Home Breaking News / ତାଜା ଖବର ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ

ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ବଡନାଗଝୋରି ଗ୍ରାମରେ ନିଜ ଘରେ ହିଁ ବିଦୁତ ମରାମତି ବେଳେ ବିଦୁତ ଆଘାତରେ ଚାଲିଗଲା ଜିବନ । ମୃତକ ଜଣକ ହେଲେ ସଦା ଡଙ୍ଗରି l ନୁଆଖାଇ ଥିବାରୁ ଘର ସଫାସଫି କରୁଥିବା ସମୟରେ ଜଳୁ ନଥିବା ବଲବ ମରାମତି ସମୟରେ ବିଦ୍ୟୁତ ଆଘାତ ହେବାରୁ ସଦା ତଳେ ପଡିଯାଇଥିଲେ l ସଙ୍ଗେ ସଙ୍ଗେ ପରିବାର ଓ ପଡୋଶୀ ମାନେ ସଦାଙ୍କୁ ତୁରନ୍ତ ପ୍ରଥମେ ଅମ୍ବାଦଳା ଡାକ୍ତରଖାନାକୁ ନେଇଥିଲେ ସେଠାରେ ପ୍ରାଥମିକ ଚିକିତ୍ସା କରିଥିଲେ ଅଧିକ ସଙ୍କଟାପୁର୍ଣ୍ଣ ହେବାରୁ 108 ଆମ୍ବୁଲାନ୍ସ ଯୋଗେ ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ହେଲେ ଡାକ୍ତର ତାଙ୍କୁ ମୃତ ଗୋଷଣା କରିଥିଲେ । ଘଟଣାପରେ ପରିବାର ଓ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ପୋଲିସ ପହଁଞ୍ଚି ଘଟଣାର ଅଧିକ ତଦନ୍ତ ଜାରି ରଖିବା ସହ ଶବ ବ୍ୟବେଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି l

related posts

Leave a Comment