Home Breaking News / ତାଜା ଖବର ବର୍ଷା ବିତ୍ପାତରେ ବଡମ୍ବା ଓ ନରସିଂହପୁରରେ ବ୍ୟାପକ ଚାଷଜମି ଜଳମଗ୍ନ: ରାସ୍ତାଘାଟ ବିଚ୍ଛିନ୍ନ, କ୍ଷତି ଆକଳନ ପାଇଁ ସମୀକ୍ଷା ବୈଠକ

ବର୍ଷା ବିତ୍ପାତରେ ବଡମ୍ବା ଓ ନରସିଂହପୁରରେ ବ୍ୟାପକ ଚାଷଜମି ଜଳମଗ୍ନ: ରାସ୍ତାଘାଟ ବିଚ୍ଛିନ୍ନ, କ୍ଷତି ଆକଳନ ପାଇଁ ସମୀକ୍ଷା ବୈଠକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଡମ୍ବା(ଶକ୍ତିଶ୍ୱର ରଣା):ଆଜି ସକାଳୁ ନରସିଂହପୁର ଓ ଅପରାହ୍ନରେ ବଡମ୍ବାର ବର୍ଷାବିତ୍ପାତରେ କେତେକ କ୍ଷତିଗ୍ରସ୍ତ ଅଂଚଳ ମୁଁ ବୁଲି ଦେଖିବା ପରେ ପ୍ରାରମ୍ଭିକ କ୍ଷୟକ୍ଷତିର ଆକଳନ ପାଇଁ ବଡମ୍ବା ଓ ନରସିଂହପୁରରେ ଦୁଇଟି ପୃଥକ ବୈଠକରେ ମୁଁ ଯୋଗ ଦେଇ ସଦ୍ୟତମ ସ୍ଥିତି ଓ ଆସନ୍ନ ସ୍ଥିତିର ସମୀକ୍ଷା କରିଥିଲି। ଏଥିରେ ଉଭୟ ବ୍ଲକର ଅଧ୍ୟକ୍ଷ, ଅଧ୍ୟକ୍ଷା, ଉପାଧ୍ୟକ୍ଷ, ବିଡିଓ ତହସିଲଦାର ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।

ନରସିଂହପୁରରେ ଆଇଁସିଆ, ନିମସାହି, ବାଲିସାହି ନୂଆଗାଁ, ମିଟିକାପୁରରେ ଚତରା ଓ ଧନିଆ ନାଳ ତଥା କ୍ଷୁଦ୍ରସେଚ ପ୍ରୋଜେକ୍ଟରେ ୧୯୭ ମି.ମି ବର୍ଷା ବିତ୍ପାତରେ ସୃଷ୍ଟି ହୋଇଥିବା ଘାଇ ଗୁଡିକ ତହସିଲଦାରଙ୍କ ସହ ଯାଇ ଦେଖିଥିଲି ଓ କେତେକ ଭାଙ୍ଗିଯାଇଥିବା ଘର ଦେଖିଥିଲି। ବନ୍ଧହୁଡ଼ା ଓ ଲେମ୍ବୋ- ବଡବାରଣାରେ ହୋଇଥିବା ଘାଇ ବ୍ଲକ ଅଧ୍ୟକ୍ଷ କିଶୋର ମିଶ୍ର ଓ ତହସିଲଦାର ଶ୍ରୀ ଆଲୋକ ଦେହୁରୀଙ୍କୁ ଯିବା ପାଇଁ କହିଥିଲି।ଚାଷଜମି ଜଳମଗ୍ନ ଅଞ୍ଚଳ ବୁଲି ଦେଖିଥିଲି। ଜଳକେଳି-ଏକଡ଼ାଳ, ନିମସାହି-ଆଇଁସିଆ ଓ ଜିଲିଣ୍ଡା-ସାନଗାଁ ରାସ୍ତା ଉପରେ ଏବେବି ପାଣି ଚାଲୁଥିବା ଅବଗତ ହୋଇଥିଲି।
ବଡ଼ମ୍ବାରେ ଉପାଧ୍ୟକ୍ଷ ସଦାନନ୍ଦ ସ୍ୱାଇଁ ଓ ” ଆତ୍ମା”ର ବରିଷ୍ଠ ସଦସ୍ୟ ପ୍ରଦୀପ୍ତ ସ୍ୱାଇଁ ଙ୍କ ସହିତ ଇଚ୍ଛାପୁର -ପରଜାପଡ଼ା, ମଙ୍ଗରାଜପୁର ଓ ଶଙ୍ଖାମେରୀ, ଗୋପମଥୁରା- ଯୋଡୁମ, ବାଙ୍ଗରିସିଂଘା ତେଲେଣିଆ ମୁଗଗହୀରର ବ୍ୟାପକ ଚାଷଜମି ଜଳମଗ୍ନ ହୋଇଥିବା ଦେଖିଲି ଓ ଗ୍ରାମବାସୀ ମାନଙ୍କ ସହ ଆଲୋଚନା କରିଥିଲି । ଶଙ୍ଖାମେରୀ-ଗୋପମଥୁରା ପୂର୍ତ୍ତ ରାସ୍ତାରେ ଓ ବୋଗଡ଼ା – ଗଡା ସୁକୁଟା ଠାରେ ଗୋପୀନାଥପୁର- ଗୋପମଥୁରା ପୂର୍ତ୍ତ ରାସ୍ତା ରେ ବ୍ୟାପକ କ୍ଷୟକ୍ଷତି ହୋଇ ରାସ୍ତାରେ ପାଣି ଚାଲି ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ଦେଖିଥିଲି ।

ଏହାପରେ ବଡ଼ମ୍ବା ବ୍ଲକ ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷା , ଉପାଧ୍ୟକ୍ଷ ଓ ତହସିଲଦାର ଶ୍ରୀ ଦେବଦତ୍ତ ମହନ୍ତଙ୍କ ଉପସ୍ଥିତିରେ ନରସିଂହପୁର ବ୍ଲକ ସମ୍ମିଳନୀ କକ୍ଷରେ ବ୍ଲକ ଅଧ୍ୟକ୍ଷ, ତହସିଲଦାର ବିଡ଼ିଓ ଶ୍ରୀ ପ୍ରଦୀପ ସାହୁଙ୍କ ଉପସ୍ଥିତିରେ ସେଚ, ପୂର୍ତ୍ତ, କ୍ଷୁଦ୍ରଜଳସେଚନ, କୃଷି , ଉଦ୍ୟାନ କୃଷି, ବିଦ୍ୟୁତ, ଭେଟେନାରୀ, ପାନୀୟଜଳ, ଗ୍ରାମ୍ୟ ଉନ୍ନୟନ ବ୍ଲକର ଅଧିକାରୀ ଓ ଯନ୍ତ୍ରୀ ମାନଙ୍କ ସହ ସେମାନଙ୍କ ଉପସ୍ଥାପନା ର ସମୀକ୍ଷା କରିଥିଲି । ନରସିଂହପୁରରେ ୪୦୦ରୁ ଉର୍ଦ୍ଧ୍ବ ଘର ଭାଙ୍ଗିଥିବା ତହସିଲଦାର ଶ୍ରୀ ଆଲୋକ ଦେହୁରୀ ପ୍ରକାଶ କରିଥିଲେ । ସମ୍ପୃକ୍ତ ଅଧିକାରୀ ମାନେ ଶୀଘ୍ର କ୍ଷୟକ୍ଷତି ରିପୋର୍ଟ ଦେବାକୁ ଆଲୋଚନା ହୋଇଥିଲା ପ୍ରାୟ ୧୫,୦୦୦ ହେକ୍ଟରରୁ ଅଧିକ ଚାଷଜମି ଜଳବନ୍ଦୀ ହୋଇ ରହିଥିବା ପ୍ରାରମ୍ଭିକ ଆକଳନରୁ ଜଣାପଡିଛି । ଅତିରିକ୍ତ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଠାରୁ ମୁଁ ଅବଗତ ହୋଇଥିବା ହୀରାକୁଦରୁ ମହାନଦୀକୁ ଛତିଶଗଡରେ ହୋଇଥିବା ଲଘୁଚାପର ସ୍ଥିତି ସମ୍ପର୍କରେ ମୁଁ ଅଧିକାରୀ ମାନଙ୍କୁ ଅବଗତ କରାଇ ଆସନ୍ତା ୧୭ ତାରିଖ ପରର ସମ୍ଭାବନା କୁ ଦୃଷ୍ଟିରେ ରଖି ପ୍ରସ୍ତୁତି ରହିବାକୁ କହିଥିଲି ।

related posts

Leave a Comment