରେ ଦୁଇ ଲକ୍ଷ ଅପପୃଷ୍ଠିର ଶିକାର ହେଉଛନ୍ତି ଓ ମୃତ୍ୟୁ ମୁଖରେ ପଡୁଛନ୍ତି। ତେଣୁ ଓଡିଶା ର ମୁଖ୍ୟମନ୍ତ୍ରୀ ଙ୍କୁ ଜିଲ୍ଲା ମହିଳା ମୋର୍ଚ୍ଚା ପ୍ରଶ୍ନ କରିଛି କି 22 ବର୍ଷ ଶାସନରେ ଏହାହିଁ ବିକାଶ କି ଏହି ଉପରେ ସ୍ବଷ୍ଟି କରଣ ରଖିବାକୁ ଦାବିକରିଛି ମହିଳା ମୋର୍ଚ୍ଚା। ସେଜିଭଳି କରନା ତୃତୀୟ ଲହର ରେ ଶିଶୁଙ୍କ ପ୍ରତି ଅତି ବିପଦ ରହିଥିବା ରାଜ୍ୟ ସରକାର ଘୋଷଣା କରିଥିବା ବେଳେ ଶିଶୁଙ୍କ ଚିକିତ୍ସା ପାଇଁ ଅତି ଆଧୁନିକ ସରଞ୍ଜାମ ନାହିଁ ଏପରିକି ଗର୍ଭ ବତୀ ମହିଳାଙ୍କ ପାଇଁ ଜିଲାରେ ଜଣେ ହେଲେ ଅନସ୍ଥସିଆ ଡାକ୍ତର ନାହାନ୍ତି ଯାହାକି ଅନ୍ୟ ଜାଗାରୁ ଆଣି ଭରପାଇ କରାଯାଉଥିବା ଜଣାପଡିଛି। ଆଜିବି ଜିଲାରେ ବାଲ୍ୟ ବିବାହ ସମ୍ପୂର୍ଣ ରୂପରେ ବନ୍ଦ ହୋଇପାରିନି ତାକୁ ରୋକିବାକୁ ସରକାର ଚେଷ୍ଟା କରନ୍ତୁ ମିଛ ବାହାବା ନେବା ଛାଡିଦିଅନ୍ତୁ 22 ବର୍ଷ ଶାସନରେ ମହିଳା ସବୁଠୁଅଧିକ ନିଷ୍ପେସିତ ହେଇଛନ୍ତି ତେଣୁ ଏହାର ସମାଧନ କରନାଗଲେ ଆଗାମୀ ଦିନରେ ମହିଳା ମୋର୍ଚ୍ଚା ରାଜ ରାସ୍ତାକୁ ଓଲ୍ହାଇବ ବୋଲି ଚେତାବନୀ ଦେଇଛନ୍ତି । ଏହି ସମିଳନୀ ରେ ଜିଲ୍ଲାର ମହିଳା ସଭାନେତ୍ରୀ ରଞ୍ଜନା ଉପାଧ୍ୟାୟ, ସମ୍ପାଦିକା ପିଙ୍କି ମହାପାତ୍ର, ଉପସଭାନେତ୍ରି ଧର୍ମିଷ୍ଠା ସାମନ୍ତ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

related posts

Leave a Comment