Home Breaking News / ତାଜା ଖବର ଟିକରପଡା ଗ୍ରାମରେ ସଂକୀର୍ତନ ଓ ଯଜ୍ଞାନୁଷ୍ଠାନ ସଂସ୍କାର କାର୍ଯ୍ୟକ୍ରମ-ଅଧ୍ୟତ୍ମିକ ମାର୍ଗହିଁ ଶାନ୍ତିର ମାର୍ଗ ‘ଯୋଗୀଶ୍ରୀ’

ଟିକରପଡା ଗ୍ରାମରେ ସଂକୀର୍ତନ ଓ ଯଜ୍ଞାନୁଷ୍ଠାନ ସଂସ୍କାର କାର୍ଯ୍ୟକ୍ରମ-ଅଧ୍ୟତ୍ମିକ ମାର୍ଗହିଁ ଶାନ୍ତିର ମାର୍ଗ ‘ଯୋଗୀଶ୍ରୀ’

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ରାୟଗଡ ଜିଲ୍ଲା ସଦର ବ୍ଲକ ର ହଲୁଆ ପଞ୍ଚାୟତ ର ଟିକରପଡା ଗ୍ରାମରେ ଏକ ସଂକୀର୍ତ୍ତନ ଓ ଯଜ୍ଞାନୁଷ୍ଠାନ ଆୟୋଜନ କରାଯାଇଛି। ଆୟୋଜକ ମୁଖ୍ୟ ପୁରୋଧା ସ୍ଥାନୀୟ ସଦରାମ କଡ୍ରକା ଙ୍କ ପ୍ରୟାସରେ ସମ୍ଭବ ହେଇଛି। ଏହି ସତସଙ୍ଗ ଆୟୋଜନ କରିବାର ମୁଖ୍ୟ ଉଦ୍ୟେସ ହେଲା ଗଣେଶ ଚତୁର୍ଥୀ ଦିନ ଆଜିକାଲିର ଯୁବ ସମାଜ ନିଜ ପରମ୍ପରାକୁ ଭୁଲି ପାଶ୍ଚୟତ ସଭ୍ୟତାକୁ ଆଗ୍ରହ ଦେଖାଉଛି ତେଣୁ ସେ ସମାଜକୁ କିପରି ନିଜ ପରମ୍ପରା ଆଡେ ଆଗ୍ରହ ଦେଖାଇବାକୁ ଏହି କାର୍ଯ୍ୟକ୍ରମ କରାଯାଇଛି। ଆଜିକାଲିର ସମାଜ ନାଚ ଗୀତ ଡ୍ୟାନ୍ସ କ୍ସହଲଚିତ୍ରର ଗୀତ ଅଶ୍ଳୀଳ ନୃତ୍ୟ ଗୀତ କୁ ଆସର କରି ସମାଜରେ ନିଜଠାରୁ ବଡ ଙ୍କ ଅପମାନିତ କରବାକୁ ପଛାଉ ନଥିବା ଦେଖିବାକୁ ମିଳୁଛି ଏହା ସମାଜ ପାଇଁ ଶୁଭଙ୍କର ନୁହେଁ ତେଣୁ ଏହି ପରମ୍ପରାକୁ ଭୁଲି ନିଜ ସତ୍ୟ ସନାତନ ପରମ୍ପରାକୁ ଲୋକାଦୃତ କରିବାକୁ ଅଗ୍ରପୂଜ୍ୟ ଗଣାପତି ଗଜାନନ ଙ୍କ ସାମନାରେ ସାଂକୀର୍ତନ ଓ ସତ୍ସଙ୍ଗର ଆୟୋଜନ କରଯାଇଥିଲା। ଗଣେଶଙ୍କ ମାତୃଭକ୍ତି ଓ ପିତା ମାତାଙ୍କ ପ୍ରତି କିପରି ସମର୍ପଣ ଭାବ ରଖିଛନ୍ତି ତାର ନିଦର୍ଶନ ବୁଝାଇ ଥିଲେ ଓ ସତ୍ସଙ୍ଗର ପୁରୁଷାର୍ଥ କଣ ସମସ୍ତଙ୍କୁ ହୃଦୟଙ୍ଗମ କରାଇଥିଲେ ମାର୍ଗ ଦର୍ଶକ ପରାମର୍ଶ ଦାତା ଯୋଗୀଶ୍ରୀ ଚୈତନ୍ୟ ରାମ। ଅଧ୍ୟତ୍ମିକ ମାର୍ଗ ଏକମାତ୍ର ମାର୍ଗ ଶାନ୍ତିର ମାର୍ଗ ତେଣୁ ଏହି ମଧୁର ରସ ପାନ କରି ନିଜକୁ ବ୍ରହ୍ମଲୀନ କରିବା ପାଇଁ ଏହି ପଥର ପଥିକ ହେବାକୁ ମାନବ ସମାଜକୁ ଉପଦେଶ ଦେଇଥିଲେ। ସତ୍ସଙ୍ଗର ମହତ୍ଵ ବୁଝାଇବା କୁ ଯାଇ ଏକ ଭ୍ରମର କିପରି ଏକ ଗୋବର ପୋକର କୁ ଅଭ୍ୟାସ କୁ ଛଡାଇ ଶିବ ଦର୍ଶନ ଭାଗ୍ୟ ରେ ପରିବର୍ତନ କରି ପୁତି ଗନ୍ଧ ମୟ ଜୀବନରୁ କିପରି ପୁଣ୍ୟ ପବନୀ ଗଙ୍ଗା ଙ୍କ ସାନିଧ୍ୟ ପ୍ରାପ୍ତ ର ବିଶେଷ କଥା ଜଣାଇଥିଲେ। ଯେପରି ସାଙ୍ଗ ସେପରି ଗୁଣ ତେଣୁ ସତସଙ୍ଗ ରେ ନିଜକୁ ହଜାଇ ଦେବାକୁ ମାନବ ସମାଜକୁ ସନ୍ଦେଶ ଦେଇଛନ୍ତି। ସତସଙ୍ଗ ସହ ଅଖଣ୍ଡ ନାମ ଜପ, ଅନାଦନ, ସାଂକୀର୍ତନ ନଗର ପରିକ୍ରମା ରେ ସାରା ଗ୍ରାମ ପ୍ରକମ୍ପିତ ଥିଲା ସମସ୍ତେ ଉତ୍ସାହିତ ହୋଇ ଭାଗ ନେବାସହ ଆଖ ପାଖ 5 ଟି ଗ୍ରାମର ଲୋକ ମାନେ ସ୍ୱ ଇଚ୍ଛାରେ ଯୋଗ ଦେଇଥିଲେ । ଏହି ସାଂକୀର୍ତନ କରିବା ପାଇଁ ମୋହନ ଗୁରୁ, ଜିଲା ବିଶ୍ୱଗିନ୍ଦୁ ପରିଷଦ ସଭାପତି ରାଜେନ୍ଦ୍ର ସାହୁ, ଧର୍ମରକ୍ଷକ ଭାଇ ହଳଧର ଭାଇ, ମାଲନା ଭାଇ, ଗୋପୀ ମୋହନ ବିଡିକା, ଅନେକ ମାତୃ ମଣ୍ଡଳୀ, ମାଲୟ ବିଡିକା, ଓ ଅନେକ ଦୀକ୍ଷିତ ମାନେ ଯୋଗଦେଇଥିଲେଓ ସଂକୀର୍ତନର ତାଳେ ତାଳେ ନାମ ଜପ କରିଥିଲେ ।

related posts

Leave a Comment