Home Breaking News / ତାଜା ଖବର ମୁନିଗୁଡା ପୋଲିସ ଦ୍ୱାରା 22 କିଲୋ 160ଗ୍ରାମ ଗଞ୍ଜେଇ ଜବତ ,ଦୁଇ ଗିରଫ

ମୁନିଗୁଡା ପୋଲିସ ଦ୍ୱାରା 22 କିଲୋ 160ଗ୍ରାମ ଗଞ୍ଜେଇ ଜବତ ,ଦୁଇ ଗିରଫ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ବର ରାଉତ): ରାୟଗଡା ଜିଲ୍ଲା ମୁନିଗୁଡା ପୋଲିସକୁ ମିଳିଛି ପୁଣି ସଫଳତା 22 କିଲୋ 160ଗ୍ରାମ ଗଞ୍ଜେଇ ଯବତ କରିବା ସହ ଦୁଇ ଜଣ ମାଫିଆଙ୍କୁ ଗିରଫ କରିଛି l ଥାନା ଅନ୍ତର୍ଗତ ଗତିଗୁଡା ଛକ ନିକଟରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବ ବିଶେଷ ସୂତ୍ରରୁ ଖବର ପାଇ ମୁନିଗୁଡା ଏସଡ଼ିପିଓ ଆକାଶ ଚନ୍ଦ୍ର ସାହୁଙ୍କ ନିର୍ଦେଶ କ୍ରମେ ଥାନା ଅଧିକାରୀ ସୁଜ୍ଞାନୀ ସାହୁଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ଗଠନ କରି ଗତିଗୁଡା ଛକ ନିକଟରେ ପହଞ୍ଚି ଗଞ୍ଜେଇ ଚାଲାଣ କରୁଥିବା ଦୁଇ ଯୁବକକୁ କାବୁ କରିବା ସହ ଦୁଇଟି ଏୟାର ବେଗ ସହ ଦୁଇ ଜଣକୁ ଥାନାକୁ ଆଣିଥିଲେ l ଦୁଇ ଜଣ ଯୁବକ ହେଲେ ଝାରଖଣ୍ଡ ରାଜ୍ୟ ଧନବାଦର ଚନ୍ଦନ କୁମାର ରୋଏ ଓ ଅନ୍ୟ ଜଣେ ବିହାରର ରାମ ସାରବାର ବୋଲି ଜଣାପଡିଛି l ଦୁଇ ଜଣକୁ ଥାନାରେ ପଚରା ଉଚରା ପରେ ଉକ୍ତ ବେଗରେ ଗଞ୍ଜେଇ ଥିବା ଓ ଏହାର ଓଜନ 22 କିଲୋ 169 ଗ୍ରାମ ବୋଲି ଜଣାପଡିଥିଲା l ଏହାର ଆନୁମାନିକ ମୂଲ୍ୟ 2 ଲକ୍ଷ୍ୟ ଟଙ୍କା ହେବ ବୋଲି ଜଣାପଡିଛି l ଏମାନଙ୍କ ନାମରେ ମୁନିଗୁଡା ଥାନା କେଶ ନମ୍ବର 121/21 ରେ ମାମଲା ରୁଜୁ କରି କୋର୍ଟକୁ ପଠାଯାଇଥିବା ବେଳେ ଏଥିରେ ସମ୍ପୃକ୍ତ ଥିବା ଅନ୍ୟ କିଛି ଜଣ ଚତୁରତାର ସହ ଫେରାର ହୋଇଯାଇଥିଲେ l ଏହାର ଅଧିକ ତଦନ୍ତ ଜାରି ରଖିବା ସହ ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଥିବା ଅନ୍ୟ ମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀମତୀ ସାହୁ ସୂଚନା ଦେଇଛନ୍ତି ।

related posts

Leave a Comment