Home Breaking News / ତାଜା ଖବର ଲଗାଣ ବର୍ଷାରେ ରାଇକିଆ ବେହାଲ: ସାପ୍ତାହିକ ହାଟ, ସ୍କୁଲ୍ ବନ୍ଦ

ଲଗାଣ ବର୍ଷାରେ ରାଇକିଆ ବେହାଲ: ସାପ୍ତାହିକ ହାଟ, ସ୍କୁଲ୍ ବନ୍ଦ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇକିଆ: ସାରା ରାଜ୍ୟରେ ଲଗାଣ ଲଘୁଚାପ ଜନିତ ବର୍ଷା ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏହି ଲଘୁଚାପ ଯୋଗୁଁ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ରବିବାର ଦିନ ଓ ରାତିସାରା ବର୍ଷା ଜାରି ରହିଥିବା ବେଳେ ସମୋବାର ସକାଳୁ ପ୍ରବଳ ବର୍ଷା ହେଉଛି। ଏଥିଯୋଗୁଁ ରାଇକିଆ ଅଞ୍ଚଳରେ ସାଧାରଣ ଜନଜୀବନ ବହୁ ପ୍ରଭାବିତ ହୋଇଛି। ବର୍ଷାଯୋଗୁଁ ସମୋବାର ସାପ୍ତାହିକ ହାଟ ସମ୍ପୁର୍ଣ୍ଣ ପ୍ରଭାବିତ ହୋଇ ବନ୍ଦ ରହିଛି।ଏଥି ପୂର୍ବରୁ ମଧ୍ୟ ସମୋବାର ହାଟ ବର୍ଷା ଯୋଗୁଁ ପ୍ରଭାବିତ ହୋଇଥିଲା। ରାଇକିଆ ବ୍ଲକ୍ ର ଆଖପାଖ ଗାଁ ଗହଳିରୁ ଆସୁଥିବା କ୍ଷୁଦ୍ର ପରିବା ବ୍ୟବସାୟ ଏଥିରେ ବହୁ ପ୍ରଭାବିତ ହୋଇଛନ୍ତି। ପ୍ରତ୍ୟେକ ସକାଳୁ ବ୍ୟବସାୟ ମାନେ ବିଭିନ୍ନ କିସମର ପନିପରିବା ବେପାର କରିବାକୁ ଆସୁଥିବା ବେଳେ ସମୋବାର ସକାଳୁ ପ୍ରବଳ ବର୍ଷା ଯୋଗୁଁ କୈାଣସି ବ୍ୟବସାୟଙ୍କୁ ଦେଖିବାକୁ ମିଳିନଥିଲା।ଅଞ୍ଚଳରେ ଯାତ୍ରୀବାହି ବସ୍ ଚଳାଚଳ ହେଉଥିଲେ ମଧ୍ୟ କମ୍ ସଂଖ୍ୟକ ଯାତ୍ରୀ ଯାତାୟାତ କରୁଥିବା ଦେଖିବାକୁ ମିଳିଥିଲା।
ରାଇକିଆ ଅଞ୍ଚଳର ବିଭିନ୍ନ ସ୍ଥାନରେ ଥିବା ଛୋଟ ବଡ଼ ଡ୍ରେନ୍ ମଧ୍ୟରେ ଅଳିଆ ଆବର୍ଜ୍ଜନାରେ ପୂର୍ଣ୍ଣ ହୋଇଥିବା ଯୋଗୁଁ ରାଜରାସ୍ତାରେ ପାଣିସୁଅ ଛୁଟୁଛି। ରାଇକିଆ ଥିବା ସରକାରୀ ମେଡିକାଲ ରୋଡ଼,ସିଙ୍ଗିଗଡ ସେଣ୍ଟ୍ କାଥାରିନ ବିଦ୍ୟାଳୟ ରୋଡ଼, ଚୁନପଲି ଛକ, ବେରେଡାକିଆ ପଞ୍ଚାୟତର ଆରସିଏମ୍ ରୋଡ଼ ଏହି ପରି ଅନେକ ସ୍ଥାନରେ ଆବର୍ଜନା ପାଣି ଜମା ହୋଇ ରହୁଛି।ସମୋବାର ସକାଳୁ ଛାତ୍ରଛାତ୍ରୀ ସ୍କୁଲ୍ କଲେଜ ଯାଇଥିବା ବେଳେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ,କଲେଜ ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁଚନା ଦିଆଯାଇଛି।ଏହା ପରେ ଛାତ୍ରଛାତ୍ରୀ ଘରକୁ ଫେରୁଥିବା ଦେଖିବାକୁ ମିଳିଥିଲା।

related posts

Leave a Comment