Home Breaking News / ତାଜା ଖବର ଗ୍ୟାସ ଲିକ ହୋଇ ବୃଦ୍ଧ ଗୁରୁତର

ଗ୍ୟାସ ଲିକ ହୋଇ ବୃଦ୍ଧ ଗୁରୁତର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିନିକା ଥାନା ଚରଦା ଗାଁରେ ଅଘଟଣ Iଗ୍ୟାସ ଲିକ ହୋଇ ବୃଦ୍ଧ ଗୁରୁତର Iଗୁରୁତର ବୃଦ୍ଧ ଜଣକ ହେଲେ ଧ୍ରୁବ ଚରଣ ଭୋଇ (62)I ଚରଦା ଗାଁର ନିଜ ଘରେ ଖିଆପିଆ କରି ଧ୍ରୁବଙ୍କ ସ୍ତ୍ରୀ ଏବଂ ସାନଝିଅ ଏକ କୋଠରୀରେ ଶୋଇଥିବା ବେଳେ ଧ୍ରୁବ ଚରଣ ଏକ ଅଲଗା କୋଠରୀରେ ଶୋଇଥିଲା Iହେଲେ ବିଳମ୍ବିତ ରାତି 1 ଟାରେ ହଠାତ ଗ୍ୟାସ ଲିକ ହୋଇଥିଲା Iଫଳରେ ଧ୍ରୁବ ଚରଣ ଗୁରୁତର ଆହତ ହୋଇଥିଲେ I ଗାଁ ଲୋକେ ଖବର ପାଇଁ ବିନିକା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ I ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଲିକ ଗ୍ୟାସକୁ ବନ୍ଦ କରିବା ସହ ଗୁରୁତର ଅବସ୍ଥାରେ ଧ୍ରୁବ ଚରଣଙ୍କୁ ଉଦ୍ଧାରକରି ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ Iତେବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ବୀର ସୁରେନ୍ଦ୍ର ସାଏ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା

related posts

Leave a Comment