Home Breaking News / ତାଜା ଖବର କଇଁଛ ଧରିବା ହେଲା କାଳ, କୂଅ ଭିତରେ ଅଣନିଶ୍ୱାସୀ ହୋଇ ଚାଲିଗଲା ୩ ଜଣକ ଜୀବନ

କଇଁଛ ଧରିବା ହେଲା କାଳ, କୂଅ ଭିତରେ ଅଣନିଶ୍ୱାସୀ ହୋଇ ଚାଲିଗଲା ୩ ଜଣକ ଜୀବନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଇଛ ଧରିବା ହେଲା କାଳ Iକଇଛ ଧରିବାକୁ ଯାଇ ପରିତ୍ୟକ୍ତ କୂଅ ଭିତରେ ଅଣ ନିଶ୍ୱାସୀ ହୋଇ ତିନି ମୃତ Iମୃତ ବ୍ୟକ୍ତି ମାନେ ହେଲେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ କୁହିବାହାଲ ଗାଁର ବାପ ସାଧୁ କାଲସେ (୬୦)ପୁଅ ଆଲୋକ କାଲସେ (20) ଏବଂ ଡୁଙ୍ଗୁରିପାଲି ବ୍ଳକ ସୁଲେଇ ଗାଁର ସାନ୍ଧୁଙ୍କ ଜ୍ୱାଇଁ ନବୀନ ମୋଟାରୀ (32) I ଆଜି ଏମିତି ଏକ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ରାମପୁର ଥାନା କୁହିବାହାଲ ଗାଁ ନିକଟରେ ଥିବା ଆନନ୍ଦପୁରରେ I ଆନନ୍ଦପୁରରେ ଥିବା ଏକ ପରିତ୍ୟକ୍ତ କୂଅରେ କଇଛ ଦେଖିବାକୁ ପାଇଥିଲେ ସାଧୁ Iସେ କୂଅ ଭିତରକୁ କଇଛ ଧରିବାକୁ ଯାଇ ଆଉ ବାହାରକୁ ବାହାରି ପାରିନଥିଲେ Iଫଳରେ ପୁଅ ଆଲୋକ ଏବଂ ଜ୍ୱାଇଁ ନବୀନ ପୁଣି କୂଅ ଭିତକୁ ପଶିଥିଲେ I ହେଲେ ତିନି ଜଣ ଅଣ ନିଶ୍ୱାସୀ ହୋଇ କୂଅ ଭିତରେ ମୃତ୍ୟୁ ଘଟିଥିବା । ଏମାନଙ୍କୁ ସେହି ଗ୍ରାମର ଗୁପ୍ତେ କଲସେ ଉଦ୍ଧାର କରିବା କୁ ଯାଉଥିଲା ବେଳେ ସେ ମଧ୍ୟ ଅଣନିଃଶ୍ବାସୀ ହେବାରୁ ତାଙ୍କୁ ମଧ୍ୟ ପାଖ ଡାକ୍ତର ଖାନା କୁ ନେଇ ଚିକିତ୍ସା କରିଥିଲେ ।ସେ ବତ୍ତମାନ ସୁସ୍ଥ ଅଛନ୍ତି ।ଘଟଣା ସ୍ଥଳରେ ଅଗ୍ନି ସମ ବଗଭା ପହଞ୍ଚି କୁଅ ଭିତରୁ ସମସ୍ତ ଙ୍କୁ ଉଦ୍ଧାର କରି ବିନିକା ଡାକ୍ତରଖାନା କୁ ଆଣିଥିଲେ

related posts

Leave a Comment