Home Breaking News / ତାଜା ଖବର ବର୍ଷାକୁ ଖାତିର ନକରି ଲୋକଙ୍କ ପାଖରେ ପହଞ୍ଚିଲେ ବଡ଼ମ୍ବା ବିଧାୟକ ଦେଵୀ ମିଶ୍ର

ବର୍ଷାକୁ ଖାତିର ନକରି ଲୋକଙ୍କ ପାଖରେ ପହଞ୍ଚିଲେ ବଡ଼ମ୍ବା ବିଧାୟକ ଦେଵୀ ମିଶ୍ର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଢୁ ଢୁ ବର୍ଷାକୁ ଖାତିର ନଥିଲା |ଲୋକଙ୍କ କଲ୍ୟାଣ ପାଇଁ ସେଇ ମୁଷଳ ଧାରା ବର୍ଷାରେ ଭିଜି ଭିଜି ଲୋକଙ୍କ ପାଖରେ ପହଞ୍ଚି ଥିଲେ ବିଜେଡି ଉପ ସଭାପତି ତଥା ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର |ସୋମବାର ଦିନ,କଟକ ଜିଲ୍ଲାର ବଡମ୍ବା ବ୍ଲକ ଅଧକ୍ଷା ଅନୁସୟା ନାୟକ ଅଧକ୍ଷତାରେ ବ୍ଲକ ସମିଳନୀ କକ୍ଷରେ ସାମାଜିକ ସୁରକ୍ଷା ଅର୍ଥରାଶି ବଣ୍ଟନ କରାଯାଇଥିଲା |ଏହି କାଯ୍ୟକାମରେ ବଡମ୍ବା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର ଯୋଗଦେଇଥିଲେ| କୋରୋନା ମହାମାରୀ ସମୟରେ ଲୋକମାନେ କିଭଳି ଦୁଃଖରେ ପରିବାର ଚଳଉଥିଲେ ସେଥିପାଇଁ ବିଧାୟକ ଦୁଃଖ ପ୍ରକାଶ କରିଥିଲେ | ଲଘୁଚାପଜନିତ ବର୍ଷା ଢୁ ଢୁ କୁଟୁଥିବା ବେଳେ ବିଧାୟକ ଶ୍ରୀ ମିଶ୍ର ବଡମ୍ବା ବ୍ଲକ ପରିସରରେ 38 ଗୋଟି ଗ୍ରାମ ପଞ୍ଚାୟତ ର ପାୟ 489 ଜଣଙ୍କୁ ଭତା ବଣ୍ଟନ କରିଥିଲେ |ବିଧାୟକ ଶ୍ରୀ ମିଶ୍ର ତାଙ୍କ ବକ୍ତବ୍ୟରେ କହିରଥିଲେ ଯେ, 1995 ମସିହା ବେଳେକୁ ବଡମ୍ବା ବ୍ଲକ ରେ 63500 ଟଙ୍କା ଭତା ବଣ୍ଟନ କରାଯାଉଥିଲା ଆଜି ତାହା ପନ୍ଦର ଗୁଣା ହୋଇଛି |ଏହି କାଯ୍ୟକ୍ରମରେ ବିଡ଼ିଓ ଉତ୍କଳ ରଂଜନ ଆଚାଯ୍ୟ, ବ୍ଲକ ଉପାଧକ୍ଷ ସଦାନନ୍ଦ ବାବୁ, ସହକାରୀ ଯନ୍ତ୍ରୀ ଅଶୋକ ଦାସ, ଜନ ପ୍ରତିନିଧି ଓ ସଂଜୟ କୁମାର ସାହୁ, ମନୋଜ କୁମାର ସାହୁ,ଦିପୁ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ |ବିଧାୟକ ମିଶ୍ର ଙ୍କ ର ଏଭଳି କାର୍ଯକୁ ସମସ୍ତେ ପ୍ରଶଂସା କରିଛନ୍ତି |ସାଧାରଣରେ ଆଲୋଚନା ଏମିତି ନେତା ଭାଗ୍ୟରେ ଥିଲେ ମିଳେ

related posts

Leave a Comment